DSC ସୁରକ୍ଷା କର୍ମୀଙ୍କ ଆତ୍ମହତ୍ୟା ସନ୍ଦେହ, ନିଜ ସର୍ଭିସ ବନ୍ଧୁକରୁ ଗୁଳି ବାହାରି ହୋଇଛି ମୃତ୍ୟୁ

1 min read

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ସଇଁତଲା ବଡ଼ମାଲ ଗୋଳାବାରୁଦ କାରଖାନାରେ ଅଭାବନୀୟ ଘଟଣା। କାରଖାନାରେ DSC ସୁରକ୍ଷା କର୍ମୀ ଭାବେ ଅବସ୍ଥାପିତ ଥିବା ଲଳିତ ରାୟ ଗତକାଲି ରାତିରେ ନିଜ ସର୍ଭିସ ବନ୍ଧୁକରୁ ଗୁଳି କରି ଆତ୍ମହତ୍ୟା କରିଥିବା ସୂଚନା ମିଲିଛି । ୨୦୧୯ରେ ବିବାହ କରିଥିଲେ ଲଳିତ।

ପାରିବାରିକ କଳହ ଥିବା ଜଣାପଡିଛି। ଖବର ପାଇ ଅନ୍ୟ ସୁରକ୍ଷା କର୍ମୀ ଓ କର୍ମଚାରୀ ମାନେ ତାଙ୍କୁ ଗୋଳାବାରୁଦ କାରଖାନା ଭିତରେ ଥିବା ମେଡିକାଲକୁ ନେଇଥିଲେ ହେଲେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ। ରାତିରେ ମୃତ ଦେହକୁ ଗୋଳାବାରୁଦ କାରଖାନାର ଶବ ବ୍ୟବଚ୍ଛେଦ ଗୃହରେ ରଖାଯାଇଛି । ରାତିରେ କାରଖାନା ଭିତରକୁ କାହାରିକୁ ଅନୁମତି ନଥିବାରୁ ଆଜି ସକାଳୁ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ପାରିବାରିକ କଳହରୁ ଲଲିତ ଆତ୍ମହତ୍ୟା କରିଛନ୍ତି ନା କଣ ରହିଛି ମୃତ୍ୟୁ ପଛର ରହସ୍ୟ। ତଦନ୍ତ ପରେ ସ୍ପଷ୍ଟ ହେବ।

Leave a Reply