ବିସିସିଆଇ ବାର୍ଷିକ କଣ୍ଟ୍ରାକ୍ଟ ତାଲିକାରେ ନାହିଁ ଧୋନିଙ୍କ ନାଁ, ଅବସରକୁ ନେଇ ଚର୍ଚ୍ଚା ଜୋର

1 min read

ମୁମ୍ବାଇ : ବିସିସିଆଇ ୨୦୧୯-୨୦ ବର୍ଷ ପାଇଁ ଭାରତୀୟ କ୍ରିକେଟ୍ ଟିମର ବର୍ଷିକିଆ କେନ୍ଦ୍ରୀୟ ଚୁକ୍ତି ତାଲିକା ପ୍ରକାଶ କରିଛି । ଏଥିରେ ପୂର୍ବତନ ଅଧିନାୟକ ତଥା କ୍ରିକେଟର ମହେନ୍ଦ୍ର ସିଂହ ଧୋନୀଙ୍କୁ ବାଦ୍ ଦିଆଯାଇଛି । ଏ-ପ୍ଲସ୍ କ୍ୟାଟେଗୋରିରେ ଅଧିନାୟକ ବିରାଟ କୋହଲି, ରୋହିତ ଶର୍ମା ଓ ଯଶପ୍ରୀତ୍ ବୁମରାଙ୍କ ନାଁ ସାମିଲ ଥିବା ବେଳେ, ଧୋନିଙ୍କ ନାଁ କୌଣସି କ୍ୟାଟେଗୋରୀରେ ସାମିଲ ନାହିଁ । ଗତବର୍ଷ ଧୋନି ‘ଏ’ କ୍ୟାଟେଗୋରୀରେ ଥିଲେ ।


ଏବେ ବିସିସିଆଇ ତାଙ୍କୁ ସେଣ୍ଟ୍ରାଲ୍ କଣ୍ଟ୍ରାକ୍ଟରେ ସାମିଲ ନକରିବା ପରେ ତାଙ୍କ ଅବସରକୁ ନେଇ ଚର୍ଚ୍ଚା ଜୋର ଧରିଛି । ଧୋନି ଆଗକୁ ଅନ୍ତର୍ଜାତୀୟ ଦିନିକିଆରୁ ଅବସର ନେଇପାରନ୍ତି ବୋଲି ପୁଣିଥରେ ଚର୍ଚ୍ଚା ଜୋର ଧରିଛି । ମଞ୍ଚେଷ୍ଟରରେ ବିଶ୍ୱକପରେ ନ୍ୟୁଜିଲାଣ୍ଡ ଠାରୁ ସେମିଫାଇନାଲରେ ଭାରତ ପରାସ୍ତ ହେବା ପରଠାରୁ ଧୋନି କୌଣସି ମ୍ୟାଚ୍ ଖେଳିନାହାନ୍ତି ।

ଏବେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଧୋନିଙ୍କ ଚୁକ୍ତି ସଂପର୍କରେ କହିଛନ୍ତି ଯେ, ସେ ଧୋନିଙ୍କ ସହ ଆଲୋଚନା କରିଛନ୍ତି । ଟିମ୍ ମ୍ୟାନେଜମେଣ୍ଟ ସହ ଆଲୋଚନା ହୋଇଛି ସେହି ଅନୁସାରେ କାର୍ଯ୍ୟ କରାଯିବ । ପୂର୍ବରୁ ଧୋନି ଟେଷ୍ଟରୁ ଅବସର ନେଇସାରିଛନ୍ତି, ଖୁବଶୀଘ୍ର ସେ ଦିନିକିଆରୁ ମଧ୍ୟ ଅବସର ନେଇ ଚିନ୍ତା କରିପାରନ୍ତି । କେବଳ ସେ ଟି-ଟ୍ବେଣ୍ଟି ଖେଳିବେ ଏବଂ ଆଇପିଏଲ୍ ନିଶ୍ଚୟ ଖେଳିବେ ବୋଲି ଗାଙ୍ଗୁଲି କହିଛନ୍ତି । ତେବେ ଧୋନି କେବେବି ନିଜକୁ ଟିମ୍ ଉପରେ ଲଦିବାକୁ ଚେଷ୍ଟା କରିନାହାନ୍ତି ବୋଲି ସେ କହିଛନ୍ତି ।


ଏବେ ଏ ପ୍ଲସ୍ କ୍ୟାଟେଗୋରିରେ ଥିବା ଖେଳାଳିଙ୍କୁ ବାର୍ଷିକ ୭ କୋଟି ଟଙ୍କା ଦିଆଯାଉଥିବା ବେଳେ, ଏ ଗ୍ରେଡ୍ ଖେଳାଳିଙ୍କୁ ୫ କୋଟି, ବି-ଗ୍ରେଡ୍ ଖେଳାଳିଙ୍କୁ ୩ କୋଟି ଏବଂ ସି-ଗ୍ରେଡ୍ ଖେଳାଳିଙ୍କୁ ୧ କୋଟି ଟଙ୍କା ପ୍ରଦାନ କରାଯାଇଥାଏ । ତେବେ ରବି ଶାସ୍ତ୍ରୀଙ୍କ ମତରେ ଧୋନି ଯଦି ଆଇପିଏଲରେ ଭଲ ଖେଳନ୍ତି ତେବେ ଟି-ଟ୍ୱେଣ୍ଟି ବିଶ୍ୱକପ୍ ଖେଳିପାରନ୍ତି ।

Leave a Reply