ରେଳ ସଦନରେ ଓଲଟା ଉଡ଼ିଲା ତ୍ରିରଙ୍ଗା, ସଜାଡ଼ିଲେ ସଚେତନ ନାଗରିକ

1 min read

ଭୁବନେଶ୍ୱର : ଜାତୀୟ ପତାକାକୁ ଅସମ୍ମାନ । ପୂର୍ବତଟ ରେଳବାଇର ମୁଖ୍ୟ କାର୍ଯ୍ୟାଳୟରେ ଜାତୀୟ ପତାକାକୁ ଅସମ୍ମାନ କରାଯାଇଥିବା ଦେଖିବାକୁ ମିଳିଛି । ମୁଖ୍ୟ କାର୍ଯ୍ୟାଳୟରେ ଜାତୀୟ ପତାକା ଓଲଟା ଉଡୁଥିବାର ଦୃଶ୍ୟ ସମସ୍ତ ସଚେତନ ନାଗରିକଙ୍କୁ ଆଶ୍ଚର୍ଯ୍ୟ କରିଛି । ବର୍ଷ ବର୍ଷ ଧରି ଏଠାରେ ଜାତୀୟ ପତାକାକୁ ସମ୍ମାନ ଜଣାଇ ତ୍ରିରଙ୍ଗା ଉଡ଼ାଯାଉଥିବା ବେଳେ ଏଥିରେ ଭୁଲ୍ ହେଲା କେମିତି ?

ଓଲଟା ଉଡୁଥିଲା ତ୍ରିରଙ୍ଗା

ଏ ଘଟଣା ସାମ୍ନାକୁ ଆସିବା ପରେ ତୁରନ୍ତ ଏହାକୁ ଠିକ୍ କରିଥିଲେ ସଚେତନ ନାଗରିକ ଅନୁପ କୁମାର ସ୍ୱାଇଁ । ରେଳ ବିଭାଗ ପରି ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗର ମୁଖ୍ୟ କାର୍ଯ୍ୟାଳୟରେ ଏପରି ଦାୟିତ୍ୱହୀନ ଘଟଣାକୁ ବିଭିନ୍ନ ମହଲରେ ସମାଲୋଚନା କରାଯାଇଛି । ସଚେତନ ନାଗରିକ ଏ ସଂପର୍କରେ ବିଭିନ୍ନ ମହଲକୁ ଅବଗତ କରାଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।

https://www.facebook.com/nandighoshatv/videos/947761095579761/?t=10 ')}

Leave a Reply