ଜାଗର ପାଇଁ ଚଳଚଞ୍ଚଳ ରାଜ୍ୟର ବିଭିନ୍ନ ଶୈବପୀଠ, ବଡ଼ି ଭୋରରୁ ଲାଗିଛି ଭିଡ଼

ପୁରୀ: ଶିବ ମନ୍ଦିରରେ ଭକ୍ତଙ୍କ ସମୁଦ୍ର । ସକାଳୁ ସକାଳୁ ହାତରେ କେତକୀ, ଦୁଦୁରା ଫୁଲ ସହ କ୍ଷୀର ଧରି ଲମ୍ବା ଲାଇନ୍ ଲଗାଇଛନ୍ତି ଶ୍ରଦ୍ଧାଳୁ । ରାଜ୍ୟର ବିଭିନ୍ନ ଶୈବପୀଠରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ମହାଶିବରାତ୍ରୀରେ ମହାଦେବଙ୍କ ଆଶିଷ ଟିକେ ପାଇବାକୁ ଦୂର ଦୁରାନ୍ତରୁ ଧାଇଁ ଆସିଛନ୍ତି ଭକ୍ତ ।ପୁରୀର ବାବା ଲୋକନାଥ ପୀଠରେ ପ୍ରବଳ ଜନସମାଗମ ଦେଖିବାକୁ ମିଳିଛି । ଭୋଳାବାବା ନାରାରେ ପ୍ରକମ୍ପିତ ହେଉଛି ଆଠଗଡ଼ର ଧବଳେଶ୍ୱର ପୀଠ । କପିଳାସରେ ବାବା ଚନ୍ଦ୍ରଶେଖରଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଗହଳି ଲାଗିଛି ।

ଶିବରାତ୍ରୀରେ ଭୋଳା ଶଙ୍କରଙ୍କୁ ପ୍ରସନ୍ନ କରିବାର ଉପାୟ

ଆରଡ଼ିର ଆଖଣ୍ଡଳମଣି ପୀଠ, ଶରଣକୂଳର ଲଡ଼ୁବାବା, ବଲାଙ୍ଗିର ହରିଶଙ୍କର ପୀଠରେ ମଧ୍ୟ ଶିବରାତ୍ର ପାଇଁ ଭିଡ଼ ଜମିଛି । ଶାନ୍ତି ଶୃଙ୍ଖଳା ସହ ଜାଗର ପାଳନ ପାଇଁ ମନ୍ଦିର ପ୍ରଶାସନ ଓ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

Leave a Reply