ଯନ୍ତ୍ର-ମନ୍ତ୍ର-ତନ୍ତ୍ରର ସହର ସୋନପୁରରେ ଚାଲିଛି ମା’ ଦୁର୍ଗାଙ୍କ ଆବାହନ

ସୋନପୁର/ରାଉରକେଲା: ଯନ୍ତ୍ର, ମନ୍ତ୍ର ଓ ତନ୍ତ୍ରର ସହର ଭାବେ ପରିଚିତ ସୁବର୍ଣ୍ଣପୁରରେ କରୋନା କଟକଣା ଭିତରେ ଜଗତଜନନୀ ଦେବୀ ଦୁର୍ଗାଙ୍କୁ ଆବାହନ କରାଯାଇଛି । ବିଭିନ୍ନ ପୂଜା ମଣ୍ଡପରେ ପୂଜା ପାଉଛନ୍ତି ମାଁ ଦୁର୍ଗା । ଆଶ୍ୱିନ ଅମାବାସ୍ୟା ଠାରୁ ସମସ୍ତ ଅଷ୍ଟଚଣ୍ଡୀଙ୍କ ପୀଠମାନଙ୍କରେ ସ୍ୱତନ୍ତ୍ର ପୂଜାର୍ଚ୍ଚନାରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି । ସହର ଭିତରେ ଥିବା ବିଭିନ୍ନ ଦୁର୍ଗା ମଣ୍ଡପରେ ମାଁଙ୍କ ମୃଣୟୀ ମୁର୍ତ୍ତି ପୂଜା ପାଉଥିବା ବେଳେ କୋଭିଡ କଟକଣାରେ ଚାଲିଛି ପୂଜାର୍ଚ୍ଚାନ ।

ପ୍ରତିବର୍ଷ ପୂଜା ସହ ରାବଣ ପୋଡି ବେଶ ଜାକଜମକରେ ଅନୁଷ୍ଠିତ ହୁଏ । ହେଲେ ଚଳିତ ବର୍ଷ କରୋନା କଟକଣା ଯୋଗୁଁ ରାବଣ ପୋଡି ଉତ୍ସବ ବନ୍ଦ ହୋଇଛି । କେବଳ ସେତିକି ନୁହେଁ ବେଳେ ବିନା ଭକ୍ତରେ ପେଣ୍ଡାଲରେ ପୂଜା ପାଉଛନ୍ତି ମା ଦୁର୍ଗା । ମୁହଁରେ ମାକ୍ସ ଲଗାଇ ସାମାଜିକ ଦୂରତା ରକ୍ଷା କରି ଶ୍ରଦ୍ଧାଳୁମାନେ ମାଁଙ୍କୁ ଦର୍ଶନ କରୁଛନ୍ତି ।

ସେହିଭଳି ରାଉରକେଲା ସହରର ସମସ୍ତ ଦୁର୍ଗାପୂଜା ମଣ୍ଡପରେ ରିତୀନିତୀ ଅନୁସାରେ ମା ଦୁର୍ଗାଙ୍କ ପୂଜା ଅନୁଷ୍ଠିତ ହେଉଛି । ସମସ୍ତ ପୁଜା ମଣ୍ଡପରେ ଆଜି ମା ଦୁର୍ଗାଙ୍କ ନଵମୀ ପୁଜା ରିତୀନିତୀ ଅନୁସାରେ ଅନୁଷ୍ଠିତ ହେଉଛି । ରାଉରକେଲା ସହରର ବନ୍ଧମୁଣ୍ଡା ଇ ସେକ୍ଟର ଠାରେ ରେଲୱେ କର୍ମଚାରୀ ଓ ସ୍ଥାନୀୟ ବାସିନ୍ଦା ମିଳିତ ଭାବେ ୧୯୬୬ ମସିହାରୁ ଦୁର୍ଗାପୂଜା ପାଳନ କରି ଆସୁଛନ୍ତି । ପ୍ରତିବର୍ଷ ବେଶ ଧୁମଧାମରେ ଦୁର୍ଗାପୂଜା ପାଳନ କରାଯାଉଥିଲେ ମଧ୍ୟ ଚଳିତ ବର୍ଷ କୋଭିଡ କଟକଣା ମାନି ନିରାଡମ୍ବର ଭାବେ ଦୁର୍ଗାପୂଜା ପାଳନ କରାଯାଉଛି ।

Leave a Reply