କରୋନାଠୁ ବଞ୍ଚିବା ପାଇଁ ଆପଣାନ୍ତୁ ଏହି ୧୨ଟି ସହଜ ଉପାୟ…

1 min read

ସମଗ୍ର ବିଶ୍ୱରେ ତିନି ଲକ୍ଷରୁ ଅଧିକ କରୋନା ଜୀବାଣୁ ସଂକ୍ରମିତ ହୋଇଥିବା ଜଣାଯାଇଛି। ଭାରତରେ କରୋନା ଜୀବାଣୁ ରୋଗୀଙ୍କ ସଂଖ୍ୟା ୪୦୦ ରୁ ଅଧିକକୁ ବୃଦ୍ଧି ପାଇଛି। ଏହି ମାରାତ୍ମକ ଭୂତାଣୁ ଯୋଗୁଁ ଦେଶରେ ଏଯାଏଁ ୮ ଜଣଙ୍କର ମୃତ୍ୟୁ ହୋଇଛି। WHO କରୋନା ଜୀବାଣୁକୁ ଏଡାଇବା ପାଇଁ କିଛି ସହଜ ଉପାୟ ଜାରି କରିଛି । ତେବେ କେଉଁ ୧୦ ଟି ଉପାୟ ଦ୍ୱାରା କରୋନା ଜୀବାଣୁରୁ ରକ୍ଷା ପାଇପାରିବେ ଆସନ୍ତୁ ଜାଣିବା ।

– ହାତକୁ ସଫା ରଖିବା ପାଇଁ ସାନିଟାଇଜର କିମ୍ବା ସାବୁନ ବ୍ୟବହାର କରିବା ଉଚିତ୍ । ୨୦ ସେକେଣ୍ଡ ପାଇଁ ସାବୁନ୍ ସହିତ ହାତକୁ ଭଲ ଭାବେ ଧୋଇବା ଜରୁରୀ ।

– କାଶ ସମୟରେ, ଟିସୁ ବ୍ୟବହାର କରିବା ଉଚିତ୍ । ଅନ୍ୟ ଜଣେ ଛିଙ୍କିବା ବା କାଶିବା ସମୟରେ ଦୂରତା ରହିବା ଆବଶ୍ୟକ । ନିଜକୁ ରକ୍ଷା କରିବା ପାଇଁ ଟିସୁ ବ୍ୟବହାର କରନ୍ତୁ ।

– ହ୍ୟାଣ୍ଡ ସେକ୍ କରିବା ପରେ ତୁରନ୍ତ ହାତ ଧୋଇବା ଜରୁରୀ ।

– କୌଣସି ସର୍ବସାଧାରଣ ସ୍ଥାନରେ ଜିନିଷ ଛୁଇଁବା ଠାରୁ ଦୂରେଇ ରୁହନ୍ତୁ । ଏଭଳି ସ୍ଥାନରେ ସତର୍କ ରହିବା ଆବଶ୍ୟକ ।

– ଫଳ ଏବଂ ପନିପରିବା ଖାଇବା ପୂର୍ବରୁ ଭଲ ଭାବରେ ଧୋଇବା ଉଚିତ୍ । ବଜାରରେ କୌଣସି ଖାଦ୍ୟ ଖାଇବା ଭୁଲ କରନ୍ତୁ ନାହିଁ ।

– ରୋଷେଇ କରିବା ସମୟରେ ଯତ୍ନ ନିଅନ୍ତୁ । ପ୍ରଥମେ ପନିପରିବା ଭଲ ଭାବରେ ଫୁଟାନ୍ତୁ । ରୋଷେଇ ପାଇଁ କେବଳ ଉଷୁମ ପାଣି ବ୍ୟବହାର କରନ୍ତୁ ।

– ମାଂସ କିମ୍ବା ଅଣ୍ଡା କଞ୍ଚା ଖାଆନ୍ତୁ ନାହିଁ । ସବୁବେଳେ ରନ୍ଧା ଖାଦ୍ୟର ସେବନ କରିବା ଜରୁରୀ ।

– ଘର ଚାରିପାଖର ପରିବେଶ ପରିଷ୍କାର ରହିବା ଜରୁରୀ । ସ୍ୱଚ୍ଛତା ପ୍ରତି ଧ୍ୟାନ ଦିଅନ୍ତୁ ।

– ବାରମ୍ବାର ହାତ କିମ୍ବା ଆଖିରେ ହାତ ଦେବା ଅନୁଚିତ୍ । ଏହା କରିଲେ ତୁରନ୍ତ ସାନିଟାଇଜର କିମ୍ବା ସାବୁନ୍ ସହିତ ହାତ ଏବଂ ମୁହଁକୁ ଭଲ ଭାବରେ ଧୋଇବା ଉଚିତ୍।

– କୌଣସି ରୋଗୀ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିବାଠୁ ଦୂରେଇ ରହିବା ଜରୁରୀ । ରୋଗୀ ସହିତ ଯୋଗାଯୋଗ କରିବା ଏହି ସମୟରେ ବିପଦଜନକ ହୋଇପାରେ । ଲୋକଙ୍କଠାରୁ ୭ ଫୁଟ ଦୂରତା ରଖି କଥାବର୍ତ୍ତା କରିବା ଜରୁରୀ ।

– ଘରୁ ବାହାରିବା ପୂର୍ବରୁ ମୁହଁ ଭଲ ଭାବରେ ଘୋଡାନ୍ତୁ  । ଏଥିପାଇଁ ମାସ୍କ କିମ୍ବା ରୁମାଲ ବ୍ୟହାର କରନ୍ତୁ । ଖାଦ୍ୟର ବିଶେଷ ଯତ୍ନ  ।

-ଯେଉଁ ଖାଦ୍ୟ ଶରୀର ରୋଗ ପ୍ରତିରୋଧକ ଶକ୍ତି ବଢାଏ ତାହା ଖାଇବା ଜରୁରୀ ।

 

 

Leave a Reply