ଚାହିଦା ବଢାଇବା ପାଇଁ LTC କ୍ୟାସ୍ ଭାଉଚର ସ୍କିମ୍ ଭଳି ଅନେକ ଘୋଷଣା

1 min read
nirmala sitaraman

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଅର୍ଥ ବ୍ୟବସ୍ଥାକୁ ନୂଆ ଜୀବନ ଦାନ ପାଇଁ ତଥା ଚାହିଦା ବୃଦ୍ଧି ପାଇଁ ଆଜି ଅନେକ ମହତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇଛନ୍ତି । ଚାହିଦା ବୃଦ୍ଧି ପାଇଁ ସରକାର ଉପଭୋକ୍ତା ଖର୍ଚ୍ଚ ଓ ପୁଂଜିଗତ ବ୍ୟୟ ବଢାଇବା ପାଇଁ ଅନେକ ଉପାୟ କରୁଛନ୍ତି । ଏହାରି ଅନ୍ତର୍ଗତରେ ସରକାର ଏଲଟିସି କ୍ୟାସ୍ ଭାଉଚର ଓ ପାର୍ବଣ ଆଡଭାନ୍ସ ସ୍କିମ ଆଣିଛନ୍ତି ।

ସୂଚନାଯୋଗ୍ୟ ଯେ, ଆଜି ସଂଧ୍ୟା ୪ଟାରେ ବସ୍ତୁ ଓ ସେବାକର (GST) କାଉନସିଲ୍ ବୈଠକ ହେବାର ଅଛି । ଏହି ବୈଠକରେ ରାଜ୍ୟଙ୍କୁ କେଉଁଭଳି ଭାବେ କ୍ଷତିପୁରଣ ଦିଆଯିବ ତା’ଉପରେ ଆଲୋଚନା ହେବ । ପ୍ରାୟ. ୨୦ଟି ରାଜ୍ୟ କେନ୍ଦ୍ର ସରକାର ଏନେଇ ଦେଇଥିବା ପ୍ରସ୍ତାବକୁ ସ୍ୱୀକାର କରିନେଇଛନ୍ତି । କିନ୍ତୁ ବିରୋଧୀ ଦଳ ଶାସିତ କିଛି ରାଜ୍ୟ ଚାହୁଁଛନ୍ତି ଯେ, କେନ୍ଦ୍ର ନିଜେ ଉଧାର ନେଇ ରାଜ୍ୟଙ୍କ ବକେୟା ସୁଝୁ ।

ଅର୍ଥବ୍ୟବସ୍ଥାରେ ସୁଧାର

ନିକଟରେ ଅର୍ଥବ୍ୟବସ୍ଥାରେ ସୁଧାରର ସଂକେତ ଆସିଛି । ମ୍ୟାନୁଫେକ୍ଚରିଂର ତଥ୍ୟ ଦେଉଥିବା ପିଏମଆଇରେ ସୁଧାର ଆସିଛି । ସର୍ଭିସ ସେକ୍ଟରର ପିଏମଆଇରେ ମଧ୍ୟ ସୁଧାର ଆସିଛି । ବିଦ୍ୟୁତ୍ ବ୍ୟବହାର ମଧ୍ୟ ବଢିଛି  । ସୂଚନାଯୋଗ୍ୟ ଯେ, କରୋନା କାଳରେ ଅର୍ଥବ୍ୟବସ୍ଥାକୁ ଗତି ଦେବାକୁ କେନ୍ଦ୍ର ୨୦ ଲକ୍ଷ କୋଟିର ବୁଷ୍ଟର ପ୍ୟାକେଜ୍ ଘୋଷଣା କରିଥିଲା । ରିଜର୍ଭ ବ୍ୟାଙ୍କର ଅନୁମାନ ଯେ, ଜୁଲାଇ-ସେପ୍ଟେମ୍ବର ତ୍ରୟ ମାସ ଜିଡିପି ଅଭିବୃଦ୍ଧିରେ ସୁଧାର ଆସିବ ।

Leave a Reply