ରାଜ୍ୟର ଏହି ଜିଲ୍ଲାରେ କରୋନା ସଂକ୍ରମଣ ସବୁଠୁ କମ୍, ଜାଣନ୍ତୁ କେଉଁ ଜିଲ୍ଲା…

ଦେବଗଡ଼: ୨୦୨୦ ମାର୍ଚ୍ଚ ୧୬ । ରାଜ୍ୟରେ ପବନ ବେଗରେ ବ୍ୟାପିଗଲା ଭୂତାଣୁ ଖବର । ତା’ପରେ କେତେ କଣ କଟକଣା । ଦେଖୁ ଦେଖୁ ୭ ମାସ ବିତିଗଲାଣି । ଏହାରି ଭିତରେ ରାଜ୍ୟରେ ସଂକ୍ରମଣ ଶିଖର ଛୁଇଁଛି । ଅକ୍ଟୋବର ୨୦ ତାରିଖ ସୁଦ୍ଧା ରାଜ୍ୟରେ ୨ ଲକ୍ଷ ୭୪ ହଜାର ୧୮୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ କରୋନା ପାଇଁ ଏଯାଏଁ କୌଣସି ଭ୍ୟାକ୍ସିନ୍ ଆସିନଥିବାରୁ ଭୂତାଣୁ ବିରୋଧରେ ଯୁଦ୍ଧ ସରିନି । ଅଦୃଶ୍ୟ ଶତ୍ରୁ ସହ ଚାଲିଛି ଅନବରତ ଲଢ଼େଇ ।

Deogarh One And Only District Having Less Than One Thousand Covid Infected In Odisha

୩୦ ଜିଲ୍ଲାରୁ ପ୍ରାୟ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୪ ଅଙ୍କ ଛୁଇଁଥିବା ବେଳେ ଏମିତି ଏକ ଜିଲ୍ଲା ରହିଛି ଯେଉଁଠି କରୋନା ହଜାର ଡେଇଁନି । ଏହି ଜିଲ୍ଲାର ଲୋକସଂଖ୍ୟା ୪ ଲକ୍ଷରୁ ଊର୍ଦ୍ଧ୍ୱ । କରୋନାରେ ଅତ୍ୟଧିକ ପ୍ରଭାବିତ ଅନୁଗୁଳ ଓ ସୁନ୍ଦରଗଡ଼କୁ ଲାଗି ରହିଥିଲେ ବି ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ସୀମିତ ରହିଛି । ୩ଟି ବ୍ଲକ ଓ ଗୋଟିଏ ପୌରାଞ୍ଚଳକୁ ନେଇ ଗଠିତ ଏହି ଜିଲ୍ଲା ଦେବଗଡ଼ । ଜିଲ୍ଲାରେ ଏଯାବତ୍ ୯୫୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

Deogarh One And Only District Having Less Than One Thousand Covid Infected In Odisha

ରାଜ୍ୟରେ ଦେବଗଡ଼ ଜିଲ୍ଲାରେ କେବଳ ସଂକ୍ରମିତଙ୍କ ସଂଖ୍ୟା କମ୍ ତାହା ନୁହେଁ । ଏହି ଜିଲ୍ଲାରେ ସବୁଠୁ କମ୍ ଲୋକ କରୋନାରେ ପ୍ରାଣ ହରାଇଛନ୍ତି । ଜିଲ୍ଲାରେ ଏଯାବତ୍ ୯୫୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ସେଥିମଧ୍ୟରୁ କେବଳ ଜଣଙ୍କର ମୃତ୍ୟୁ ହୋଇଛି । ଜିଲ୍ଲାରେ ଏବେ ୧୦୧ ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି ।

କୋଭିଡ୍ ଯୁଦ୍ଧରେ ଦେବଗଡ଼

Deogarh One And Only District Having Less Than One Thousand Covid Infected In Odisha

ମାର୍ଚ୍ଚ ଅଧାରେ ରାଜ୍ୟରେ ପ୍ରଥମ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ତା’ପରେ ପରେ ମାର୍ଚ୍ଚ ୨୫ ବେଳକୁ ସାରା ରାଜ୍ୟରେ ଲାଗୁ ହୋଇଥିଲା ଲକଡାଉନ୍ । ସେବେଠାରୁ କରୋନା ଯୁଦ୍ଧକୁ ଶାଣିତ କରିଥିଲା ଦେବଗଡ଼ । ଜିଲ୍ଲାର ବିଭିନ୍ନ ଧର୍ମାନୁଷ୍ଠାନକୁ ମାର୍ଚ୍ଚ ୨୦ରୁ ଶ୍ରଦ୍ଧାଳୁଙ୍କୁ ପାଇଁ ବନ୍ଦ କରି ଦିଆଯାଇଥିଲା । ଜିଲ୍ଲା ପ୍ରଶାସନ ମାର୍ଚ୍ଚ ଶେଷ ବେଳକୁ ମହାମାରୀ ସହ ଲଢ଼ିବାକୁ ଜିଲ୍ଲା କଣ୍ଟ୍ରୋଲ୍ ରୁମ୍ ସହ ସର୍ବସାଧାରଣଙ୍କ ପାଇଁ ମେଡିକାଲ କଣ୍ଟ୍ରୋଲ୍ ରୁମ୍ ଖୋଲିଥିଲା । ଏପ୍ରିଲ ପ୍ରଥମ ସପ୍ତାହରେ ଜିଲ୍ଲାରେ ମାସ୍କ ବ୍ୟବହାରକୁ ବାଧ୍ୟତାମୂଳକ କରାଯାଇଥିଲା ।

ହେଲଥ ସ୍କ୍ରିନିଂ

Deogarh One And Only District Having Less Than One Thousand Covid Infected In Odisha

ଏପ୍ରିଲ୍ ୧୪ ବେଳକୁ ଜିଲ୍ଲାରେ ପ୍ରସ୍ତୁତ ହୋଇ ସାରିଥିଲା ୨୧୦ ଶଯ୍ୟା ବିଶିଷ୍ଟ କୋଭିଡ୍ କେୟାର ସେଣ୍ଟର । ପ୍ରଶାସନ ଅଙ୍ଗନୱାଡ଼ି କର୍ମୀ, ଏନଏମ, ଆଶାଦିଦିଙ୍କ ସହାୟତାରେ ସପ୍ତାହକୁ ୨ ଥର ଲୋକଙ୍କ ସ୍ୱାସ୍ଥ୍ୟ ତଥ୍ୟ ନେଇଥିଲା । ସଂଗୃହୀତ ତଥ୍ୟକୁ ଜିଲ୍ଲା ପ୍ରଶାସନର ଡାକ୍ତରୀ ଦଳ ଫୋନରେ ଫଲୋଅପ୍ କରୁଥିଲେ । ଜଙ୍ଗଲ ଓ ପାହାଡ଼ରେ ପରିପୂର୍ଣ୍ଣ ଦେବଗଡ଼ ଜିଲ୍ଲାରେ କୋଭିଡ୍ ଲଢ଼େଇରେ ସାମିଲ୍ ହୋଇଥିଲା ବନ ବିଭାଗ । ଜିଲ୍ଲାରେ ବନ ବିଭାଗ କର୍ମଚାରୀ ବିଭିନ୍ନ ଭିଏସଏସ୍ ଅଞ୍ଚଳରେ ଲୋକଙ୍କୁ କରୋନା ଠାରୁ ବର୍ତ୍ତିବା ଲାଗି ସଚେତନ କରାଇଥିଲେ ।

ସହାୟତାର ହାତ ବଢ଼ାଇଲେ ମାଆ

Deogarh One And Only District Having Less Than One Thousand Covid Infected In Odisha

ଏପ୍ରିଲ୍ ୨୮ ତାରିଖରେ ଦେବଗଡ଼ ଜିଲ୍ଲାରେ ପ୍ରଥମ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ଚିକିତ୍ସାର କିଛି ଦିନ ପରେ ମେ ୧୧ରେ ସେ କରୋନାରୁ ସୁସ୍ଥ ହୋଇ ଫେରିଥିଲେ । କରୋନା କାୟା ବଢ଼ୁଥିବା ବେଳେ ସ୍ଥାନୀୟ ସ୍ୱୟଂ ସହାୟକ ଗ୍ରୁପର ମାଆମାନେ ମାସ୍କ ତିଆରି ଆରମ୍ଭ କରିଥିଲେ । ହାତ ତିଆରି ମାସ୍କକୁ ସେମାନେ ସୁଲଭ ଦରରେ ଲୋକଙ୍କୁ ବିକ୍ରି କରିଥିଲେ । ପ୍ରଶାସନ ପକ୍ଷରୁ ଲୋକଙ୍କୁ ମୋବାଇଲକୁ ସଚେତନତା ବାର୍ତ୍ତା ପଠା ଯାଉଥିଲା ।

୫ ସୂତ୍ରୀ ନିୟମ

ସଂକ୍ରମଣ ରୋକିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ୫ ସୂତ୍ରୀ ନିୟମ ଲାଗୁ ହୋଇଥିଲା । ସାମାଜିଦ ଦୂରତା ରକ୍ଷା, ବାରମ୍ବାର ହାତ ଧୋଇବା, ମୁହଁରେ ମାସ୍କ ପିନ୍ଧିବା, ସର୍ବସାଧାରଣ ସ୍ଥାନରେ ଛେପ ନ ପକାଇବା ଓ କ୍ୱାରେଣ୍ଟାଇନ୍ ଗାଇଡଲାଇନ୍ ଉପରେ ପ୍ରଶାସନ ବେଶ୍ ଗୁରୁତ୍ୱ ଦେଇଥିଲା ।

ପ୍ରଶାସନର କଡ଼ା ପ୍ରହରା

Deogarh One And Only District Having Less Than One Thousand Covid Infected In Odisha

ଜିଲ୍ଲା ପ୍ରଶାସନ ପକ୍ଷରୁ ଏନଫୋର୍ସମେଣ୍ଟ ସ୍କ୍ୱାଡ୍ ଗଠନ କରାଯାଇ ମାସ୍କ ପିନ୍ଧୁନଥିବା ଓ ସାମାଜିକ ଦୂରତା ରକ୍ଷା କରୁନଥିବା ଲୋକଙ୍କୁ ଧରାଯାଉଥିଲା । ଏଥିସହ ମାର୍ଚ୍ଚ ୩୦ରୁ ଆରମ୍ଭ ହୋଇଥିବା ଘର ଘର ବୁଲି ସ୍ୱାସ୍ଥ୍ୟ ତଦାରଖ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରାଯାଇଥିଲା । ପ୍ରଶାସନ ପକ୍ଷରୁ ନିୟମିତ ବ୍ୟବଧାନର ବିଭିନ୍ନ ବଜାର, ବ୍ୟାଙ୍କ ଓ ପୋଷ୍ଟ ଅଫିସରେ କୋଭିଡ୍ ପ୍ରୋଟୋକଲ୍ ପାଳନ ଉପରେ ନଜର ରଖାଯାଇଥିଲା । ଗାଁ ସ୍ତରରେ କୋଭିଡ୍ ପରିଚାଳନା ବୈଠକ ବସୁଥିଲା ।

Deogarh One And Only District Having Less Than One Thousand Covid Infected In Odisha

କୋଭିଡ୍ ପର୍ଯ୍ୟବେକ୍ଷକ ତଥା ରାଜସ୍ୱ ବିଭାଗର ସଚିବ ବିଷ୍ଣୁପ୍ରଦ ସେଠୀ ଜିଲ୍ଲା ଗସ୍ତ କରି କରୋନା ପରିଚାଳନାର ତଦାରଖ କରୁଥିଲେ । ପ୍ଲାଜମା ଦାନ ପାଇଁ ପ୍ରୋତ୍ସାହିତ କରିବାକୁ ପ୍ରଶାସନ ମୋଟିଭେସନ୍ କ୍ୟାମ୍ପ କରୁଥିଲା । ଏଭଳି ଭାବେ ଶିଳ୍ପବିହୀନ ଜିଲ୍ଲା ଦେବଗଡ଼ କରୋନ ସଂକ୍ରମଣକୁ କାବୁରେ ରଖିଛି ।

ଦେବଗଡ଼ରେ କୋଭିଡ୍ ଭିତ୍ତିଭୂମି

Deogarh One And Only District Having Less Than One Thousand Covid Infected In Odisha

ଜିଲ୍ଲାରେ ଗୋଟିଏ କୋଭିଡ୍ ହସ୍ପିଟାଲ ସହ ୨ଟି କୋଭିଡ୍ କେୟାର ସେଣ୍ଟର ରହିଛି । ସରକାରୀ ପଲିଟେକନିକ୍ କଲେଜରେ ହୋଇଥିବା କୋଭିଡ୍ ହସ୍ପିଟାଲରେ ୧୯୪ଟି ବେଡ୍ ରହିଛି । ସେହିଭଲି ପଲିଟେକନିକ୍ କଲେଜ ସିସିସି ଓ ମଡେଲ ଡିଗ୍ରୀ କଲେଜ ସିସିସିରେ ଯଥାକ୍ରମେ ୨୦୬ ଓ ୧୫୦ ବେଡ୍ ସୁବିଧା ରହିଛି ।

Leave a Reply