ମାତିଲେ ଡିଜିଟାଲ ଦଲାଲ , ଅନଲାଇନରେ ଡ୍ରାଇଭିଂ ଲାଇସେନ୍ସର କଳା କାରବାର

1 min read

ଆରଟିଓ କାର୍ଯ୍ୟାଳୟ ହେଲା ଦଲାଲ ମୁକ୍ତ ।  ସରକାରୀ କାର୍ଯ୍ୟାଳୟ ବାହାରେ ଚାଲିଥିବା ବେଆଇନ ଧନ୍ଦାରେ ଲାଗିଲା ଲଗାମ ।  କିନ୍ତୁ ଅନଲାଇନରେ ସକ୍ରିୟ ହୋଇଗଲେ ଦଲାଲ ।  ଏଣିକି ଅନଲାଇନରେ ଆରମ୍ଭ ହେଲା କଳା ବଜାରୀ । ଲାଇସେନ୍ସ ଯ଼ୋଗାଇ ଦେବା ପାଇଁ ଓ୍ବେବସାଇଟରେ କରୁଛନ୍ତି କାରବାର ।

ଆପଣ ଡ୍ରାଇଭିଂ ଲାଇସେନ୍ସ କରିନାହାନ୍ତି କି ? ଅନଲାଇନରେ  ଆବେଦନ କରିବାକୁ ଚାହୁଁଛନ୍ତି କି ? ଯ଼ଦି ଆବେଦନ କରୁଛନ୍ତି ତେବେ ଏହି ରିପୋର୍ଟ ନିଶ୍ଚୟ ପଢନ୍ତୁ ।

GOVT PARIVAHAN WEBSITE
PARIVAHAN WEBSITE

ଡିଜିଟାଲ ଦଲାଲଙ୍କ ଜାଲରେ ଆପଣବି ପଡିପାରନ୍ତି ।  ଲାଇସେନ୍ସ ବାବଦକୁ ୧୦ ଗୁଣା ଟଙ୍କା ନେଇଯାଉଛନ୍ତି ଡିଜିଟାଲ ଦଲାଲ ।  ଅତି ସହଜରେ ଅନଲାଇନ ଜରିଆରେ ଡ୍ରାଇଭିଂ ଲାଇସେନ୍ସ ଆବେଦନ ପାଇଁ କେନ୍ଦ୍ର ସରକାର ସ୍ବତନ୍ତ୍ର ଓ୍ବେବସାଇଟ କରିଛନ୍ତି ।  ଓ୍ବେବସାଇଟର ଅନଲାଇନ ସର୍ଭିସରେ କ୍ଲିକ କରି ଡ୍ରାଇଭିଂ ଲାଇସେନ୍ସ ପାଇଁ ଆବେଦନ କରିହେବ ।  ଏବେ ଏହି ଫର୍ମୁଲାକୁ ଆପଣେଇଛନ୍ତି ଡିଜିଟାଲ ଦଲାଲ ।  କେତେକ ଠକ ସଂସ୍ଥା ଲାଇସେନ୍ସ ପ୍ରଦାନ କରିବା ପାଇଁ ଫେକ ବା ନକଲି ଓ୍ବେବସାଇଟ ତିଆରି କରିଛନ୍ତି ।  ଓ୍ବେବସାଇଟକୁ ଟିକେ ଭଲ ଭାବେ ଦେଖନ୍ତୁ ।  ଡିଜିଟାଲ ଇଣ୍ଡିଆ ଓ ସ୍ବଛ ଭାରତର ଲୋଗୋ ରହିଛି ଏହି ଓ୍ବେବସାଇଟରେ ।  ଆଉ ମଝିରେ ପ୍ରଧାନମୃନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫଟୋ ।  ଓ୍ବେବସାଇଟର ଏହି ପେଜକୁ ଦେଖିଲେ ଯେ କେହି ଏହାକୁ ସରକାରୀ ଓ୍ବେବସାଇଟ ଭାବିନେବ ।

FAKE WEBSITE
FAKE DRIVING LICENCE WEBSITE

ଏହି ଫର୍ମାଟରେ ବ୍ୟକ୍ତିଗତ ସୂଚନା ଦେବା ପାଇଁ ଲେଖାଯାଇଛି । ଏସବୁ ଲେଖିବା ପରେ ୧୯୫୦ ଟଙ୍କା ଅନଲାଇନ ପେମେଣ୍ଟ କରିବାକୁ ପଡିବ ।  ଏତକ କଲେ ଅନଲାଇନରେ ଲର୍ଣ୍ଣିଂ ଲାଇସେନ୍ସ ପାଇଁ ଆବେଦନ ହୋଇଯିବ ।  ଏକ ମାସ ପରେ ଡ୍ରାଇଭିଂ ଲାଇସେନ୍ସ ଆବେଦନ କରିବା ବେଳେ ପୁଣି ଥରେ  ଅନଲାଇନରେ ୧୯୫୦ ଟଙ୍କା ପେମେଣ୍ଟ କରିବାକୁ ପଡିବ ବୋଲି ସଂସ୍ଥାର କର୍ମଚାରୀ କହିଛନ୍ତି ।

PAY SLIP
SLIP OF PAYMENT

ଭୁବନେଶ୍ବରର ଜ୍ଞାନରଞ୍ଜନ ଦାସ ଏଭଳି ଏକ ଠକାମୀର ଶିକାର ହେବା ପରେ ଏହି ଘଟଣା ସାମ୍ନାକୁ ଆସିଛି ।  ଅନ୍ୟମାନଙ୍କ ଭଳି ଜ୍ଞାନରଞ୍ଜନ ବି ଅନଲାଇନରେ ଲର୍ଣ୍ଣିଂ ଲାଇସେନ୍ସ ଆବେଦନ କଲେ । କିନ୍ତୁ ସରକାରୀ ଓ୍ବେବସାଇଟ ବଦଳରେ ଏହି ଫେକ ଦଲାଲଙ୍କ ଓ୍ବେବସାଇଟରେ ଆବେଦନ କଲେ ।  ନିଜର ସବୁ ସୂଚନା ଦେବା ପରେ ୧୯୫୦ ଟଙ୍କା ବି ଅନଲାଇନରେ ପେମେଣ୍ଟ କଲେ ।  ଲାଇସେନ୍ସ ସଂପର୍କରେ କଲ କରି ପଚାରିବାରୁ ଜ୍ଞାନଙ୍କ ମୋବାଇଲ ନମ୍ବର ବ୍ଲକ କରିଦେଇଛି ଏହି ଠକ ସଂସ୍ଥା ।

ଏଭଳି ଅନେକ ଓ୍ବେବସାଇଟ ଏବେ ଉପଲବ୍ଧ ଅଛି ।  ତେବେ ଏଭଳି ଡିଜିଟାଲ ଦଲାଲଙ୍କ ଫାସରେ ନପଡି ସରକାରୀ ଓ୍ବେବସାଇଟରେ ହିଁ ଲାଇସେନ୍ସ ଆବେଦନ କରିବାକୁ ସଡକ ଓ ପରିବହନ ବିଭାଗ ପରାମର୍ଶ ଦେଇଛି । ')}

Leave a Reply