ଧର୍ମାନୁଷ୍ଠାନ ଖୋଲିବାକୁ ରାଜ୍ୟପାଳଙ୍କ ଚିଠି: ଉଦ୍ଧବ କହିଲେ ‘ମୁଁ ହିନ୍ଦୁତ୍ୱକୁ ମାନେ, ଆପଣଙ୍କ ସାର୍ଟିଫିକେଟ୍‌ ଲୋଡ଼ା ନାହିଁ’

ମହାରାଷ୍ଟ୍ର: ମନ୍ଦିର ଖୋଲିବାକୁ ନେଇ ମହାରାଷ୍ଟ୍ରରେ ରାଜନୀତି । ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏବଂ ରାଜ୍ୟପାଳ ଭଗତ ସିଂ କୋସ୍ୟାରି ମୁଁହାମୁଁହି ହୋଇଛନ୍ତି । ରାଜ୍ୟପାଳ ମନ୍ଦିର ଖୋଲିବା ନେଇ ଉଦ୍ଧବଙ୍କୁ ଚିଠି ଲେଖିଥିଲେ । ରାଜ୍ୟରେ ବାର ଏବଂ ରେଷ୍ଟୁରେଣ୍ଟ ଖୋଲିଗଲାଣି କିନ୍ତୁ ମନ୍ଦିର ଖୋଲା ହୋଇନି ବୋଲି ଚିଠିରେ ଉଲ୍ଲେଖ କରିଥିଲେ ।

ଆପଣଙ୍କୁ ମନ୍ଦିର ନଖୋଲିବା ପାଇଁ ଦୈବି ବାଣୀ ହୋଇଛି ନା ହଠାତ୍ ଏମିତି ଧର୍ମନିରପେକ୍ଷ ହୋଇଗଲେ ବୋଲି ରାଜ୍ୟପାଳ ପ୍ରଶ୍ନ କରିଥିଲେ । ତେବେ ରାଜ୍ୟପାଳଙ୍କୁ ଉତ୍ତରଦେଇ ଉଦ୍ଧବ କହିଛନ୍ତି, ମୁଁ ହିନ୍ଦୁତ୍ୱକୁ ମାନେ । ଏଥିପାଇଁ ଆପଣଙ୍କଠାରୁ ସାର୍ଟିଫିକେଟ୍ ଦରକାର ନାହିଁ । ତୁରନ୍ତ ଲକଡାଉନ୍‌ କରିଦେବା ଯେଭଳି ଭୁଲ ନିଷ୍ପତ୍ତି, ତୁରନ୍ତ ଲକଡାଉନ୍‌ ଉଠେଇବା ମଧ୍ୟ ଭୁଲ ହେବ ବୋଲି ଉଦ୍ଧବ ଠାକରେ ନିଜ ଉତ୍ତରରେ କହିଛନ୍ତି ।

Kangna With Sarad Pawar

ଖୁବଶୀଘ୍ର ମନ୍ଦିର ଖୋଲିବା ନେଇ ବିଭିନ୍ନ ମନ୍ଦିର ଆଗରେ ଆଜି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ସାଧାରଣ ଜନତା । ରାଜ୍ୟ ସରକାର ତୁରନ୍ତ ଧର୍ମାନୁଷ୍ଠାନ ଖୋଲିବା ପାଇଁ ସେମାନେ ଦାବି କରିଛନ୍ତି । ସେପଟେ ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି ଏନସିପି ମୁଖ୍ୟ ଶରଦ ପାଓ୍ୱାର ।

Leave a Reply