ଦୁର୍ଗା ପୂଜା ପରେ ଏବେ ଧନର ଦେବୀଙ୍କୁ ଅପେକ୍ଷା, କରୋନା କଟକଣାରେ ପୂଜା ପାଇବେ ମା’ ଲକ୍ଷ୍ମୀ

No Devotees Allowed To Puja Mandap For Covid

ଢ଼େଙ୍କାନାଳ: ବିନା ଭକ୍ତରେ ମାଆଙ୍କ ପୂଜା । କରୋନା ଉଜାଡ଼ିଛି ପୂଜା ମଉଜ । ନା ଅଛି ଉତ୍ସାହ ନା ଯାକଜମକ । ତଥାପି ପରମ୍ପରା ପାଳୁଛନ୍ତି ପୂଜା ମଣ୍ଡପ । ଦୁର୍ଗା ପୂଜା ପରେ ଏବେ ଧନର ଦେବୀଙ୍କୁ ଅପେକ୍ଷା । ପ୍ରସ୍ତୁତ ହେଲେଣି ଢେଙ୍କାନାଳର ସବୁ ପୂଜା କମିଟି । ହେଲେ କରୋନା କଟକଣା ଯୋଗୁଁ ସରକାରୀ ଏସଓପି ପାଳନ କରି ହେବ ମାଆ ଗଜଲକ୍ଷ୍ମୀଙ୍କ ପୂଜା । ଆଉ ରାସ୍ତାଘାଟରେ ଝଲସିବନି ରଙ୍ଗିନ ଆଲୋକମାଳ । ଦେଖିବାକୁ ମିଳିବନି ପୂଜା ବଜାରର ଗହଳିଚହଳି । କଟକଣା ମାନି କେବଳ ପରମ୍ପରା ପାଳନ କରିବେ ବୋଲି କହିଛନ୍ତି ପୂଜା କମିଟି ।

ସହରରେ ଚଳିତବର୍ଷ ୩୮ ପୂଜା ମଣ୍ଡପରେ ହେବ ମାଆ ଗଜଲକ୍ଷ୍ମୀଙ୍କ ପୂଜା । ଏଥିପାଇଁ ପ୍ରଶାସନ ଓ ପୂଜା କମିଟି ପକ୍ଷରୁ ମିଳିତ ବୈଠକ କରାଯାଇ ନିଷ୍ପତ୍ତି ନିଆଯାଇଛି । ୩୦ ତାରିଖରୁ ମାଆଙ୍କ ଆବାହନ କରାଯାଇ ୯ ତାରିଖରେ ମେଲାଣି ଦିଆଯିବ । ପ୍ରତି ପୂଜା କମିଟିରେ କର୍ମକର୍ତ୍ତାଙ୍କୁ ମିଶାଇ ସର୍ବାଧିକ ୭ଜଣ ଉପସ୍ଥିତ ରହିବେ । ସାଧାରଣ ଭକ୍ତଙ୍କୁ ମଣ୍ଡପ ଆସିବା ମନା । କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ କିମ୍ବା ବଜାର ଦେଖିବାକୁ ମିଳିବ ନାହିଁ ।

କଟକଣା ଭିତରେ ଧରାବତରଣ କରିବେ ଧନଧାନ୍ୟର ଦେବୀ । ପରଦା ପଛରେ ପୂଜା ପାଇବେ ମାଆ ଗଜଲକ୍ଷ୍ମୀ । ବିସର୍ଜନ ମଧ୍ୟ ଜାକଜମକରେ ନ କରିବାକୁ ନିର୍ଦ୍ଦେଶ ରହିଛି ।

Leave a Reply