ଢ଼ାବା ବ୍ୟବସାୟୀଙ୍କ ପାଇଁ ଖୁସି ଖବର, ସଟ୍‌ଡାଉନ୍‌ ରାତିରେ ବି ଖୋଲିପାରିବେ…

Dhaba Will Remain Opened In Shut Down And Lock Down Period.

ଭୁବନେଶ୍ୱର: ଢ଼ାବା ବ୍ୟବସାୟୀଙ୍କ ପାଇଁ ଖୁସି ଖବର । ଏଣିକି ଲକ୍‌ଡାଉନ୍‌ କିମ୍ବା ସଟ୍‌ଡାଉନ୍‌ ସମୟରେ ବି ଖୋଲା ରହିବ ଢ଼ାବା । ରାତିରେ କର୍ଫ୍ୟୁ କଟକଣା ଲାଗୁ କରାଯାଇଥିଲେ ମଧ୍ୟ ଢ଼ାବା ଗୁଡ଼ିକ ଖୋଲା ରଖିପାରିବେ ବୋଲି ଅନୁମତି ଦିଆଯାଇଛି । ‌

ଲକ୍‌ଡାଉନ କଟକଣାରେ କିଛିଟା କୋହଳ ମିଳୁଥିବା ବେଳେ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଛି । ତେଣୁ ରାଜ୍ୟ ସରକାରଙ୍କ ପକ୍ଷରୁ ୧୧ ଜିଲ୍ଲାକୁ ପ୍ରତି ସପ୍ତାହର ଶନି ଓ ରବିବାର ସଟ୍‌ ଡାଉନ୍‌ ଘୋଷଣା କରାଯାଇଛି । ଏହାସହ ସନ୍ଧ୍ୟା ୭ ପରେ ଦୋକାନ, ବଜାର ହୋଟେଲ, ଢ଼ାବା ଆଦି ବନ୍ଦ ପାଇଁ ରହିବା ପାଇଁ କଡ଼ା ନିର୍ଦ୍ଦେଶ ଦିଆଯାଇଥିଲା । ହେଲେ ନିର୍ଦ୍ଦେଶରେ ଏବେ କିଛି ମାତ୍ରାରେ କୋହଳ କରାଯାଇଛି । ସନ୍ଧ୍ୟା ୭ ପରେ ଢ଼ାବା ଗୁଡ଼ିକ ଖୋଲା ରଖିପାରିବେ ବୋଲି କୁହାଯାଇଛି ।

ଲକ୍‌ଡାଉନର ରାତିରେ ଏବଂ ସଟ୍‌ଡାଉନ୍‌ରେ ବି ଖୋଲା ରହିବ ଢ଼ାବା । ବିଶେଷ କରି ଜାତୀୟ ଓ ରାଜ୍ୟ ରାଜପଥ କଡ଼ରେ ଥିବା ଢ଼ାବାଗୁଡ଼ିକୁ ଖୋଲିବାକୁ ସରକାର ଅନୁମତି ଦେଇଛନ୍ତି ।

ତେବେ ସବୁଠାରୁ ବଡ଼ କଥା ହେଲା, ଢ଼ାବା ଖୋଲା ରହିବ ସତ ଏଠା କିନ୍ତୁ ଏହିସବୁ ଢ଼ାବଗୁଡ଼ିକରେ ବସି ଖାଇବା ମନା । କେବଳ ଖାଦ୍ୟ ପାର୍ସଲ ହୋଇପାରିବ । ଏନେଇ ଏସଆରସି ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହାସହ ଲକ୍‌ ଡାଉନ ଓ ସଟ ଡାଉନ୍‌ ସମୟରେ ଧାନ କିଣା, ଚାଉଳ ଯୋଗାଣ, ଚିନାବାଦାମ ଓ ଡାଲି କିଣିବା ପ୍ରକ୍ରିୟା ଚାଲୁ ରହିବ ।

Leave a Reply