କେବଳ ଫୁସ୍‌ଫୁସ୍‌ ନୁହେଁ: ଶରୀରର ଏହି ସବୁ ଅଙ୍ଗକୁ ଆକ୍ରମଣ କରିଥାଏ କରୋନା, ଆସିଲା ଆଶ୍ଚର୍ଯ୍ୟ କଲାଭଳି ତଥ୍ୟ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ହୁ ହୁ ହୋଇ ବଢ଼ିବାରେ ଲାଗିଛି  । ଏହା ସହ କରୋନା ତାର ରୂପକୁ ମଧ୍ୟ ବାରମ୍ବାର ପରିବର୍ତ୍ତନ କରୁଛି । ଯେଉଁଥି ପାଇଁ କରୋନା ଟିକା ତିଆରି ହୋଇ ପାରୁନଥିବାରେ ଏହା ଏକ ମୂଖ୍ୟ ଭୂମିକା ଗ୍ରହଣ କରିଛି । ସେପଟେ କିନ୍ତୁ କରୋନା ତାର କାୟା ବିସ୍ତାର କରିବାରେ ବ୍ୟସ୍ତ । ତେବେ ଏହି ମାରାତ୍ମକ ଭୂତାଣୁକୁ ନେଇ ଏବେ ଆଉ ଗୋଟିଏ ବଡ଼ ତଥ୍ୟ ସାମ୍ନାକୁ ଆସିଛି । ଯାହା ଶୁଣିଲେ ଆପଣ ପୁରା ଆଶ୍ଚର୍ଯ୍ୟ ହୋଇଯିବେ ।

କରୋନା ଭୂତାଣୁ କେବଳ ମଣିଷର ଫୁସଫୁସକୁ ଆକ୍ରମଣ କରିନଥାଏ । ବରଂ କିଡନୀ, ଯକୃତ, ହାର୍ଟ, ମସ୍ତିଷ୍କ, ସ୍ନାୟୁ, ଚର୍ମ ଏବଂ ପାକସ୍ଥଳୀକୁ ମଧ୍ୟ କ୍ଷତି ପହଞ୍ଚାଇଥାଏ । ଏଭଳି ରିପୋର୍ଟ ଏବେ ଲୋକମାନଙ୍କ ମନରେ ଆହୁରି ଭୟ ସୃଷ୍ଟି କରିଛି । ନ୍ୟୁୟର୍କର ଡାକ୍ତରମାନେ ରୋଗୀଙ୍କ ରିପୋର୍ଟ ସମୀକ୍ଷା କରିବା ପରେ ଏହା କହିଛନ୍ତି । କରୋନା ଭୂତାଣୁ ଦ୍ୱାରା ପ୍ରଭାବିତ ସହରମାନଙ୍କ ମଧ୍ୟରେ ନ୍ୟୁୟର୍କ ଅନ୍ୟତମ । ନ୍ୟୁୟର୍କ ସହରର କଲମ୍ବିଆ ୟୁନିଭରସିଟି ଇରବିଙ୍ଗ ମେଡିକାଲର ଡାକ୍ତରଙ୍କ ଟିମ୍ ମଧ୍ୟ ସେମାନଙ୍କ ରୋଗୀ ତଥା ବିଶ୍ୱର ଅନ୍ୟ ମେଡିକାଲ୍ ଟିମ୍ ସହିତ ରିପୋର୍ଟର ସମୀକ୍ଷା କରିଥିଲେ।

କିଛି ମାସ ପୂର୍ବେ ବହୁ ସଂଖ୍ୟକ କରୋନା ରୋଗୀଙ୍କୁ ଇରବିଙ୍ଗ ମେଡିକାଲରେ ଭର୍ତ୍ତି କରାଯାଇଥିଲା । କରୋନା ରୋଗୀଙ୍କ ରିପୋର୍ଟ ସମୀକ୍ଷା କରିବା ପରେ ଏକ ମାରାତ୍ମକ ତଥ୍ୟ ଡାକ୍ତରମାନେ ଜାଣିବାକୁ ପାଇଲେ । ମାରାତ୍ମକ ଭୂତାଣୁ ମଣିଷର ପ୍ରାୟ ସମସ୍ତ ଗୁରୁତ୍ୱପୂର୍ଣ୍ଣ ଅଙ୍ଗକୁ ଟାର୍ଗେଟ କରୁଛି । ସିଧାସଳଖ ରୋଗୀଙ୍କ ଗୁରୁତ୍ୱପୂର୍ଣ୍ଣ ଅଙ୍ଗକୁ କ୍ଷତି ପହଞ୍ଚାଏ ଏବଂ ରକ୍ତ ଶରୀର ମଧ୍ୟରେ ଜମାଟ ବାନ୍ଧିବାକୁ ଲାଗେ । ଧିରେ ଧିରେ ହୃଦସ୍ପନ୍ଦନ ବନ୍ଦ ହେବା ସହ କିଡନୀରୁ ରକ୍ତ ପ୍ରବାହିତ ହୋଇ ଦେହରେ ଦାଗ ପଡ଼ିବା ଆରମ୍ଭ ହୋଇଥାଏ ।

ଖାଲି ସେତିକି ନୁହେଁ, କରୋନା ଆକ୍ରାନ୍ତ ପରେ ରୋଗୀମାନଙ୍କର ମୁଣ୍ଡବିନ୍ଧା, ମୁଣ୍ଡ ବୁଲାଇବା, ମାଂସପେଶୀରେ ଯନ୍ତ୍ରଣା, ପେଟରେ ପ୍ରବଳ ଯନ୍ତ୍ରଣା ଏବଂ ଅନ୍ୟାନ୍ୟ ସମସ୍ୟା ଆରମ୍ଭ ହୋଇଥାଏ । ଏହା ସହିତ ଫୁସଫୁସ ସଂକ୍ରମଣ ହେତୁ ଗଳାରେ କଫ ଜମିବା ସହ ଜ୍ୱର ମଧ୍ୟ ହୋଇଥାଏ । ସମୀକ୍ଷା ବୈଠକରେ ଥିବା କଲମ୍ବିଆ ୟୁନିଭରସିଟିର ହୃଦ୍‌ରୋଗ ବିଶେଷଜ୍ଞ ଡକ୍ଟର ଅକୃତି ଗୁପ୍ତା କହିଛନ୍ତି ଯେ କରୋନା ରୋଗୀଙ୍କ ଚିକିତ୍ସା କରୁଥିବା ଡାକ୍ତରମାନେ ଏହା ମନେ ରଖିବା ଉଚିତ ଯେ ଏହା ଏକ ମଲ୍ଟି ସିଷ୍ଟମ ରୋଗ ।

ସେ କହିଛନ୍ତି ଯେ ସେଠାରେ ବହୁତ ସଂଖ୍ୟକ ରୋଗୀ ଅଛନ୍ତି ଯେଉଁମାନେ କିଡନୀ, ହୃଦୟ ଏବଂ ମସ୍ତିଷ୍କର ରୋଗରେ ଆକ୍ରାନ୍ତ । ତେଣୁ ଡାକ୍ତରମାନେ ଫୁସଫୁସ ସଂକ୍ରମଣର ଚିକିତ୍ସା କରିବା ସହିତ ବିଭିନ୍ନ ସମସ୍ୟା ପାଇଁ ମଧ୍ୟ ଚିକିତ୍ସା କରିବା ଉଚିତ୍ ।

ବିଶ୍ୱ ସୁନ୍ଦରୀ ଐଶର୍ଯ୍ୟା ଏବଂ ତାଙ୍କ ଝିଅଙ୍କୁ କରୋନା : ଜୟା ବଚ୍ଚନଙ୍କ ରିପୋର୍ଟ ନେଗେଟିଭ୍

Leave a Reply