ଅନୁଶାସନ ଓ ଶୃଙ୍ଖଳା ରାଜ୍ୟରେ ରୋକିଛି କରୋନା ସଂକ୍ରମଣ, ପଜିଟିଭ୍ ହାର ୧.୦୮ ପ୍ରତିଶତ

1 min read

ଭୁବନେଶ୍ୱର: କରୋନା ସଂକ୍ରମିତ ଦୋଷୀ ନୁହଁନ୍ତି । ସେମାନେ ସ୍ୱଇଚ୍ଛାରେ ସଂକ୍ରମିତ ହୋଇନାହାନ୍ତି । ସେମାନଙ୍କ ରକ୍ଷାଣବେକ୍ଷଣ ତଥା ରାଜ୍ୟବାସୀଙ୍କୁ ନିରାପଦ ରଖିବା ସରକାରଙ୍କ ଦାୟିତ୍ୱ ଅଟେ ବୋଲି କହିଛନ୍ତି କରୋନା ମୁକାବିଲା କମିଟି ମୁଖପାତ୍ର ସୁବ୍ରତ ବାଗଚୀ ।

ଏନ୍ଏଚ୍ଏମ୍ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ କହିଛନ୍ତି- ଲକଡାଉନ୍ ନିୟମ ମାନିବା ଯୋଗୁଁ ରାଜ୍ୟର ଲାଭ ହୋଇଛି । ଆମ ରାଜ୍ୟରେ ଅନୁଶାସନ ଓ ଶୃଙ୍ଖଳା ଫଳରେ ଅନ୍ୟ ରାଜ୍ୟଠାରୁ ସଂକ୍ରମିତଙ୍କ ସଂଖ୍ୟା ୬୦ରେ ରହିଛି । ପ୍ରତି ୧୦୦ଟି ଟେଷ୍ଟରେ ରାଜ୍ୟରେ ୧.୦୮ ପ୍ରତିଶତ ପଜିଟିଭ୍ ଆସୁଛି । ଅଦ୍ୟାବିଧି ୫୪୭୭ଟି ଟେଷ୍ଟ ହୋଇଛି । ଦିଲ୍ଲୀ ସହ ଅନ୍ୟ ରାଜ୍ୟ ଓ ଓଡ଼ିଶାକୁ ତୁଳନା କରି ଏହି ତଥ୍ୟ ସେ ରଖିଛନ୍ତି ।

ରାଜ୍ୟର ସବୁ ଜିଲ୍ଲାରେ ଟେଷ୍ଟିଂ କରାଯାଉଛି । କେବିକେ ଜିଲ୍ଲାରୁ ମଧ୍ୟ ଲଗାତାର ଟେଷ୍ଟ ହେଉଛି । ଲକ୍ଷଣ ଥିଲେ ଅଧିକ ଟେଷ୍ଟ କରାଯାଉଛି । ରାଜ୍ୟବାସୀ ଶୃଙ୍ଖଳା ରକ୍ଷା କରିଥିବାରୁ ଓଡ଼ିଶାରେ ସଂକ୍ରମଣ ଧିମା ରହିଛି । ଦେଶରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିଛି ।

ଆମ ଲକ୍ଷ୍ୟ, ସମ୍ପୂର୍ଣ୍ଣ ଭାବେ ସଂକ୍ରମଣକୁ ଶେଷ କରିବା । ରାଜ୍ୟରେ ଥିବା ୬୦ଟି କେସର ଆନାଲିସିସ୍ କରିବା । ସଂକ୍ରମଣ କେମତି ହେଲା, କଣ କଲେ ଆମେ ନିଜକୁ ବଞ୍ଚାଇ ପାରିବା । କଳାହାଣ୍ଡି ଆକ୍ରାନ୍ତଙ୍କ ଉଦାହରଣ ଦେଇ ଏହାକୁ ବୁଝାଇଛନ୍ତି ଶାଳିନୀ ପଣ୍ଡିତ । କ୍ରିକେଟ୍ ଖେଳରୁ କରୋନା ହୋଇଥିଲା, ଦେହରେ ଲକ୍ଷଣ ନଥିଲା । ତେଣୁ ଘରେ ରୁହନ୍ତୁ, ସୁସ୍ଥ ରୁହନ୍ତୁ ।

କେନ୍ଦ୍ର କରୋନା ହଟସ୍ପଟ ଲିଷ୍ଟରେ ଖୋର୍ଦ୍ଧା, ଗ୍ରୀନ୍ ଜୋନରେ ୨୧ ଜିଲ୍ଲା

ଯେଉଁମାନେ ମାସେ ହେଲା ଘରେ ଅଛନ୍ତି । ତାଙ୍କୁ ମଧ୍ୟ କରୋନା ହୋଇଛି । ସେମାନଙ୍କ ଘରୁ ବାହାରକୁ ଯାଉଥିବା ଲୋକ ସାମାଜିକ ଦୂରତା ରକ୍ଷା ନକରିବା, ହାତ ନ ଧୋଇବା ଫଳରେ ଛୁଆ ଓ ବୟସ୍କଙ୍କୁ ସଂକ୍ରମିତ ହୋଇଛି । ତେଣୁ, ଏହାକୁ ଗୁରୁତ୍ୱ ଦିଅନ୍ତୁ, ପରିବାରକୁ ବଞ୍ଚାନ୍ତୁ ।

Leave a Reply