ଆଦିବାସୀ ପିଲାଙ୍କ ଶିକ୍ଷା କ୍ଷେତ୍ରରେ ଓଡ଼ିଶାର ସଫଳତା

1 min read

ଭୁବନେଶ୍ୱର: ଆଦିବାସୀ ପିଲାଙ୍କ ଶିକ୍ଷାକ୍ଷେତ୍ରରେ ଓଡ଼ିଶାର ସଫଳତା । ଦେଶର ପ୍ରଥମ ରାଜ୍ୟ ଭାବେ ISO ସାର୍ଟିଫିକେଟ ହାସଲ କରିଛି । ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଇଁ ହଷ୍ଟେଲକୁ ସ୍ୱୀକୃତି ମିଳିଛି । ଓଡ଼ିଶାର ୪୪ ଆଦିବାସୀ ହଷ୍ଟେଲକୁ ISO ସାର୍ଟିଫିକେଟ ମିଳିଛି । ମିଶନ ସୁବିଦ୍ୟାରେ ଗୁଣବତ୍ତା ଓ ମାନ ଆଧାରରେ ସ୍ୱୀକୃତି ମିଳିଛି ।

ପ୍ରଥମ ପର୍ଯ୍ୟାୟରେ କେନ୍ଦୁଝର ଓ ସମ୍ବଲପୁରରେ ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଇଁ ଥିବା ସମସ୍ତ ହଷ୍ଟେଲଗୁଡିକୁ ବିଚାରକୁ ନିଆଯାଇଥିଲା । ଏଥିରେ ୬୦ଟି ହଷ୍ଟେଲ ସାମିଲ ଥିବା ବେଳେ ଲକଡାଉନ ପୂର୍ବରୁ ଅଡିଟ ଟିମ୍ ମାତ୍ର ୪୪ଟି ହଷ୍ଟେଲକୁ ଅନୁଧ୍ୟାନ କରିବାରେ ସକ୍ଷମ ହୋଇଥିଲେ । ତେଣୁ ୪୪ଟି ହଷ୍ଟେଲକୁ ISO ସାର୍ଟିଫିକେଟ ମିଳିପାରିଛି । ଲକ୍‌ଡାଉନ୍‌ ପୂର୍ବରୁ ଏସବୁ ହଷ୍ଟେଲକୁ ଅଡିଟ୍‌ ଟିମ୍‌ ଯାଇ ଅନୁଧ୍ୟାନ କରିଥିବା ବେଳେ ଲକଡାଉନ୍ ପରେ ଅନ୍ୟ ହଷ୍ଟେଲ ଅନୁଧ୍ୟାନ କରିପାରନ୍ତି ଅଡ଼ିଟ୍ ଟିମ ।

୨୦୧୯ରେ ଆରମ୍ଭ ହୋଇଥିବା ଏହି ସୁବିଦ୍ୟା ମିଶନ ଆଦିବାସୀ ହଷ୍ଟେଲର ମୌଳିକ ସେବାର ଗୁଣବତ୍ତା ଉନ୍ନତି କରିବାକୁ ଯୋଜନା ରହିଛି । ଏହି ମିଶନ ମୂଳ ଉଦ୍ଦେଶ୍ୟ ରହିଛି ହଷ୍ଟେଲ ବିଲ୍ଡିଂ, କାର୍ଯ୍ୟକ୍ଷମ ଶୌଚାଳୟ, ନିରାପଦ ପାନୀୟ ଜଳ, ଉପଯୁକ୍ତ ରୋଷେଇ ଘର ଏବଂ ଭୋଜନ, ସୁରକ୍ଷା, ସୁରକ୍ଷା, ସ୍ୱାସ୍ଥ୍ୟ, ସ୍ୱଚ୍ଛତା ଏବଂ ଛାତ୍ରମାନଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା ଭଳି ଗୁଣାତ୍ମକ ଉନ୍ନତି ।

Leave a Reply