ନାମିଦାମୀ କମ୍ପାନିର ଫେକ ଆଇଡ଼ି ଖୋଲି ବୁକିଂ କରୁଥିଲା ଫ୍ଲାଇଟ ଟିକେଟ, ଦିଲ୍ଲୀରୁ ଆସି ଉଠାଇନେଲା ପୋଲିସ

ଭଦ୍ରକ: ଦିଲ୍ଲୀରେ ଠକେଇ, ଧୂଷୁରୀରୁ ଅଟକ । ଅନଲାଇନରେ ଠକେଇ ଅଭିଯୋଗରେ ଯୁବକଙ୍କୁ ଅଟକ ରଖିଛି ଦିଲ୍ଲୀ ପୋଲିସ । ଠକେଇରେ ସଂପୃକ୍ତ ଯୁବକ ହେଲେ ରାଜେନ୍ଦ୍ର ମଲ୍ଲିକ । ଅନଲାଇନ ଯୋଗେ ସେ ୫୦ଲକ୍ଷରୁ ଅଧିକ ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଛି । ଗତକାଲି ବିଳମ୍ବିତ ରାତିରେ ରାଜେନ୍ଦ୍ରଙ୍କୁ ଧୂଷୁରୀ ନରହରିପୁର ସ୍ଥିତ ଶ୍ୱଶୂର ଘରୁ ଉଠାଇ ନେଇଥିଲା ଦିଲ୍ଲୀ ପୋଲିସ ।

ସୂଚନା ଅନୁଯାୟୀ ସେ ବିଭିନ୍ନ ନାମିଦାମୀ କମ୍ପାନିର ଫେକ ଆଇଡ଼ି ଖୋଲି ଯୁବକ ଜଣକ ଫ୍ଲାଇଟ ଟିକେଟ ବୁକିଂ କରୁଥିଲେ । ଏନେଇ ଅଭିଯୋଗ ପରେ ଘଟଣାର ତଦନ୍ତ ଆରମ୍ଭ କରିଥିଲା ଦିଲ୍ଲୀ ପୋଲିସ । ଅଟକ ପରେ ଧୂଷୁରୀ ଥାନାକୁ ଆଣି ଅଧିକ ପଚରା ଉଚୁରା କରୁଛି ଦିଲ୍ଲୀ ପୋଲିସ ।

Leave a Reply