ଆସୁଛି ନେକଷ୍ଟ ଜେନ୍ ହାଇପରସୋନିକ ଅସ୍ତ୍ର, ହଜିଯିବ ବାଲିଷ୍ଟିକ୍ ମିଜାଇଲ !

1 min read

ପ୍ରତି ସେକେଣ୍ଡରେ ଅତିକ୍ରମ କରିବ ଗୋଟିଏ ମାଇଲ । ଶବ୍ଦର ଗତି ଠାରୁ ୫ ଗୁଣା ସ୍ପିଡରେ ମାଡ଼ିଯିବ । ଆଧୁନିକ ବାଲିଷ୍ଟିକ ମିଜାଇଲ ଡିଫେନ୍ସ ସିଷ୍ଟମକୁ ମାତ୍ ଦେବାକୁ ପ୍ରତିରକ୍ଷା ଗବେଷଣା ଓ ବିକାଶ ପ୍ରତିଷ୍ଠାନ ବା ଡିଆରଡିଓ ନିର୍ମାଣ କରୁଛି ନେକଷ୍ଟ ଜେନ୍ ହାଇପରସୋନିକ ଅସ୍ତ୍ର । ଖୁବଶୀଘ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ନେକଷ୍ଟ ଜେନ୍ ହାଇପରସୋନିକ ଅସ୍ତ୍ରକୁ ଉଦଘାଟନ କରିବେ ।

ଚୀନ, ରୁଷିଆ ଓ ଆମେରିକା ପ୍ରଭୃତି ଦେଶ ପୂର୍ବରୁ ହାଇପରସୋନିକ ଅସ୍ତ୍ରର ପରୀକ୍ଷା କରି ସାରିଛନ୍ତି । ଦ୍ରୁତଗତିରେ ଯାଉଥିବା ଇଣ୍ଟର କଣ୍ଟିନେଣ୍ଟାଲ ବାଲିଷ୍ଟିକ ମିଜାଇଲ (ଆଇଏସବିଏମ୍) ରି-ଏଣ୍ଟ୍ରି ଭେଇକିଲ ଠାରୁ ହାଇପରସୋନିକ ଗ୍ରିଡ୍ ଭେଇକିଲ ଆହୁରି ସ୍ପିଡରେ ଯିବ । ଏହା ମୁଖ୍ୟତଃ ଆଧୁନିକ ବାଲିଷ୍ଟିକ ମିଜାଇଲ ଡିଫେନ୍ସ ସିଷ୍ଟମ ବିରୋଧରେ କାମ କରିବ । ଲମ୍ବା ଦୂରତାରୁ ପରମାଣୁ ଯୁଦ୍ଧାସ୍ତ୍ର ପ୍ରେରଣ କରିବାର କ୍ଷମତା ରଖୁଛି ନୂଆ ହାଇପର ସୋନିକ୍ ।

ଏହା ବ୍ୟତୀତ ଭାରତରେ ପ୍ରତିରକ୍ଷା ଯୁଦ୍ଧାସ୍ତ୍ର ଉତ୍ପାଦନ ପାଇଁ ଡିଆରଡିଓ ୧,୫୦୦ ପେଟେଣ୍ଟ ଅଫର କରିଛି । ଏଥିରେ ଉଦ୍ୟୋଗ କ୍ରିଟିକାଲ ମିଜାଇଲ ଟେକ୍ନୋଲୋଜି, ଜୈବ ବିଜ୍ଞାନ ଓ ନାଭି ଟେକ୍ନୋଲୋଜି ସାମଲି ଥିବା ଡିଆରଡିଓ ଅଧ୍ୟକ୍ଷ ଜି. ସତୀଶ ରେଡ୍ଡୀ ସୂଚନା ଦେଇଛନ୍ତି । ଷ୍ଟାର୍ଟ ଅପସ୍, ମଧ୍ୟମ ଓ କ୍ଷୁଦ୍ର ଉତ୍ପାଦନକାରୀ ସଂସ୍ଥା ଏହି ପେଟେଣ୍ଟକୁ ମାଗଣାରେ ପାଇପାରିବେ । ')}

Leave a Reply