ସରକାରଙ୍କ କଡା ନିର୍ଦେଶ, ମୋଟର ନିୟମ ନମାନିଲେ ରଦ୍ଦ ହେବ ଡିଏଲ୍

ଭୁବନେଶ୍ବର: ଜାନୁଆରୀ ପହିଲାରୁ ନିସ୍ତାର ନାହିଁ । ନିୟମ ଖିଲାପ କଲେ ରଦ୍ଦ ହେବ ଡିଏଲ୍ । ହେଲମେଟ, କାଗଜପତ୍ର, ପ୍ରଦୂଷଣ, ଡ୍ରାଇଭିଂ ଲାଇସେନ୍ସ, ଗାଡି ପଞ୍ଜୀକରଣ କଡାକଡି ଯାଞ୍ଚ ହେବ । ୨୦୧୫ରୁ ୨୦୧୯ ମଧ୍ୟରେ ରାଜ୍ୟରେ ୫୪ ହଜାର ୨୫୫ ଦୁର୍ଘଟଣା ଘଟିଥିବା ବେଳେ ୨ ହଜାର ୭୫୩ ଜଣଙ୍କ ମୃତ୍ୟୁ ଘଟିଛି ।

ସେହିପରି ଗତ ୪ ବର୍ଷ ଭିତରେ ୮ ହଜାର ୧୩୫ ଜଣ ଆହତ ହୋଇଛନ୍ତି । ମଦ୍ୟପାନ ଜନିତ ଦୁର୍ଘଟଣା ମଧ୍ୟ ରାଜ୍ୟରେ ବୃଦ୍ଧି ପାଉଛି । ଏସବୁକୁ ରୋକିବା ପାଇଁ ୨୦୧୯ରେ କେନ୍ଦ୍ର ସରକାର ଆଇନ ଆଣିଛନ୍ତି । ସୁପ୍ରିମକୋର୍ଟଙ୍କ ସଡ଼କ ସୁରକ୍ଷା କମିଟି ନିର୍ଦ୍ଦେଶ ପରେ ଏହା ଜାନୁଆାରୀ ପହିଲାରୁ ରାଜ୍ୟରେ ଲାଗୁ କରାଯିବ ।

ସେପଟେ ଏଣିକି ଦୁଇ ଚକିଆ ଗାଡିରେ ବସିଥିବା ଉଭୟ ଲୋକେ ହେଲମେଟ ପିନ୍ଧିବା ବାଧ୍ୟତା ମୂଳକ କରିଛନ୍ତି ରାଜ୍ୟ ସରକାର  । ତେବେ ରାଜ୍ୟରେ ହଠାତ୍ ଏହି ନିୟମ ଲାଗୁକୁ ନେଇ କଂଗ୍ରେସ ବିରୋଧ କରୁଥିବା ବେଳେ ବିଜେପି ସଚେତନତା ପାଇଁ ଆଉ କିଛି ମାସ ମହଲତ ଦେବାକୁ କହିଛି ।

Leave a Reply