ସକାଳ ୭ଟାରେ ଭୂମିକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୩.୮

ବ୍ରହ୍ମପୁର:  ଭୂକମ୍ପରେ ଥରିଲା ଗଞ୍ଜାମ ଓ ଗଜପତି ଜିଲ୍ଲା । ସକାଳ ସକାଳ ୭ଟା ୧୦ରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୩.୮ । ଭୂମିକମ୍ପ ଭୟରେ ଘରୁ ବାହାରି ଆସିଲେ ଲୋକେ । ପାତ୍ରପୁର ଓ ଚିକିଟି ଅଞ୍ଚଳରେ ମୃଦୁ ଭୂମିକମ୍ପ ହୋଇଥିବା ସୂଚନା । ଗଞ୍ଜାମ ସାନଖେମୁଣ୍ଡି ଅଞ୍ଚଳରେ ସକାଳୁ ପୋଡାମାରି ଅଞ୍ଚଳରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି । ସେପଟେ ମୋହନା ବ୍ଲକର ବିଭିନ୍ନ ସ୍ଥାନରେ ଭୂମିକମ୍ପ ଅନୁଭୂତ ହୋଇଛି । ଲୋକକଥା ଅନୁସାରେ ଭୂମିକମ୍ପ ହେବାରୁ ମହିଳା ମାନେ ହୁଳହୁଳି ପକାଇ ଘରୁ ବାହାରକୁ ଚାଲିଆସିଥିଲେ ।

ସୂଚନା ଅନୁସାରେ, ଗଞ୍ଜାମ ଜିଲ୍ଲାର ଚିକିଟି, ପାତ୍ରପୁର, ଦିଗପହଣ୍ଡି ଓ ସାନଖେମୁଣ୍ଡି ଅଞ୍ଜଳରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଥିଲା । ଏହାସହ ଗଜପତି ଜିଲ୍ଲାର ମୋହନାର ବିଭିନ୍ନ ବ୍ଲକର ଭୂମିକମ୍ପ ଅନୁଭୂତ ହୋଇଥିଲା । ସମୟ ପ୍ରାୟ ୭ଟା ୧୦ ସୁଦ୍ଧା ଏହି ଭୂକମ୍ପ ଅନୁଭୂତ ହୋଇଥିଲା । ଅନ୍ୟପଟେ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମରେ ମଧ୍ୟ ଭୂକମ୍ପ ହୋଇଥିବା ସୂଚନା ମିଳିଛି । ଏହାସହ ଆସାମରେ ମଧ୍ୟ ଭୂକମ୍ପ ଅନୁଭୁତ ହୋଇଛି । ତେବେ ବ୍ରହ୍ମପୁରରେ ହୋଇଥିବା ଭୂକମ୍ପ ପ୍ରାୟ ୭ରୁ ୧୦ସେକେଣ୍ଡ ମଧ୍ୟ ଏହି ଭୂକମ୍ପ ଅନୂଭୁତ ହୋଇଥିଲା ।

Leave a Reply