ଚାରିକାନ୍ଥର ଖୁଆଡ଼ ଭିତରେ ଖୋଜୁଛି ମାଆର ମମତା: ନନ୍ଦନକାନନ ହେଲା କୁନି ହାତୀର ନୂଆ ଠିକଣା

ମାଆ ସିନା ଭୁଲିଗଲା । ସ୍ନେହ ଆଉ ଦଳ ଭିତରେ ସେ ସିନା ଦଳକୁ ବାଛିଲା । ହେଲେ ମାଆର ମମତାକୁ ଭୁଲି ପାରୁନି କୁନି ହାତୀ । ଘରର ଚାରିକାନ୍ଥ ଭିତରେ ଖୋଜୁଛି ଖୋଲା ଆକାଶ ତଳେ ମାଆର ସ୍ନେହ  । ସେପଟେ ମାଆ ଛାଡିଗଲାପରେ ଛୁଆ ହାତୀର ନୂଆ ଠିକଣା ପାଲଟିଛି ନନ୍ଦନକାନନ  । ବନବିଭାଗର ନିଷ୍ପତ୍ତିପରେ ନନ୍ଦନକାନକୁ କୁନୀ ହାତୀକୁ ପଠାଇଛି ବ୍ରହ୍ମପୁର ବନବିଭାଗ  ।

ଦଳର ନିଷ୍ପତ୍ତିରେ ମାଆ ସିନା ମମତାକୁ ଭୁଲିଗଲା, ହେଲେ ମାଆର ସେନେହଁକୁ ଭୁଲି ପାରୁନି କୁନି ହାତୀ  । ଗୁମୁରୁଗୁମୁରି ଚାରିକାନ୍ଥ ଭିତରେ ଖୋଜୁଛି ମାଆ କୋଳ  ।  ଇଏ ହେଉଛି ଗତକାଲି ଗଂଜାମ ଟିକିଟି ସୋରଳରୁ ଉଦ୍ଧାର ହୋଇଥିବା ସେଇ ହାତୀ ଛୁଆ  । ମଣିଷ ଛୁଇଁଦେଲା ବୋଲି ମାଆ ପର କରି ଚାଲିଗଲା  । ଆଉ ଏବେ ଖୋଲା ଆକାଶ ତଳେ ନିଜ ଜାତି ସହ ବିତାଇଥିବା ପ୍ରତିଟି ମୁହୁର୍ତ୍ତୁକୁ ଅଣ୍ଡାଳୁଛି ଏଇ ଛୁଆ ହାତୀ  ।

ମାଆ ଛାଡିଗଲାପରେ ବନ ବିଭାଗ ତରଫରୁ ହାତୀଟିକୁ ଟାମଣା ନର୍ସରୀ ରଖାଯାଇଥିଲା  । ତାର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହିତ ଖିର, କଦଳୀ, ପନିପରିବା ଆଦି ଭଳିକିଭଳି ଖାଦ୍ୟ ଦିଆଯାଇଥିଲା  । ତେବେ କୁନି ହାତୀର ହେଲା ନୂଆ ଠିକଣା  । ନନ୍ଦନକାନନର ନୂଆ ବାସିନ୍ଦା ବନିଲା ଛୁଆହାତୀ  । ବନବିଭାଗର ନିଷ୍ପତ୍ତିପରେ ହାତୀଟିକୁ ନନ୍ଦନକାନନ ପଠାଯାଇଛି  । ସେଠାରେ ହାତୀଛୁଆ ପାଇଁ ସମସ୍ତ ବନ୍ଦୋବସ୍ତ କରାଯାଇଥିବା ବନବିଭାଗ କହିଛି  ।

ସେପଟେ ସୋରଳ ନିକଟରେ ହାତୀଙ୍କ ଗତିବିଧି ଜାରିରହିଛି  । ୧୫ ଟିକିଆ ହାତୀପଲକୁ ଜଙ୍ଗଲକୁ ପଠାଇବା ପାଇଁ ବନ ବିଭାଗ ପକ୍ଷରୁ ଉଦ୍ୟମ ଜାରିରହିଛି । ହାତୀଥିବାରୁ ସେହି ଅଚଂଳର ବିଦ୍ୟୁତ ସରବାହ ସମ୍ପୁର୍ଣ୍ଣ ବନ୍ଦ କରାଯାଇଛି ।

Leave a Reply