ଗଞ୍ଜାମ ଲୋକଙ୍କୁ ଭୁବନେଶ୍ୱର ମନା, ସିଲ୍ ହେଲା ଗଞ୍ଜାମ-ଖୋର୍ଦ୍ଧା ସୀମା

1 min read
District Administration seals Ganjam-khorda Border.

ଗଞ୍ଜାମ-ଖୋର୍ଦ୍ଧା ସୀମାକୁ ଗଞ୍ଜାମ ଜିଲ୍ଲା ପ୍ରଶାସନ ସିଲ୍ କରିଛି । ଗଞ୍ଜାମ ଜିଲ୍ଲାକୁ ଅନ୍ୟ ଜିଲ୍ଲାର ଲୋକଙ୍କୁ ବାରଣ କରିବା ପାଇଁ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ମଙ୍ଗଳବାର ଏଭଳି ନିଷ୍ପତ୍ତି ନେଇଛନ୍ତି । ଜିଲ୍ଲାପାଳଙ୍କର ଟୁଇଟର ହ୍ୟାଣ୍ଡେଲରୁ ପୋଷ୍ଟ କରି ଜଣାଯାଇଛି ଯେ, ଗଞ୍ଜାମ-ଖୋର୍ଦ୍ଧା ସୀମାକୁ ସିଲ୍ କରାଯାଇଛି । କୌଣସି ବ୍ୟକ୍ତିଙ୍କୁ ଭୁବନେଶ୍ୱର ଯିବାକୁ ଅନୁମତି ଦିଆଯିବ ନାହିଁ । ଦୟାକରି, ସହଯୋଗ କରନ୍ତୁ ।

District Administration seals Ganjam_khorda Borderଅନ୍ୟପକ୍ଷରେ ଗଞ୍ଜାମ ଜିଲ୍ଲାର ସହରାଞ୍ଚଳରେ ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସଟଡାଉନ୍ ବଳବତ୍ତର ରହିଛି । ଏହି ସମୟ ମଧ୍ୟରେ ପ୍ରତି ଘରେ ପହଞ୍ଚି ସଦସ୍ୟମାନଙ୍କର ସ୍କ୍ରିନିଂ କରାଯିବ ।  ସ୍କ୍ରିନିଂରେ ଜ୍ୱର ଥିବା ଜଣାପଡିଲେ ରକ୍ତ ନମୁନା ସଂଗ୍ରହ କରାଯାଇ କୋଭିଡ୍ ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ନେଇ ଯୋଜନା କରାଯାଇଛି । କାର୍ଯ୍ୟକ୍ରମ ଚାଲୁ ମଧ୍ୟ ରହିଛି । ଉଲ୍ଲେଖଯୋଗ୍ୟ ଯେ ଜିଲ୍ଲାର ସମସ୍ତ ବିଜ୍ଞାପିତ ପରିଷଦ ଅଞ୍ଚଳ, ପୌର ପାଳିକା ଓ ବ୍ଲକ୍ ହେଡ୍ କ୍ୱାଟରର ପ୍ରତି ଘରର ସଦସ୍ୟଙ୍କର ସ୍କ୍ରିନିଂ ହେବ । 

Leave a Reply