ଜୀବନ ଦେଉଥିବା ଲୋକ ନେଇ ଯାଇଥାନ୍ତା ଜୀବନ !

1 min read

ଉଦଳା: ଉପଖଣ୍ଡ ମେଡିକାଲରେ ଡାକ୍ତରଙ୍କ ଖାମଖିଆଲି । ଭୁଲ୍ ଇଞ୍ଜେକ୍ସନ ପରେ ପୁଣି ସାମନାକୁ ଆସିଲା ଏକ୍ସପାରୀ ସାଲାଇନ୍ କାହାଣୀ । ଏହାକୁ ନେଇ କପ୍ତିପଦା, ଉଦଳା ଉପଖଣ୍ଡ ମେଡିକାଲରେ ଉତ୍ତେଜନା ପ୍ରକାଶ ପାଇଛି ।କପ୍ତିପଦା ଦୁନ୍ଦରିଆ ଗାଁର ନରେନ୍ଦ୍ର ନାଥ ମହାନ୍ତି କପ୍ତିପଦା ଉଦଳା ଉପଖଣ୍ଡରେ ଭର୍ତ୍ତି ହୋଇଥିଲେ । ଡାକ୍ତର ଚେକଅପ୍ ପରେ ତାଙ୍କୁ ସାଲାଇନ୍ ଦେଉଥିଲେ । ଆଉ ଏହି ସାଲାଇନ୍ ଅକ୍ଟୋବର ମାସରୁ ଏକ୍ସପାରୀ ହୋଇ ଯାଇଥିବା ଦେଖିଥିଲେ ନରେନ୍ଦ୍ରଙ୍କ ପୁଅ । ଯାହାକୁ ନେଇ ମେଡିକାଲରେ ଉତ୍ତେଜନା ଦେଖା ଦେଇଥିଲା ।ସେ ଡାକ୍ତର ଉମାକାନ୍ତ ବାସ୍କେଙ୍କୁ ଏନେଇ ପଚାରିଥିଲେ ମଧ୍ୟ କୌଣସି ସନ୍ତୋଷଜନକ ଉତ୍ତର ପାଇନଥିଲେ । ଖବର ପାଇ ପୋଲିସ ଡାକ୍ତରଙ୍କୁ ପଚରାଉଚରା କରୁଛି । ଉଦଳା ଭଳି ଉପଖଣ୍ଡ ମେଡିକାଲ ଉପରେ ହଜାର ହଜାର ରୋଗୀ ନିର୍ଭର କରନ୍ତି । ତେବେ, ଏକ୍ସପାରୀ ସାଲାଇନ୍ ମେଡିକାଲରେ ଷ୍ଟକ୍ ରହୁଛି କିଭଳି ? ଆଉ ରୋଗୀଙ୍କୁ ଦେଲା ବେଳେ କାହିଁକି ଡାକ୍ତର କି ମେଡିକାଲ କର୍ତ୍ତୃପକ୍ଷ ଡେଟ୍ ଯାଞ୍ଚ କରୁନାହାଁନ୍ତି । ରୋଗୀଙ୍କ ଜୀବନ ଚାଲି ଯାଇଥିଲେ କିଏ ଦାୟୀ ହୋଇଥାନ୍ତା ?

ଡାକ୍ତରଙ୍କ ଖାମଖିଆଲି ଓ ଘଟଣାର ଯାଞ୍ଚ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସାଧାରଣରେ ଦାବି ହେଉଛି ।

https://nandighoshatv.comtension-in-baripada-prm-hospital/

Leave a Reply