ଗରିବୀର ଗମ୍ଭୀର କାହାଣୀ , ପେଟ ପାଇଁ ଜେଲରେ ଜାଗା ଖୋଜୁଛି ବେକାର ଯୁବକ

1 min read

ଭୁବନେଶ୍ୱର : ଭୋକିଲା ପେଟ ହିଁ ବୁଝିପାରେ ପେଟର ଯନ୍ତ୍ରଣା । ମୁଣ୍ଡ ଗୁଞ୍ଜିବା ପାଇଁ ଯାହାର ଛାତ ଖଣ୍ଡେ ନାହିଁ ସେ ହିଁ ଜାଣେ ଖରା ବର୍ଷାର କଷ୍ଟ । ଅତି ନିକଟତର ସଂପର୍କୀୟ ବା ପରିବାର ଲୋକ ସଂପର୍କ ତୁଟାଇଦେଲେ ମଣିଷ ହୋଇଯାଏ ଅସହାୟ । ବ୍ୟସ୍ତବହୁଳ ଦୁନିଆର ଭିଡ ଭିତରେ ଖୋଜୁଥାଏ ସଂପର୍କ ଏବଂ ଦୁଇ ଓଳି ଭଲ ଖାଇବା ଓ ରହିବା ପାଇଁ ଖୋଜୁଥାଏ ଛାତ ଖଣ୍ଡେ । ଏତକ ସୁବିଧା ପାଇବା ପାଇଁ ଜଣେ କ’ଣ ଜେଲ ଯିବାକୁ ଯୋଜନା କରିପାରେ । ନିଜକୁ ଗିରଫ କରିବା ପାଇଁ ଜଣେ କ’ଣ ଅପରାଧି ସାଜିପାରେ । ଆଶ୍ଚର୍ଯ୍ୟ ଲାଗୁଛି ନା? ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ ।

ଗତ ରବିବାର ସନ୍ଧ୍ୟା ୫ ଟା ବେଳେ ଚେନ୍ନାଇ ପୋଲିସ କଣ୍ଟ୍ରୋଲ ରୁମକୁ ଆସିଲା ଦୁଇଟି ଫୋନ କଲ । କଲ ରିସିଭ କରିବା ପରେ ସଜାଗ ହୋଇଗଲେ ପୋଲିସ । କାରଣ ବୋମା ବିସ୍ଫୋରଣ ନେଇ ଆସିଥିଲା କଲ୍ । ଇରୋଡ ଜଙ୍କସନ ରେଲେଓ୍ୱ ଷ୍ଟେସନରେ ବୋମା ବିସ୍ଫୋରଣ ହେବାର ଆଶଙ୍କା ଅଛି ବୋଲି ପ୍ରଥମ କଲ ଆସିଥିଲା । ସେହିପରି ସହରର ବସ ଷ୍ଟାଣ୍ଡରେ ବୋମା ବିସ୍ଫୋରଣ ହେବ ବୋଲି ୨ୟ ଫୋନ କଲ ରେ ସୂଚନା ଦେଲା ଜଣେ ବ୍ୟକ୍ତି । ଖବର ପାଇବା ପରେ ବୋମା ନିଷ୍କ୍ରୀୟ ଦଳ ସହାୟତାରେ ରେଳ ଷ୍ଟେସନ ଓ ବସ ଷ୍ଟାଣ୍ଡରେ ପହଞ୍ଚିଲା ପୋଲିସ । ତେବେ ସୂଚନା ଦେଇଥିବା ବ୍ୟକ୍ତି କିଏ , ତାହା ଜାଣିବା ପାଇଁ ଫୋନ ଟ୍ରେସ କଲା ପୋଲିସ ।


ଶିବକୁମାରଙ୍କ ମୋବାଇଲରୁ କଲ ଆସିଥିଲା ବୋଲି ପୋଲିସ ଜାଣିବାକୁ ପାଇଲା । ଖୁବ କମ ସମୟ ଭିତରେ ଶିବକୁମାର ପାଖରେ ପହଞ୍ଚିଲା ପୋଲିସ । କିନ୍ତୁ ଏହି ନମ୍ବର ଭିଣୋଇ ଲିଙ୍ଗରାଜକୁ ଦେଇଥିବା ଶିବକୁମାର ପୋଲିସକୁ କହିଲା । ଲିଙ୍ଗରାଜ ପାଖରେ ପୋଲିସ ପହଞ୍ଚିଲା ପରେ ଜାଣିବାକୁ ପାଇଲା ଯେ କିଛି ଦିନ ପୂର୍ବରୁ ଲିଙ୍ଗରାଜଙ୍କ ଫୋନ ଚୋରି ହୋଇଯାଇଛି । କିନ୍ତୁ କଲ କରିଥିବା ଲୋକକୁ ଧରିବା ପାଇଁ ପୋଲିସକୁ ବେଶି ସମୟ ଲାଗିଲା ନାହିଁ । ଫୋନ କରିଥିବା ବ୍ୟକ୍ତି ଜଣକ ଇରୋଡ ଜଙ୍କସନ ରେଲେଓ୍ୱ ଷ୍ଟେସନରେ ଶୋଇଥିଲାବେଳେ ପୋଲିସ ହାତରେ ପଡିଲା । ଫୋନ ଯାଞ୍ଚ କରିବାରୁ ଜଣାପଡିଲା ଯେ ଏହି ଫୋନରୁ ହିଁ ଆସିଥିଲା କଲ୍ ।


ଅଧିକ ତଦନ୍ତ କରିବା ପରେ ଜଣାପଡିଲା ଯେ ପୋଲିସ କଣ୍ଟ୍ରୋଲ ରୁମକୁ କଲ କରିଥିବା ବ୍ୟକ୍ତିଙ୍କ ନା ସନ୍ତୋଷ କୁମାର । ମେଟ୍ଟୁପାଲ୍ୟମର ଏକ ଘରୋଇ ସଂସ୍ଥାରେ କାମ କରୁଥିଲେ ସନ୍ତୋଷ । ସାଙ୍ଗରେ ଥିଲେ ଦୁଇ ପତ୍ନୀ । କିନ୍ତୁ କୌଣସି କାରଣବଶତଃ ସନ୍ତୋଷକୁ ଛାଡି ଚାଲିଗଲେ ତାଙ୍କର ଦୁଇ ସ୍ତ୍ରୀ । ଘରୋଇ ସଂସ୍ଥାରେ କାମ କରି ସନ୍ତୁଷ୍ଟ ନଥିଲେ ସନ୍ତୋଷ । ସେଥିପାଇଁ ଇରୋଡ ଛାଡି ଅନ୍ୟ ଜାଗାକୁ ଚାଲିଗଲେ ସନ୍ତୋଷ । ଚାକିରି ଛାଡିବା ପରେ ବେକାର ହୋଇପଡିଥିଲେ ସନ୍ତୋଷ । ନା ଘର ଭଡା ଦେବାକୁ ପଇସା ଥିଲା ନା ଦି’ଓଳି ଭଲ ଖାଇବା ପାଇଁ ଥିଲା । ନା ସିନା ସନ୍ତୋଷ ଥିଲା କିନ୍ତୁ ତାଙ୍କ ଜୀବନରେ ଭରିଯାଇଛି ଅଶାନ୍ତି । ଦି’ଓଳି ଭଲ ଖାଇବା ସହ ମୁଣ୍ଡ ଗୁଞ୍ଜିବା ପାଇଁ ଛାତ ମିଳୁନଥିବାରୁ ଜେଲ ଯିବା ପାଇଁ ନିଷ୍ପତ୍ତି ନେଲେ ସନ୍ତୋଷ । ସେଥିପାଇଁ ଲିଙ୍ଗରାଜର ମୋବାଇଲ ଚୋରି କରି ନିଜକୁ ଗିରଫ କରିବା ପାଇଁ ଏଭଳି ଯୋଜନା ପ୍ରସ୍ତୁତ କରିଥିଲା ସନ୍ତୋଷ । ଶେଷରେ ସନ୍ତୋଷର ଇଛା ପୂରଣ ହୋଇଛି । ଆଉ ଏବେ ଜେଲରେ ସମୟ ବିତାଉଛି ସନ୍ତୋଷ । ')}

Leave a Reply