ପଡ଼ୋଶୀ ସାଜିଲା ପିଶାଚୀ, ଢେଙ୍କାନାଳ ନିଖୋଜ ଶିଶୁ ହତ୍ୟାକାରୀ ଗିରଫ

ଢ଼େଙ୍କାନାଳ: ଢେଙ୍କାନାଳ ନିଖୋଜ ଶିଶୁ ଆୟୁଷର ହତ୍ୟାକାରୀ ଗିରଫ । ପଡୋଶୀ ସାଜିଲା ପିଶାଚୀ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ୭ ବର୍ଷର ଶିଶୁକୁ ଶ୍ୱାସରୁଦ୍ଧ କରି ମାରିଦେଲା ହୃଦୟହୀନ ମହିଳା । ହତ୍ୟାକାରୀ ହେଲା ପଡୋଶୀ ଘର ଭାରତୀ ସାହୁ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟା କରିଥିବା ନେଇ ସ୍ୱୀକାର କରିଛି । ପ୍ରଥମେ ଶ୍ୱାସ ରୁଦ୍ଧ ଓ ପରେ କୂଅ ରେ ଫିଙ୍ଗି ଦେଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ଘଟଣା ଦିନ ୨ ଭାଇ ବାହାରେ ଖେଳୁଥିବା ସମୟରେ ବଡ଼ ଭାଇ ଘରକୁ ଫେରିଥିଲା । ହେଲେ ଆୟୁଷ ଏକୁଟିଆ ପଦାରେ ଖେଳୁଥିଲା ।

 

ଠିକ ସେହି ସମୟରେ ଏହାର ସୁଯୋଗ ନେଇ ଆୟୁଷଙ୍କ ଖୁଡି ତାଙ୍କୁ ଘର ଭିତରକୁ ଟେକି ନେଇଥିଲେ । ଶ୍ୱାସରୁଦ୍ଧ କରିବା ମାରିବା ପରେ ଆଖ ପାଖରେ କେହି ନଥିବା ସମୟରେ କୂଅରେ ଫିଙ୍ଗି ଦେଇଥିବା ପୋଲିସ ପଚରାଉଚରାରୁ ଜାଣିବାକୁ ପାଇଛି । ୨ ପରିବାର ଭିତରେ ପାରିବାରିକ ଶତ୍ରୁତା କୁ ନେଇ ମହିଳା ଜଣଙ୍କ ଏହି ଜଘନ୍ୟକାଣ୍ଡ ଘଟାଇଥିବା ପୋଲିସ କହିଛି । କାଲି ପୋଲିସ ଉଭୟ ସନ୍ଦିଗ୍ଧ ଦମ୍ପତିଙ୍କୁ ଅଟକ ରଖି ପଚରଉଚରା ଜାରି ରଖିଥିଲା । ଆଜି ଗିରଫ ପରେ ଦଫା  ୩୦୨ ଓ ୨୦୧ ଲଗାଇ ଆଜି ତାକୁ କୋର୍ଟ ଫରୱାର୍ଡ କରାଯିବ ବୋଲି ନିହଲପ୍ରସାଦ ଥାନା ଆଇଆଇସି କହିଛନ୍ତି । ତେବେ ଏଥିରେ ଆଉ କାହାର ସମୃକ୍ତି ଅଛି କି ନାହିଁ ସେନେଇ ମଧ୍ୟ ପୋଲିସ ଖୋଳତାଡ କରୁଛି ।

Leave a Reply