ମେ’ ମାସରେ କରନ୍ତୁ ନାହିଁ ବେବି ପ୍ଲାନ୍, ହୋଇପାରେ ପିଲାର କ୍ଷତି !

1 min read
ନ୍ୟାସନାଲ ଏକାଡେମି ଅଫ ସାଇନ୍ସରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ, ମେ ମାସରେ ଗର୍ଭଧାରଣ କରିଥିବା ମହିଳାଙ୍କ ଶିଶୁଙ୍କର ଅନେକ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦିଏ  ।

ବିବାହ ପରେ ସବୁ ଦମ୍ପତିଙ୍କର ଅପେକ୍ଷା ଥାଏ ସେଇ କୁନି ଅତିଥିକୁ  । ଯିଏ ତାଙ୍କ  କୋଳକୁ ଆସି ସେମାନଙ୍କର ପିତାମାତା ହେବାର ସ୍ୱପ୍ନକୁ ପୁରଣ କରିଥାଏ  ।  ଆପଣ ଯଦି ଚାହାଁନ୍ତି ଆପଣଙ୍କ ଶିଶୁ ଶାରୀରିକ ଓ ମାନସିକ ଭାବେ ସୁସ୍ଥ ହେଉ, ତେବେ କେବ ବି ମେ’ ମାସରେ ବେବି ପ୍ଲାନିଂ କରନ୍ତୁ ନାହିଁ । କିଛି ପାଠକ ଏହାକୁ ମନଗଢ଼ା କଥା ବୋଲି ଭାବୁଥିବେ ।

କିନ୍ତୁ ନ୍ୟାସନାଲ ଏକାଡେମି ଅଫ ସାଇନ୍ସରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ, ମେ ମାସରେ ଗର୍ଭଧାରଣ କରିଥିବା ମହିଳାଙ୍କ ଶିଶୁଙ୍କର ଅନେକ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦିଏ  ।

ଏହାର ଏକ ମାତ୍ର  କାରଣ ହେଉଛି ଠିକ ସମୟରେ କନସିଭ ନ କରିବା । ଯେଉଁ ମହିଳା ମାନେ ମେ ମାସରେ କନସିଭ କରନ୍ତି ସେମାନଙ୍କ ଡେଲିଭରି ମାସ ହେଉଛି ଜାନୁୟାରୀ ବା ଫେବ୍ରୁଆରୀ  । ଏହା ଥଣ୍ଡା ସମୟ ହୋଇଥିବାରୁ ଡେଲିଭରି ପରେ ଶିଶୁକୁ ଫ୍ଲୁ ଓ ଇନଫେକ୍ସନ ହେବାର ଆଶଙ୍କା ଅଧିକ ଥାଏ  ।

ମେ ମାସରେ କନସିଭ୍ କରିଥିବା ୬ଲକ୍ଷ ମହିଳାଙ୍କୁ ନେଇ ହୋଇଥିବା ଗବେଷଣାରୁ ଏହା ଜଣା ପଡିଛି ଯେ, ସେମାନଙ୍କଠାରୁ ଜନ୍ମ ହୋଇଥିବା ଅଧିକାଂଶ ଶିଶୁ ପ୍ରିମ୍ୟାଚୁଅର ସହ ଶ୍ୱାସ ଜନିତ ସମସ୍ୟା ଭୋଗିଥା’ନ୍ତି । କେବଳ ସେତିକି ନୁହେଁ, ସେହି ପିଲାମାନେ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟା ଭୋଗିଥାଆନ୍ତି। ତେଣୁ ମେ’ ମାସରେ ବେବି ପ୍ଲାନ୍ ନ କରିବା ଭଲ ବୋଲି କୁହାଯାଉଛି । ')}

Leave a Reply