ଗ୍ରୀଷ୍ମ ନୁହେଁ ବର୍ଷାରେ ବି ଜଳ କଷ୍ଟ, ପୋଖରୀ ପାଣି ପିଇ କଟୁଛି ଦିନ…

1 min read
Drinking Water Scarcity Worries People of Indupur In Kendrapara

ଭୁବନେଶ୍ୱର: ଗ୍ରୀଷ୍ମ ନୁହେଁ, ବର୍ଷାରେ ବି ଜଳ କଷ୍ଟ । ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଦିନରେ ବି ଦେଖିବାକୁ ମିଳିଛି ପାଣି ସମସ୍ୟା । କେନ୍ଦ୍ରାପଡ଼ା ଜିଲ୍ଲା ଇନ୍ଦୁପୁର ପଞ୍ଚାୟତର ଲୋକେ ଟୋପାଏ ପିଇବା ପାଣି ପାଇଁ ଡହଳ ବିକଳ ହେଉଛନ୍ତି । ପୁରା ଗାଁ ଗୋଟିଏ ହିଁ ନଳକୂପ ଉପରେ ନିର୍ଭର କରୁଛି ।

Water Scarcity

ଗୋଟିଏ ହିଁ ନଳକୂପ ପୁରା ଗାଁକୁ ପାନୀୟ ଜଳ ଯୋଗାଉଛି । ତେଣୁ ନଳକୂପ ନିକଟରେ ପାଣି ପାଇଁ ଭିଡ଼ ଜମୁଛି । ଗରା, ମାଠିଆ, ବାଲଟି ଧରି ପାଣି ପାଇଁ ଏଠାରେ ଚାଲେ ଅଘୋଷିତ ପ୍ରତିଯୋଗିତା । ଦୁର୍ଭାଗ୍ୟର ବିଷୟ ହେଲା ଯେ, ବର୍ଷା ଦିନରେ ହିଁ କେନ୍ଦ୍ରାପଡ଼ା ଜିଲ୍ଲା ଇନ୍ଦୁପୁର ପଞ୍ଚାୟତରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ।

ଏଠାରେ ପାଣି ପାଇପ୍‌ ଲାଇନ ଅଛି, ହେଲେ ସେଥିରେ ପାଣି ଆସୁନି । ଅଚଳ ହୋଇ ପଡ଼ିରହିଛି ସବୁ ପାଇପ୍‌ ଲାଇନ୍‌ । ଫଳରେ ପାଇପ୍‌ଗୁଡ଼ିକରେ କଳଙ୍କି ଲାଗିଲାଣି । ପିଇବା ପାଣି ଟୋପାଏ ପାଇଁ ଲୋକେ ହନ୍ତସନ୍ତ ହେଉଛନ୍ତି ।

Water Scarcity

ତେଣୁ ଓଭର ହେଡ୍‌ ଟାଙ୍କି ପାଇଁ ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି ୩ଟି ଓ୍ୱାର୍ଡ଼ର ଲୋକ । ଆଉ ତୁରନ୍ତ ସମସ୍ୟାର ସମାଧାନ ନହେଲେ ଆନ୍ଦୋଳନର ରୂପ ନେବ ପୁଞ୍ଜିଭୂତ ଅସନ୍ତୋଷ । ସେପଟେ ଓଭର ହେଡ଼୍ ଓ୍ୱାଟର ଟ୍ୟାଙ୍କର ନେଇ କେନ୍ଦ୍ରାପଡ଼ା ସାଂସଦ ଓ ବିଧାୟକଙ୍କୁ ସରପଞ୍ଚ ଚିଠି ମାଧ୍ୟମରେ ଅବଗତ କରିଥିବା ସୂଚନା ଦେଇଛନ୍ତି ।

Water Scarcity

ସେହିଭଳି ପୁରୀ ଜିଲ୍ଲା କଣାସ ବ୍ଲକରେ ମଧ୍ୟ ସମାନ ଚିତ୍ର । ଜଳ କଷ୍ଟରେ ଜୀବନ କାଟୁଛନ୍ତି ଲୋକେ । ପାଖାପାଖି ୨୮ଟି ପଞ୍ଚାୟତର ଲୋକେ ବର୍ଷ ତମାମ ପାଣି ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପନ୍ଦରଶହରୁ ଅଧିକ ଲୋକଙ୍କ ଶୋଷ ମେଣ୍ଟାଉଛି ଗାଁରେ ଥିବା ଦୁଇଟି ଦୂଷିତ ପୋଖରୀ ।

Water Scarcity

କଚ୍ଛପ ଗତିରେ ପାଣି ପାଇଁ ପ୍ରକଳ୍ପ କାର୍ଯ୍ୟ ଚାଲିଥିବା ଅଭିଯୋଗ ହୋଇଛି । ଜାଣି ଅଜଣା ପାଲଟିଛନ୍ତି ପ୍ରଶାସକଙ୍କଠାରୁ ଆରମ୍ଭ କରି ଜନ ପ୍ରତିନିଧି । ପାଣି ସଙ୍କଟକୁ ସ୍ୱୀକାର କରିବା ସହ ଟ୍ୟାଙ୍କର ମାଧ୍ୟମରେ ଲୋକଙ୍କୁ ଜଳ ଯୋଗାଇ ଦିଆଯାଉଥିବା କହିଛନ୍ତି ବିଭାଗୀୟ ଅଧିକାରୀ ।

 

(କେନ୍ଦ୍ରାପଡା-ନୟନମଣି ସାମଲ)
(କଣାସ- ବିଦ୍ୟାଧର ପରିଡ଼ା)

Leave a Reply