ପେପର କପରେ ଚା’ କଫି ପିଉଛନ୍ତି କି ? ହୋଇଯାଆନ୍ତୁ ସାବଧାନ, ହେଇପାରେ ସ୍ୱାସ୍ଥ୍ୟ ପ୍ରତି ହାନିକାରକ

Portrait of businesswoman drinking coffee to go

ଖଡଗପୁର: ଆପଣ ବଜାରକୁ ଗଲେ କାଚ କ୍ଲାସ ବଦଳରେ ପେପର କପରେ ଚାହା ପିଉଛନ୍ତି କି ? ତେବେ ହୋଇଯାଆନ୍ତୁ ସାବଧାନ ! ଏହା ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ହାନିକାରକ ସାବ୍ୟସ୍ତ ହୋଇପାରେ । ଏହାକୁ ନେଇ ଆଇଆଇଟି ଖଡଗପୁରର ବୈଜ୍ଞାନିକ ଏକ ବଡ଼ ଖୁଲାସା କରିଛନ୍ତି । ରିସର୍ଚ୍ଚ ଅନୁଯାୟୀ ଯଦି ଜଣେ ବ୍ୟକ୍ତି  ପ୍ରତିଦିନ ୩ ଥରରୁ ଅଧିକ ପେପର କପରେ ଚାହା ପିଉଛନ୍ତି ତେବେ ଆପଣ ୭୫ ହଜାର ସୁକ୍ଷ୍ମ କଣିକା ଗିଳୁଛନ୍ତି । ପ୍ଲାଷ୍ଟିକ କପ ହାନିକାରକ ଜାଣିବା ପରେ ସମସ୍ତେ ପେପର କପରେ ଚାହା ପିଇବା ଆରମ୍ଭ କରିଥିଲେ, କିନ୍ତୁ ରିସର୍ଚ୍ଚରୁ ଜଣାପଡ଼ିଛି ଯେ ପେପର କପରେ ଚାହା ପିଇବା ମଧ୍ୟ ସ୍ୱାସ୍ଥ୍ୟ ପ୍ରତି ହାନିକାରକ ।

ଗବେଷଣାରୁ ଜଣାପଡ଼ିଛି ଯେ, କପର ଭିତର ସ୍ଥରରେ ବ୍ୟବହୃତ ସାମଗ୍ରୀରେ ସୁକ୍ଷ୍ମ ପ୍ଲାଷ୍ଟିକ ଏବଂ ଅନ୍ୟ ହାନିକାରକ ପଦାର୍ଥ ରହିଥାଏ ଏବଂ ସେହି କପରେ ଚାହା କିମ୍ବା ଅନ୍ୟ ଗରମ ପାନୀୟ ପିଇଲେ ତାହା ବିଷାକ୍ତ ପ୍ଲାଷ୍ଟିକ ସହ ମିଶି ଯାଇଥାଏ ।

ଦେଶରେ ପ୍ରଥମଥର ପାଇଁ କରାଯାଇଥିବା ଗବେଷଣାରେ ସିଭିଲ ଇଞ୍ଜିନିୟରିଂ ବିଭାଗର ଗବେଷକ ଓ ଆସୋସିଏଟ ପ୍ରେଫେସର ଡ. ସୁଧା ଗୋୟେଲ ଏବଂ ପର୍ଯ୍ୟାବରଣ ଇଞ୍ଜିନିୟରିଂ ଏବଂ ପ୍ରବନ୍ଧନ ଅଧ୍ୟୟନ କରୁଥିବା ରିସର୍ଚ୍ଚରବେଦ ପ୍ରକାଶ ରଞ୍ଜନ ଓ ଅନୁଜା ଜୋସେଫ କହିଛନ୍ତି ଯେ ୧୫ ମିନିଟ ଭିତରେ ଏହି ସୁକ୍ଷ୍ମ ପ୍ଲାଷ୍ଟିକ କଣିକା ଗରମ ତରଳ ପାନୀୟ ଯୋଗୁଁ ତରଳି ଯାଇଥାଏ । ଯାହାକୁ ପିଇବା ଦ୍ୱାରା ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ ।

Leave a Reply