୨୦ ସେପ୍ଟେମ୍ବରରେ EC ବିହାର ନିର୍ବାଚନ ପାଇଁ  ଜାରି କରି ପାରନ୍ତି ବିଜ୍ଞପ୍ତି

ପାଟନା:  ବିହାର ନିର୍ବାଚନ ପାଇଁ ସେପ୍ଟମ୍ୱର ୨୦ ତାରିଖରେ ନିର୍ବାଚନ କମିଶନ ଅଧିସୂଚନା ଜାରି କରି ପାରନ୍ତି ।  ମିଳୁଥିବା ସୂଚନା ଅନୁସାରେ ଦୁଇ ତିନି ପର୍ଯ୍ୟାୟରେ ବିହାରରେ ନିର୍ବାଚନ ହୋଇପାରେ ।  ନଭେମ୍ବର ମାସ ସରିବା ବେଳେକୁ ବିହାରରେ ନିର୍ବାଚନ ହେବ ବୋଲି ଶୁଣିବାକୁ ମିଳୁଛି । ରାଷ୍ଟ୍ରପତି ଶାସନ ଜାରି କରି ବିହାରରେ ନିର୍ବାଚନ କରାଇବାର ସମ୍ଭାବନା ମଧ୍ୟ ନାହିଁ ।  ଦୁଇ ତିନି ପର୍ଯ୍ୟାୟରେ ଯଦି ନିର୍ବାଚନ ହେବ ତେବେ ଘୋଷଣାରେ ବିଳମ୍ବ ହେବାର ସମ୍ଭାବନା ରହିଛି । ୨୦୧୫ରେ ବିହାର ନିର୍ବାଚନ  ସେପ୍ଟେମ୍ବର ୯ ତାରିଖରେ ହୋଇଥିଲା । ସେତେବେଳେ ମତଦାନ ୬ ପର୍ଯ୍ୟାୟରେ ହୋଇଥିଲା ।କରୋନା କାଳରେ ଭୋଟିଂ ପ୍ରକ୍ରିୟା କେମିତି ହେବ ତାକୁ ନେଇ ନିର୍ବାଚନ ଆୟୋଗ ଗାଇଡଲାଇନ୍ ମଧ୍ୟ ଜାରି କରିବେ ।  ଗାଇଡ୍ ଲାଇନ୍ ଆଜି (ଶୁକ୍ରବାର) ସଂଧ୍ୟା ସୁଧା ଜାରି ହେବାର ସମ୍ଭାବନା ରହିଛି ।
ବିହାରର ସମସ୍ତ ଜିଲ୍ଲାପାଳଙ୍କ ସହ ଆଲୋଚନା କରିବେ ନିର୍ବାଚନ ଆୟୋଗ

ଶୁକ୍ରବାର ଦ୍ୱିପହରରେ ବିହାର  ନିର୍ବାଚନକୁ ନେଇ ଦିଲ୍ଲୀ ସ୍ଥିତ ନିର୍ବାଚନ ଆୟୋଗ ଅଫିସରେ ବୈଠକ ହେବ । ଏଥିରେ ବିସ୍ତୃତ ଗାଇଡଲାଇନରେ ଆୟୋଗ ମୋହର ମାରିବେ ।  ପ୍ରଚାର ତରିକା,ବରିଷ୍ଠ ଭୋଟର କେମିତି ଭୋଟ୍ ଦେବେ ଆଦି ଉପରେ ବୈଠକରେ ବସ୍ତୃତ ଆଲୋଚନା ହେବ ।  ସୋମବାର ଦିନ ନିର୍ବାଚନ କମିଶନ ବିହାରର ସମସ୍ତ ଜିଲ୍ଲାପାଳଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ବୈଠକ କରିବାର ସମ୍ଭାବନା ରହିଛି ।

 ମୁଖ୍ୟମନ୍ତ୍ରୀ ନୀତିଶ ମଧ୍ୟ ଦେଇଥିଲେ ନିର୍ଧାରିତ ସମୟରେ ନିର୍ବାଚନ ସଂକେତ

ଗୁରୁବାର ଦିନ ବିହାର ମୁଖ୍ୟମନ୍ତ୍ରୀ ଅନେକ ପ୍ରୋଜେକ୍ଟର ଶିଳାନ୍ୟାସ ଓ ଉଦଘାଟନ କରି ସେପ୍ଟେମ୍ବର ମାସରେ ନିର୍ବାଚନ ହେବାର ସଂକେତ ଦେଇଥିଲେ ।  ୨୦୧୫ରେ ଜେଡିୟୁ ଓ ଆରଜେଡି ମିଳିତ ଭାବେ ମୈଦାନକୁ ଓହ୍ଲାଇଥିଲେ ।  ସେଥିରେ ମହାମେଣ୍ଟକୁ ବିପୁଳ ବିଜୟ ମିଳିଥିଲା । ତେବେ ପ୍ରାୟ ଗୋଟିଏ ବର୍ଷ ପରେ ନୀତିଶ ବିଜେପି ସହ ହାତ ମିଳାଇଥିଲେ ।  ଏଥର ବିଜେପି,ଜେଡିୟୁ ଓ ଏଲଜେପି ଏକାଠି ନିର୍ବାଚନ ଲଢିବେ । ତେବେ ଏଲଜେପିର ମତିଗତିକୁ ନେଇ ବିଜେପି ଓ ଜେଡିୟୁ ଟିକିଏ ଆଶଙ୍କାରେ ଅଛନ୍ତି ।

Leave a Reply