କରୋନା ଫାଶରେ ଡାକ୍ତର ଓ ନର୍ସ

ନୟାଗଡ଼: କରୋନା ଫାଶରେ କୋଭିଡ୍‌ ଯୋଦ୍ଧା । ଫ୍ରଣ୍ଟଫୁଟ ଯୋଦ୍ଧାଙ୍କୁ ମଧ୍ୟ ଛାଡ଼ୁନି ଏହି ଭାଇରସ । ସେ ଡାକ୍ତର ହୁଅନ୍ତୁ ବା ପୋଲିସ । ସମସ୍ତେ କରୋନା ଭାଇରସର କବଳରେ ଆସୁଛନ୍ତି । ଲୋକଙ୍କ ସେବା କରିବାକୁ ପ୍ରତିଶ୍ରୁତି ନେଇଥିବା ଡାକ୍ତର ଓ ନର୍ସ ବି ହେଉଛନ୍ତି କରୋନା ସଂକ୍ରମିତ । ଲୋକଙ୍କ ସେବା କରି କରି ସେ ମଧ୍ୟ ନିଜ ଜୀବନକୁ ବାଜି ଲଗାଇ ଦେଇଛନ୍ତି । ଏବେ ଏମିତି ଏକ ଖବର ଆସିଛି ନୟାଗଡ଼ରୁ । କରୋନା କବଳିତ କରିଛି ଡାକ୍ତର ଓ ନର୍ସଙ୍କୁ ।

ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ଡାକ୍ତର ଓ ନର୍ସ କରୋନା ସଂକ୍ରମିତ ହୋଇଛନ୍ତି । ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ସୂଚନା ଦେଇଛନ୍ତି । ଉଭୟଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ୨ଜଣଙ୍କୁ ଭୁବନେଶ୍ୱର ସମ୍‌ ହସପିଟାଲରେ ଭର୍ତ୍ତି କରାଯାଇଛି । ଏଥିସହ ସେମାନଙ୍କ ସଂସ୍ପର୍ଶରେ ଆସିଥିବା କର୍ମଚାରୀଙ୍କୁ କ୍ୱାରେଣ୍ଟାଇନ୍‌ରେ ରଖାଯାଇଛି। ସେପଟେ ଡାକ୍ତର ଓ ନର୍ସ ସଂକ୍ରମିତ ହେବା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସର୍ଜରୀ ୱାର୍ଡ ସିଲ୍‌ କରାଯାଇଛି । ପୂରା ମେଡିକାଲକୁ ସାନିଟାଇଜ୍‌ କରାଯାଇଛି।

Leave a Reply