ପ୍ରତି ୧୫ ମିନିଟରେ ପାଣି ପିଇଲେ କରୋନା ହେବାର ଆଶଙ୍କା ହୁଏ ଦୂର ! ଜାଣନ୍ତୁ ସତ କଣ

1 min read

କରୋନା ଭାଇରସର ବିସ୍ତାର ଯୋଗୁଁ ଲୋକେ ଅନେକ ସତର୍କତା ଅବଲମ୍ବନ କରୁଛନ୍ତି ।ଏହି ଭୂତାଣୁର ଘାତକ ବିପଦକୁ ଦୃଷ୍ଟିରେ ସମସ୍ତେ ଅନେକ ପଦକ୍ଷେପ ଆପଣାଉଛନ୍ତି । ସୋସିଆଲ ମିଡିଆରେ ମଧ୍ୟ କରୋନା ଭାଇରସ ମୁକାବିଲା ପାଇଁ ସମସ୍ତ ଟିପ୍ସ ଭାଇରାଲ ହେବାରେ ଲାଗିଛି। ସେମାନଙ୍କ ମଧ୍ୟରୁ କେତେକ ଭୁଲ ତ କେତେକ ଠିକ୍ । ତେବେ ସୋସିଆଲ ମିଡିଆରେ ଥିବା ସମସ୍ତ ପୋଷ୍ଟରେ କୁହାଯାଇଛି ଯେ କରୋନା ଭୂତାଣୁ ସଂକ୍ରମଣକୁ କିଛି ମିନିଟର ବ୍ୟବଧାନରେ ପାଣି ପିଇ ବନ୍ଦ କରିହେବ। ଏହା କେତେ ମାତ୍ରାରେ ସତ ସେହି ବିଷୟରେ ଜାଣନ୍ତୁ ।

ରିପୋର୍ଟ ଅନୁସାରେ ସବୁବେଳେ ପାଟି ଏବଂ ଗଳାକୁ ଓଦା ରଖିବା ଉଚିତ । ଏହା ସହ ପ୍ରତି ୧୫ ମିନିଟ ବ୍ୟବଧାନରେ ପାଣି ପିଇବା ଉଚିତ୍। ଏହା ପଛର କାରଣ ହେଉଛି ଅଧିକ ପାଣି ପିଇଲେ ଭାଇରସ୍ ସଫା ହୋଇଯିବ । ଲଣ୍ଡନ ସ୍କୁଲ ଅଫ୍ ହାଇଜିନ୍ ଏବଂ ଟ୍ରପିକାଲ୍ ମେଡିସିନର ଏପିଡେମୋଲୋଜିଷ୍ଟ୍ କଲ୍ପନା କହିଛନ୍ତି ଯେ, କରୋନା ଜୀବାଣୁ ସଂକ୍ରମଣ ପାଟି ମାଧ୍ୟମରେ ବିସ୍ତାର କରିବାର ମୁଖ୍ୟ ଉପାୟ ନୁହେଁ । ସଂକ୍ରମିତ ବ୍ୟକ୍ତିଙ୍କ କାଶ କିମ୍ବା ଛିଙ୍କରୁ ଓ ନିଶ୍ୱାସରେ କରୋନା ଜୀବାଣୁ ଅଧିକ ବ୍ୟାପିଥାଏ ।

ତେବେ ଏକ ପୋଷ୍ଟ ଅନୁସାରେ ପ୍ରଚୁର ପାଣି ପିଇଲେ କରୋନା ଜୀବାଣୁ ସଂକ୍ରମିତ ହେବ ନାହିଁ । ଯଦି କରୋନା ଜୀବାଣୁ ଶରୀରର ପେଟରେ ପହଞ୍ଚନ୍ତି, ତେବେ ସେମାନେ ତୁରନ୍ତ ସଫା ହୋଇଯାଆନ୍ତି ବୋଲି କୁହାଯାଇଛି । କାରଣ ପେଟରେ ଥିବା ଏସିଡ୍ pH ୧ ରୁ ୩ ମଧ୍ୟରେ ଥାଏ । ହେଲେ ବୈଜ୍ଞାନିକଙ୍କ ଅନୁସାରେ ରୋଗୀଙ୍କ ପେଟରେ ମଧ୍ୟ ଏହି ଜୀବାଣୁ ଜୀବନ୍ତ ରହିପାରିବେ।

କରୋନା ସଂକ୍ରମଣକୁ ରୋକା ଯାଇପାରିବ କି ନାହିଁ ତାହା ଅନୁସନ୍ଧାନ କରାଯାଇଥିଲା। ଏକ ପ୍ରକ୍ରିୟାରୁ ଜଣା ପଡିଛି ଯେ, ଯେଉଁ ଲୋକମାନେ ଦିନକୁ ଅଧିକ ପାଣି ପିଅନ୍ତି ସେମାନଙ୍କର ସଂକ୍ରମଣର ଆଶଙ୍କା କମ୍ ଥାଏ । କରୋନା ଜୀବାଣୁ ଶରୀରର ଭିତର ଛାତି ଏବଂ ଫୁସଫୁସକୁ ଅଧିକ ସଂକ୍ରମିତ କରନ୍ତି । ହେଲେ ଅଧିକ ପାଣି ପିଇବା ଯେ ଏହି ରୋଗକୁ ଠିକ୍ କରିବ ତାହା ସତ କି ମିଛ ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏନେଇ କୌଣସି ତଥ୍ୟ ପ୍ରକାଶ କରିନାହିଁ । ପ୍ରତି ୧୫ ମିନିଟରେ ପାଣି ପିଇବା ଭଲ ହୋଇଥାଏ କିନ୍ତୁ ଏକ ରୋଗକୁ ଠିକ୍ ଯେ କରିବ ତାହା ଭୁଲ ହୋଇପାରେ । ଏହି ସମୟରେ, ସାମାଜିକ ଦୂରତା ଏବଂ ହାତ ଧୋଇବା କରୋନା ଜୀବାଣୁକୁ ରୋକିବାରେ ସାହାଯ୍ୟ କରିବ ।

Leave a Reply