ଏଣିକି ଘରେ ବସି ପାଇପାରିବେ ଏସବିଆଇର ଅନେକ ସୁବିଧା: ଜାଣନ୍ତୁ କେମିତି?

1 min read

ନୂଆଦିଲ୍ଲୀ: ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ଗ୍ରାହକଙ୍କ ପାଇଁ ଖୁସ ଖବର । ଏଣିକି ଘରେ ବସି ଏସବିଆଇର ବିଭିନ୍ନ ସେବାର ସୁବିଧା ପାଇପାରିବେ ଗ୍ରାହକ ।   ଏସବିଆଇ ଆରମ୍ଭ କରିଥିବା ଡୋର୍ ଷ୍ଟେପ୍ ବ୍ୟାଙ୍କିଂ ସର୍ଭିସ ଜରିଆରେ ଏହି ସବୁ ସୁବିଧା ପାଇପାରିବେ ଗ୍ରାହକ । କରୋନା କାଳରେ ଜନସାଧରଣଙ୍କୁ ସାମାଜିକ ଦୂରତ୍ୱ ରକ୍ଷା କରିବା, ଭିଡ଼ ସ୍ଥାନରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଉଥିବା ବେଳେ ବ୍ୟାଙ୍କ ପକ୍ଷରୁ ପ୍ରଦାନ କରାଯାଇଥିବା ଏଭଳି ସୁବିଧା ଲୋକଙ୍କୁ ଅଧିକ ସହାୟକ ହୋଇପାରିବ ।

100 Doorstep banking centres pan India Archives - Faceless Compliance

          ଏସବିଆଇର ନୂଆ ବ୍ୟବସ୍ଥା ଅନୁଯାୟୀ ଗ୍ରାହକଙ୍କୁ ଡୋର ଷ୍ଟେପ୍ ବ୍ୟାଙ୍କିଂ ସୁବିଧା ଦିଆଯିବ । ନନ୍ ପ୍ରଫେସନାଲ୍ ସର୍ଭିସ ଅନ୍ତର୍ଗତ ସେବା ଯେଭଳି କି, ଚେକ୍, ଡିମାଣ୍ଡ ଡ୍ରାଫ୍ଟ, ପେ ଅର୍ଡର ଆଦିର ପିକ୍ ଅପ୍ ଏବଂ ଆକାଉଣ୍ଟ ଷ୍ଟେଟମେଣ୍ଟ ରିକ୍ୟୁଏଷ୍ଟ, ଟର୍ମ ଡିପୋଜିଟ ରସିଦ୍ ଘରେ ପହଞ୍ଚାଇବା ଭଳି ସୁବିଧା ରହିଛି ।

           ଏସବିଆଇର ଅଫିସିଆଲ୍ ଓ୍ୱେବସାଇଟରେ ଉପଲବ୍ଧ ସୂଚନା ମୁତାବକ ଗ୍ରାହକଙ୍କୁ ବ୍ୟାଙ୍କ୍ ପକ୍ଷରୁ ଆପଣଙ୍କ ଘରୁ କେସ୍ ପିକ୍ଅପ୍ ବା ଟଙ୍କା ନେବା, କେସ୍ ଡେଲିଭେରୀ (ଟଙ୍କା ଦେବା), ଚେକ୍ ରିସିଭ୍ କରିବା, ଜନ୍ମ ପ୍ରମାଣପତ୍ର ନେବା, କେଓ୍ୱାଇସି ଡକ୍ୟୁମେଣ୍ଟ ନେବା, ଡ୍ରାଫ୍ଟ ଏବଂ ଡେଲିଭାରୀ ଫର୍ମ ୧୫ର ପିକ୍ଅପ୍ ଭଳି ସୁବିଧା ମିଳିବ । ତେବେ ବ୍ୟାଙ୍କ କର୍ମଚାରୀଙ୍କ ପକ୍ଷରୁ ହେବାକୁ ଥିବା ଏହି ନେଣ ଦେଣର ସୀମା ୧ ହଜାର ଟଙ୍କାରୁ ୨୦ ହଜାର ଟଙ୍କା ମଧ୍ୟରେ ରଖାଯାଇଛି । ଯଦି ଆପଣଙ୍କ ଆକାଉଣ୍ଟରେ ଟ୍ରାଞ୍ଜେକସନ୍ ବାବଦକୁ ଆବଶ୍ୟକ ଟଙ୍କା ନଥିଲେ ଆପଣଙ୍କ ରିକ୍ୟୁଏଷ୍ଟ ରଦ୍ଧ ହୋଇଯିବ ।

          ଡୋରଷ୍ଟେପ୍ ବ୍ୟାଙ୍କିଂ ସର୍ଭିସ କ’ଣ?

ଡୋରଷ୍ଟେପ୍ ବ୍ୟାଙ୍କିଂ ସର୍ଭିସ ଦ୍ୱାରା ଗ୍ରାହକ ଚେକ୍ ଜମା କରିବା, ଟଙ୍କା ନେଣଦେଣ ଏବଂ ଜନ୍ମ ପ୍ରମାଣପତ୍ର ନେବା ଭଳି ବହୁ ସୁବିଧା ଘରେ ବସି ପାଇପାରିବେ । ଏହି ସର୍ଭିସ ଦ୍ୱାରା ୭୦ ଲକ୍ଷରୁ ଊର୍ଦ୍ଧ୍ୱ ବୟସ୍କ, ଦିବ୍ୟାଙ୍ଗ, ଦ୍ରୁଷ୍ଟିବାଧିତ ଲୋକେ ନିଜ ଘରେ ବସି ଏହି ସବୁ ସୁବିଧାର ଫାଇଦା ଉଠାଇପାରିବେ । ଡୋରଷ୍ଟେପ୍ ବ୍ୟବସ୍ଥା ଅନୁଯାୟୀ ବ୍ୟାଙ୍କ କର୍ମଚାରୀ ଆପଣଙ୍କ ଘରକୁ ଆସିବେ ଆପଣଙ୍କ କାଗଜପତ୍ର ନେଇ ବ୍ୟାଙ୍କରେ ଜମା କରିବେ ।

          କେମିତି ପାଇପାରିବେ ଏହି ସୁବିଧା

ବ୍ୟାଙ୍କ ପକ୍ଷରୁ ପ୍ରଦାନ କରାଯାଉଥିବା ଏହି ସୁବିଧା ପାଇବ ପାଇଁ ଆପଣଙ୍କ ଏସବିଆଇର ଆପ୍ଳିକେସନକୁ ଡାଉନଲୋଡ୍ କରିବାକୁ ପଡ଼ିବ । ବ୍ୟାଙ୍କ ଓ୍ୱେବସାଇଟ ବା କଲସେଣ୍ଟର ସହ ଯୋଗାଯୋଗ କରି ଡୋରଷ୍ଟେପ୍ ସେବା ନେଇ ନିଜ ନାମକୁ ପଞ୍ଜୀକରଣ କରିବାକୁ ପଡ଼ିବ । ଏତଦବ୍ୟତୀତ ଯେ କୌଣସି କାର୍ଯ୍ୟ ଦିବସରେ  ଟୋଲ ଫ୍ରି ନମ୍ୱର ୧୮୦୦୧୧୧୧୦୩କୁ କଲ୍ କରି ସକାଳ ୯ଟାରୁ ସନ୍ଧ୍ୟା ୪ଟା ମଧ୍ୟରେ କଲ୍ କରିପାରିବେ । ତେବେ ଏହି ଡୋରଷ୍ଟେପ୍ ସୁବିଧା ବିଷୟରେ ଜାଣିବା ପାଇଁ https://bank.sbi/dsb କୁ ଲଗ୍‌ଇନ୍ କରିପାରିବେ ।

ଏଥିସହିତ ପଢ଼ନ୍ତୁ: ରିଲାଏନ୍ସ ଜିଓକୁ ଟକ୍କର ଦେବ ଏୟାରଟେଲ: ୧୯୯ ଟଙ୍କାର ରିଚାର୍ଜରେ ଏହି ସବୁ ସିବିଧା ପାଇବେ ଗ୍ରାହକ

Leave a Reply