ଡିଜିପିଙ୍କ ଫୋନ କଲ୍, ପଚାରିଲେ ଥାନା ବାବୁଙ୍କ ବ୍ୟବହାରରେ ଖୁସି ତ ?

1 min read

ଭୁବନେଶ୍ୱର : ଭାରପ୍ରାପ୍ତ ପୋଲିସ ମହାନିର୍ଦ୍ଦେଶକ ଡ. ସତ୍ୟଜିତ୍ ମହାନ୍ତି ପୋଲିସ ବିଭାଗରେ ଆଜି ମୋ-ସରକାରର ସମୀକ୍ଷା କରିଛନ୍ତି । ଏହି ଅବସରରେ ଡିଜି ବିଭିନ୍ନ ଜିଲ୍ଲାର ୧୦ ଜଣ ଲୋକଙ୍କ ସହ କଥା ହୋଇଛନ୍ତି । ଥାନାରେ ଥାନା ଅଧିକାରୀ, କର୍ମଚାରୀ କେମିତି ବ୍ୟବହାର କରୁଛନ୍ତି ଓ ସେମାନଙ୍କର ଆଚରଣ କେମିତି ରହୁଛି ସେ ସଂପର୍କରେ ଡିଜି ଲୋକଙ୍କୁ  ପଚାରି ବୁଝିଥିଲେ । ବିଭିନ୍ନ ପ୍ରଶ୍ନର ଉତ୍ତର ଲୋକଙ୍କଠାରୁ ନେଇଥିଲେ ଡିଜି ।

ଭୁବନେଶ୍ୱର କ୍ୟାମ୍ପ ଅଫିସରେ ମୋ-ସରକାରର ସମୀକ୍ଷା କରିଥିଲେ ଭାରପ୍ରାପ୍ତ ପୋଲିସ ମହାନିର୍ଦ୍ଦେଶକ ଡ. ମହାନ୍ତି । ଏଥିରେ ଏସସିଆରବିର ନିର୍ଦ୍ଦେଶକ ରାଜେଶ କୁମାର ମଧ୍ୟ ଉପସ୍ଥିତ ଥିଲେ । ରାଜ୍ୟର ସମସ୍ତ ଥାନାରେ ଲୋକଙ୍କୁ ଠିକ୍ ବ୍ୟବହାର କରିବା ସହ ସେମାନଙ୍କର ଫୋନ୍ ନମ୍ବର ପଞ୍ଜୀକୃତ କରିବାକୁ ପୂର୍ବରୁ ନିର୍ଦ୍ଦେଶ ରହିଛି । ସେଠାରୁ ମିଳୁଥିବା ଫୋନ୍ ନମ୍ବରକୁ ଫୋନ୍ କରି ସେମାନଙ୍କର ମତାମତ ନିଆଯାଇଥିଲା ।

ତେବେ ମଝିରେ ମଝିରେ ଅଚାନକ୍ ଏଭଳି କଲ୍ ବିଭାଗ ପକ୍ଷରୁ କରାଯାଇ ଲୋକଙ୍କର ମତାମତ ନିଆଯାଏ । ଥାନାରେ ସେମାନଙ୍କୁ କିଭଳି ବ୍ୟବହାର ପ୍ରଦର୍ଶନ କରାଯାଉଛି ସେ ନେଇ ଫିଡବ୍ୟାକ୍ ମଧ୍ୟ ବିଭାଗ ପକ୍ଷରୁ ନିଆଯାଇଛି । ଯେଉଁଠି ଲୋକେ ସନ୍ତୁଷ୍ଟ ନଥିବାର ଖବର ଆସେ ଏବଂ ଦୁର୍ନୀତି କିମ୍ୱା ଲାଞ୍ଚର ପ୍ରମାଣ ମିଳେ ସେଠାରେ ବିଭାଗୀୟ  କାର୍ଯ୍ୟାନୁଷ୍ଠାନ ମଧ୍ୟ ଦେଖିବାକୁ ମିଳିଛି ।

Leave a Reply