କିଏ ଜିତିବ ଆମେରିକୀୟ ହିନ୍ଦୁଙ୍କ ଆସ୍ଥା ? ଟ୍ରମ୍ପ ନା ବାଇଡେନ୍

1 min read

ୱାଶିଂଟନ୍: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ ଓ ଜୋ ବାଇଡେନ ପ୍ରଚାର ଆରମ୍ଭ କରିଥିବା ବେଳେ ଫୋକସରେ ରହିଛନ୍ତି ଅଳ୍ପସଂଖ୍ୟକ ଧାର୍ମିକ ସମୁଦାୟ । ପୂର୍ବରୁ ଆମେରିକା ରାଜନୀତିରେ କେବେ ଏମିତି ଦେଖିବାକୁ ମିଳୁନିଥିଲା । ଧାର୍ମିକ ଅଳ୍ପସଂଖ୍ୟକ ବିଶେଷକରି ହିନ୍ଦୁଙ୍କୁ ଆକୃଷ୍ଟ କରିବାକୁ ଦୁଇ ଆଶାୟୀ ଉଦ୍ୟମ ଆରମ୍ଭ କରିଛନ୍ତି । ଆମେରିକା ରାଜନୀତିରେ ହିନ୍ଦୁଙ୍କ ଗୁରୁତ୍ୱ ବଢ଼ୁଥିବା ସଂକେତ ମିଳୁଛି । ଏହା ପୂର୍ବରୁ କିଛିଦିନ ତଳେ ହ୍ୱାଇଟ୍ ହାଉସରେ ମଧ୍ୟ ବେଦ ପାଠ କରାଯାଉଥିବା ନଜରକୁ ଆସିଥିଲା । ଯେଉଁଥିରେ ଖୋଦ୍ ଡୋନାଲ୍ଡ ଟ୍ରମ୍ପ ଉପସ୍ଥିତ ଥିଲେ ।

ହିନ୍ଦୁଙ୍କୁ ମନାଇବାରେ ଲାଗିଛନ୍ତି ଟ୍ରମ୍ପ ଓ ବାଇଡେନ

ଆମେରିକାର ୨୦୧୬ ଜନଗଣନା ଅନୁସାରେ ସେଠାରେ ହିନ୍ଦୁଙ୍କ ପ୍ରତିନିଧିତ୍ୱ ୧ ପ୍ରତିଶତ ଥିଲା । ଏବେର ରାଷ୍ଟ୍ରପତି ଏବଂ ରିପବ୍ଲିକାନ୍ ପାର୍ଟିର ପ୍ରାର୍ଥୀ ଟ୍ରମ୍ପ ଆଉଥରେ ହ୍ୱାଇଟ୍ ହାଉସ ଯିବାକୁ ପ୍ରଚାର ଅଭିଯାନରେ ହିନ୍ଦୁଙ୍କୁ ଫୋକସ୍ କରିଛନ୍ତି । ଆମେରିକାର ହିନ୍ଦୁଙ୍କ ଧାର୍ମିକ ପଥରେ ଥିବା ପ୍ରତିବନ୍ଧକକୁ ଦୂର କରିବାକୁ ଆଶ୍ୱସନା ଦେଇଛନ୍ତି ଟ୍ରମ୍ପ । ଅନ୍ୟପଟେ ଟ୍ରମ୍ପଙ୍କ ପ୍ରତିଦ୍ୱନ୍ଦ୍ୱୀ ଏବଂ ଡେମୋକ୍ରାଟ ପ୍ରାର୍ଥୀ ବାଇଡେନ ପ୍ରଚାର ଅଭିଯାନ ଆରମ୍ଭ କରିଛନ୍ତି । ମଙ୍ଗଳବାର ସେ କହିଛନ୍ତି ହିନ୍ଦୁ ସମୁଦାୟ ସହ ସମ୍ପର୍କ ରଖିବା ତାଙ୍କର ପ୍ରାଥମିକତା ।

ଆମେରିକାରେ ହିନ୍ଦୁଙ୍କୁ ନେଇ ଅଭିଯାନ

ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ପ୍ରଥମ ଥର ଟ୍ରମ୍ପ ପ୍ରଚାର ଅଭିଯାନ ଅଗଷ୍ଟ ୧୪ରେ ଟ୍ରମ୍ପଙ୍କ ପାଇଁ ହିନ୍ଦୁ ସ୍ୱରର ଗଠନ ନେଇ ଘୋଷଣା କରିଥିଲେ । ଏହାର ଦୁଇ ଦିନ ପରେ ହିନ୍ଦୁ ସମୁଦାୟର ପ୍ରଖାତ ନେତା ନୀଳିମା ଗୋନୁଙ୍ଗୁତଲା ଡେମୋକ୍ରାଟିକ ରାଷ୍ଟ୍ରୀୟ ସମ୍ମେଳନ ଆରମ୍ଭ ପାଇଁ ଅନ୍ତର ଧାର୍ମିକ ପ୍ରାର୍ଥନାରେ ଯୋଗ ଦେଇଥିଲେ । ଏହାକୁ ନେଇ ବାଇଡେନ୍ ପ୍ରଚାର ଅଭିଯାନ କହିଥିଲା- ଆମେରିକାରେ ହିନ୍ଦୁଙ୍କ ରାଜନୈତିକ ମହତ୍ୱ ବଢ଼ାଇବାର ଏହା ସଂକେତ ।

ଟ୍ରମ୍ପଙ୍କ ଅସ୍ତ୍ର: ଭାରତ ସହ ସମ୍ପର୍କ

ଆମେରିକାରେ ହିନ୍ଦୁ-ଆମେରିକୀୟ ସମୁଦାୟକୁ ନିଜ ଆଡ଼କୁ ଆକର୍ଷିତ କରିବାକୁ ଟ୍ରମ୍ପ ପ୍ରଚାର ଅଭିଯାନରେ ନୂଆ ଗଠବନ୍ଧନ ଆସନ୍ତା ସପ୍ତାହରେ ରିପବ୍ଲିକାନ ରାଷ୍ଟ୍ରୀୟ ସମ୍ମିଳନୀରେ ଘୋଷଣା କରାଯିବା ନେଇ ଆଶା କରାଯାଉଛି । ଟ୍ରମ୍ପଙ୍କ ପ୍ରଚାର ଅଭିଯାନ ପକ୍ଷରୁ କୁହାଯାଇଛି- ହିନ୍ଦୁ ଧର୍ମର ଲକ୍ଷ ଲକ୍ଷ ଆମେରିକୀୟଙ୍କ ଯୋଗଦାନକୁ ଟ୍ରମ୍ପ ସମ୍ମାନ କରନ୍ତି । ଅର୍ଥନୀତି ସହ ଆମେରିକା-ଭାରତ ନିର୍ମାଣ ଓ ସମସ୍ତ ଧାର୍ମିକ ସ୍ୱତନ୍ତ୍ରତା ପାଇଁ ଦୃଢ଼ ସମର୍ଥନ କରେ । ଟ୍ରମ୍ପଙ୍କୁ ପୁନଃ ରାଷ୍ଟ୍ରପତି ଭାବେ ନିର୍ବାଚିତ କରିବା ଦ୍ୱାରା ହିନ୍ଦୁଙ୍କ ପ୍ରତି ଥିବା ଧାର୍ମିକ ସ୍ୱତନ୍ତ୍ରତା ପ୍ରତିବନ୍ଧକ କମ୍ ହେବ ।

ବାଇଡେନଙ୍କ ପ୍ରାଥମିକତା

ବାଇଡେନ୍ ମଙ୍ଗଳବାର ଡେମୋକ୍ରାଟିକ୍ ଦଳ ପକ୍ଷରୁ ରାଷ୍ଟ୍ରପତି ନିର୍ବାଚନ ପ୍ରାର୍ଥୀ ଘୋଷଣା କରାଯାଇଛି । ରାଜନୈତିକ ମଞ୍ଚ ସାଉଥ୍ ଏସିଆନ୍ସ ଫର୍ ବାଇଡେନ ପକ୍ଷରୁ କୁହାଯାଇଛି- ହିନ୍ଦୁ ସମୁଦାୟଙ୍କ ନିକଟରେ ପହଞ୍ଚିବାକୁ ବାଇଡେନ୍ ପ୍ରାଥମିକତା ଦେଇଛନ୍ତି । ବାଇଡେନ୍ ପ୍ରଚାର ଅଭିଯାନରେ ଭାରତୀୟ-ଆମେରିକୀୟଙ୍କ ପାଇଁ ମଞ୍ଚ ଆରମ୍ଭ କରିଛନ୍ତି । ଯେଉଁଥିରେ ହିନ୍ଦୁ ସମୁଦାୟର କେତକ ପ୍ରମୁଖ ଚିନ୍ତା ସ୍ଥାନ ପାଇବ । ବାଇଡେନ୍ ମନ୍ଦିର ସହିତ ଉପାସନା ସ୍ଥଳରେ ଘଟୁଥିବା ଅପରାଧ ପାଇଁ ଜରିମାନା କଠୋର କରିବାକୁ ପ୍ରସ୍ତାବ ଦେଇଛନ୍ତି । ଏଥିସହ ଧର୍ମ ସ୍ଥଳୀରେ ସୁରକ୍ଷା ବଢ଼ାଇବାକୁ ପ୍ରତିଶ୍ରୁତି ଦେଇଛନ୍ତି ସେ ।

Leave a Reply