ହିଂସାକାଣ୍ଡ ପରେ କାଠଗଡାରେ ଟ୍ରମ୍ପ, କହିଲେ ଯିବି ନାହିଁ ବାଇଡେନଙ୍କ ଶପଥ ସମାରୋହକୁ

ୱାସିଂଟନ: ଶେଷରେ ପରାଜୟ ସ୍ୱୀକାର କରିଛନ୍ତି ଟ୍ରମ୍ପ । କହିଲେ ଜୋ ବିଡେନ୍ ହେବେ ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି । ଶାନ୍ତିପୂର୍ଣ୍ଣ ଭାବେ କରିବି କ୍ଷମତା ହସ୍ତାନ୍ତର । କିନ୍ତୁ ଆମେରିକାରେ ଘଟିଥିବା ହିଂସାକାଣ୍ଡକୁ ନିନ୍ଦା କରିବା ସହ ଆଗାମୀ ରାଷ୍ଟ୍ରପତି ଜୋ ବାଇଡେନଙ୍କ ଶପଥ ସମାରୋହକୁ ଯିବି ନାହିଁ ବୋଲି କହିଛନ୍ତି ଟ୍ରମ୍ପ । ଟ୍ବିଟର ଯୋଗେ ଏନେଇ ସୂଚନା ଦେଇଛନ୍ତି ଟ୍ରମ୍ପ ।

ଟ୍ରମ୍ପ କହିଛନ୍ତି, ଦେଶରେ ହୋଇଥିବା ଦଙ୍ଗା ଆମେରିକାର ଲୋକତନ୍ତ୍ରକୁ ଅପବିତ୍ର କରିଛି । ଦେଶବାସୀ ଶାନ୍ତି ବଜାୟ ରକ୍ଷା କରିବା ଆବଶ୍ୟକ । ଦେଶ ପାଇଁ ରାଷ୍ଟ୍ରପତି ଭାବେ କାମ କରିବା ପାଇଁ ମୋ ପାଇଁ ସମ୍ମାନର ବିଷୟ ଥିଲା ବୋଲି କହିଛନ୍ତି ଡୋନାଲ୍ଡ ଟ୍ରମ୍ପ । ଇଲେକ୍ଟୋରାଲ କଲେଜର ଡେମୋକ୍ରାଟ ପ୍ରାର୍ଥୀ ଜୋ ବିଡେନଙ୍କୁ ବିଜୟୀ ଘୋଷଣା ପରେ ପ୍ରଥମ ଥର ପାଇଁ ପରାଜୟ ସ୍ବୀକାର କରିଛନ୍ତି ବିଦାୟୀ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ।

ଜାନୁଆରୀ ୨୦ ତାରିଖରେ ୪୬ ତମ ନୂଆ ମାର୍କିନ ରାଷ୍ଟ୍ରପତି ଭାବେ ଶପଥ ନେବେ ଜୋ ବିଡେନ । ଆମେରିକା ରାଷ୍ଟ୍ରପତି ନିର୍ବାଚନ ଫଳାଫଳକୁ ଟ୍ରମ୍ପ ତଥା ତାଙ୍କ ସମର୍ଥକ ଗ୍ରହଣ କରୁନଥିବାରୁ ଉପୁଜିଥିଲା ହିଂସା । ଏଥିରେ ଚାରି ଜଣକ ମୃତ୍ୟୁ ହୋଇଥିବାବେଳେ ଅନେକ ଆହତ ହୋଇଥିଲେ । ପରିସ୍ଥିତିକୁ ନଜରରେ ରଖି ଆମେରିକାରେ ଏମର୍ଜେନ୍ସି ଲାଗୁ ହୋଇଛି । ରାଜଧାନୀ ଓ୍ବାଶିଂଟନ ଡିସିରେ ୧୫ ଦିନ ଯାଏ ଲାଗୁ ହୋଇଛି ଜରୁରିକାଳୀନ ପରିସ୍ଥିତି । ସେପଟେ ଏଭଳି ସ୍ଥିତିରେ ପରବର୍ତ୍ତୀ ରାଷ୍ଚ୍ରପତିଙ୍କ ଶପଥ ଉତ୍ସବକୁ ଯିବେ ନାହିଁ ବୋଲି କହିଛନ୍ତି ଟ୍ରମ୍ପ ।

Leave a Reply