ଅନୁରାଗ ଠାକୁରଙ୍କ ବିବାଦୀୟ ବୟାନ୍ ଉପରେ ରିପୋର୍ଟ ମାଗିଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ: ବିଜେପି ନେତା ତଥା କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁରଙ୍କ ବିବାଦୀୟ ମନ୍ତବ୍ୟ ନେଇ ରିପୋର୍ଟ ମାଗିଛନ୍ତି ନିର୍ବାଚନ କମିଶନର । ସ୍ଥାନୀୟ ଅଧିକାରୀଙ୍କଠାରୁ ଏ ସମ୍ପର୍କିତ ରିପୋର୍ଟ ମାଗିଛନ୍ତି ଆୟୋଗ ।  ଦିଲ୍ଲୀ ବିଧାନସଭା ନିର୍ବାଚନ ପ୍ରଚାର ସମୟରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ ଅନୁରାଗ । ଏ ନେଇ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । ଆଉ ଏବେ ଏହାକୁ ନେଇ ଦେଖାଦେଇଛି ତୀବ୍ର ବିରୋଧ । ଏହି ଭିଡିଓରେ ଅନୁରାଗ ‘ଦେଶ କେ ଗଦ୍ଦାରକୋ ….’ ଅର୍ଥାତ ଦେଶଦ୍ରୋହୀଙ୍କୁ ଗୁଳିମାର ବୋଲି କହୁଥିବା ଦେଖିବାକୁ ମିଳିଛି । ଏକ ନିର୍ବଚାନୀ ସଭାରେ ଏଭଳି କହିଛନ୍ତି ଅନୁରାଗ ଠାକୁର । ଖବର ସରବରାହ ସଂସ୍ଥା ଏଏନ୍‌ଆଇ ଅନୁସାରେ ଏହି ଭାଷଣକୁ ନେଇ ବିରୋଧ ପରେ ମୁଖ୍ୟ ନିର୍ବାଚନ ଅଧିକାରୀ ଦିଲ୍ଲୀର ରିଠାଲା ବିଧାନସଭା ସିଟର ରିଟଣ୍ଣିଂ ଅଫିସରଙ୍କ ଠାରୁ ଏ ସମ୍ପର୍କରେ ରିପୋର୍ଟ ମାଗିଛନ୍ତି ।

Leave a Reply