ସକାଳୁ ସକାଳୁ ୨ଟି ସ୍ଥାନରେ ଭୂମିକମ୍ପ ଝଟକା

1 min read

ନୂଆଦିଲ୍ଲୀ: କରୋନା ନିଦ ହଜାଇ ଥିବା ବେଳେ ସକାଳୁ ସକାଳୁ ଭୂମିକମ୍ପ ଝଟକା ହେଦ ଥରାଇ ଦେଇଛି । ଝାଡ଼ଖଣ୍ଡର ଜାମସେଦପୁରରେ ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୪.୭ ଥିବା ଜଣାପଡ଼ିଛି । ଏନେଇ ଜାତୀୟ ଭୂମିକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ସକାଳ ୬ଟା ୫୫ ସମୟରେ ଭୂମିକମ୍ପ ଅନୁଭୂତ ହୋଇଥିଲା । ତେବେ, କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିନାହିଁ । ଅନ୍ୟପଟେ ଦକ୍ଷିଣ ଭାରତରେ ମଧ୍ୟ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । କର୍ଣ୍ଣାଟକର ହମ୍ପିରେ ୪.୦ ତୀବ୍ରତାର ଭୂମିକମ୍ପ ଝଟକା ଅନୁଭୂତ ହୋଇଥିବା ବେଳେ କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିନାହିଁ ।

ଉତ୍ତର ଭାରତରେ ଭୂମିକମ୍ପ, ଥରିଲା ଦିଲ୍ଲୀ-ଏନସିଆର

Leave a Reply