ରେଜିଷ୍ଟ୍ରେସନ ଲିଙ୍କ ଆସିବା ପରେ ସବୁ ଜିଲ୍ଲାରେ ଡ୍ରାଏ ରନ୍ ଆରମ୍ଭ ହେବ: ସ୍ୱାସ୍ଥ୍ୟ ମନ୍ତ୍ରୀ

ଭୁବନେଶ୍ୱର: ଆସନ୍ତା କାଲିଠାରୁ ଆରମ୍ଭ ହେବ ରାଜ୍ୟରେ କରୋନା ଟିକାକରଣର ଡ୍ରାଏ ରନ୍ । ରେଜିଷ୍ଟ୍ରେସନ ଲିଙ୍କ ଆସିବା ପରେ ସବୁ ଜିଲ୍ଲାରେ ଡ୍ରାଏ ରନ୍ ଆରମ୍ଭ ହେବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ କହିଛନ୍ତି । ଟିକାକରଣ ପାଇଁ ସମସ୍ତ ପ୍ରସ୍ତୁତି ସରିଥିବା ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର କହିଛନ୍ତି ।

ସମସ୍ତ ଭଲ୍ୟୁଏଣ୍ଟିୟରଙ୍କ ନାଁ ୱେବସାଇଟରେ ଅପଲୋଡ୍‌ କରାଯାଇଛି । ଡ୍ରାଏ ରନ ନେଇ ଗତକାଲି କେନ୍ଦ୍ର ସରକାରଙ୍କ ସହ ଆଲୋଚନା ସରିଛି । ରାଜ୍ୟ ରାଜଧାନୀ ଭୁବନେଶ୍ୱାରରେ ଟେଷ୍ଟ କରିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ପ୍ରସ୍ତାବ ଦେଇଥିଲେ । ପ୍ରତ୍ୟେକ ଜିଲ୍ଲା ଚିକିତ୍ସାଳୟରେ ଡ୍ରାଏ ରନ କରିବାକୁ ରାଜ୍ୟ ସରକାର କହିଥିଲେ । ସ୍ୱେଚ୍ଛାସେବୀଙ୍କ ଆଧାର ନମ୍ବର ଦେଖି ଡ୍ରାଏ ରନ କରାଯିବ ବୋଲି ପ୍ରଦୀପ୍ତ କହିଛନ୍ତି ।

ସେପଟେ ଡ୍ରାଏରନ୍‌ ସୁପରିଚାଳନା ପାଇଁ ସମ୍ପୂର୍ଣ୍ଣ ବନ୍ଦୋବସ୍ତ କରାଯାଇଛି । ଏନେଇ ଡିଏମ୍‌ଇଟି ନିର୍ଦ୍ଦେଶକ ସିବିକେ ମହାନ୍ତି ପ୍ରତିକ୍ରିୟା ରଖିଛନ୍ତି । ଟିକାକରଣ ପାଇଁ ଏଯାଏଁ ୩ଲକ୍ଷ ୭୦ହଜାର ଜଣ ସ୍ୱାସ୍ଥ୍ୟକର୍ମୀ ପଞ୍ଜୀକୃତ ହୋଇଛନ୍ତି । ପ୍ରଥମେ କରୋନା ଯୋଦ୍ଧାଙ୍କୁ ଏହି ଟିକାକରଣ କରାଯିବ । ୧୦ ଦିନ ଧରି ଚାଲିବ ତାଲିମ ପ୍ରକ୍ରିୟା । ଏହାର ୧୦ ଦିନ ପରେ ଆରମ୍ଭ ପ୍ରଥମ ପର୍ଯ୍ୟାୟ ଟିକାକରଣ  । ବ୍ରିଟେନ ଭୁତାଣୁ ଅଧିକ ମାରାତ୍ମକ ହୋଇଥିଲେ ମଧ୍ୟ ଜୀବନ ହାନି କାରକ ନୁହେଁ ବୋଲି କହିଛନ୍ତି ଡାକ୍ତର ଜୟନ୍ତ ପଣ୍ଡା  ।

Leave a Reply