ବାଣ କିଣିବାକୁ ଯାଇଥିଲେ ବାପପୁଅ, କିନ୍ତୁ ଘରକୁ ଫେରିଲେ ଖାଲି ବାପା…

1 min read

ସୋର: ବାପ ମଦପିଇବା ପୁଅ ପାଇଁ ହେଲା କାଳ । ମଦ ପିଇ ଭାରସାମ୍ୟ ହରାଇ ସେତୁ ଉପରୁ ଖସିପଡ଼ିଲେ ବାପ ପୁଅ। ବାପାକୁ ଗାଁ ଲୋକେ ଉଦ୍ଧାର କରିଥିବା ବେଳେ ପୁଅ ନିଖୋଜ ଅଛି । ଏହି ଘଟଣା ପରେ ଉତ୍ତ୍ୟକ୍ତ ଗାଁ ଲୋକେ ବେଆଇନ ମଦ ଦୋକାନରେ ନିଆଁ ଲଗାଇଦେଇଛନ୍ତି ।

ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସୋର ଥାନା ଅଧିନ ମଧୁସୁଦନପୁର ପଞ୍ଚାୟତ ଅଗିରା ଗାଁରେ । ସୂଚନା ଅନୁସାରେ, ଅଗିରା ଗାଁର ଅଇରୀ ମୁଣ୍ଡା ତାଙ୍କ ପାଞ୍ଚ ବର୍ଷର ଶିଶୁପତ୍ର ବାପୁନ ମୁଣ୍ଡାକୁ ଧରି ବଜାରକୁ ବାଣ କିଣିବାକୁ ଯାଇଥିଲେ । ଫେରିବା ବେଳେ ବାପା ନିକଟସ୍ଥ ଦେଶୀ ମଦ ଦୋକାନରୁ ମଦ ପିଇ ଦେଇଥିଲେ। ମଦ ନିଶାରେ ବାଇକ୍ ଚଳାଉଥିବା ବେଳେ ଭାରସାମ୍ୟ ହରାଇ ଉଭୟ ବାପ ପୁଅ ସେତୁ ତଳକୁ ଖସିପଡିଥିଲେ ।

ସୌଭାଗ୍ୟବଶତଃ ବାପକୁ ଗାଁ ଲୋକେ ଉଦ୍ଧାର କରିଥିଲେ । ଘଟଣା ସ୍ଥଳରେ ବହୁ ଖୋଜାଖୋଜି ପରେ ସୋର ଦମକଳ ବାହିନୀ  ଶିଶୁଟିର ମୃତ ଦେହ ଉଦ୍ଧାର କରିଛନ୍ତି  । ')}

Leave a Reply