୧୫ ଦିନରେ ପୂରା ପରିବାରକୁ ନିଶ୍ଚିହ୍ନ କରିଦେଲା ଏଇ ପତଙ୍ଗ

1 min read

ତେଲଙ୍ଗାନା: ମଶାକୁ ଆପଣ ସାଧାରଣ ପତଙ୍ଗ ଭାବୁଛନ୍ତି କି ? ଯଦି ହଁ ତେବେ, ଆପଣଙ୍କ ଭାବନାକୁ ବଦଳାଇ ଦିଅନ୍ତୁ । କାରଣ ଏହି ସାଧାରଣ କୀଟ ଛାରଖାର କରି ଦେଇପାରେ ପୂରା ପରିବାରକୁ ।DENGU

ଏମିତି ଏକ ଘଟଣା ଘଟିଛି ଆମ ପଡ଼ୋଶୀ ରାଜ୍ୟ ତେଲଙ୍ଗାନାରେ । ମାଞ୍ଚେରିଆଲ ସହରରେ ରହୁଥିବା ଏକ ପରିବାରର ସମସ୍ତ ୪ ଜଣଙ୍କର ଡେଙ୍ଗୁରେ ମୃତ୍ୟୁ ଘଟିଥିବା ବେଳେ ଜଣେ ମାତ୍ର ନବଜାତ ରକ୍ଷା ପାଇଯାଇଛି ।

ମାତ୍ର ୧୫ ଦିନ ମଧ୍ୟରେ ଉଜୁଡ଼ିଯାଇଛି ପରିବାର । ଜଣଙ୍କ ପରେ ଡେଙ୍ଗୁରେ ଆକ୍ରାନ୍ତ ହେଲେ ଆଉ ଆଖି ବୁଜିଲେ ।  ମାରାତ୍ମକ ଡେଙ୍ଗୁ ମଶା ଗୋଟିଏ ପରିବାରକୁ ଉଜାଡ଼ି ଦେଇଛି ଆଉ ଏକ ନବଜାତ ଶିଶୁକୁ ଅନାଥ କରିଦେଇଛି ।

ଯାହା ସୂଚନା ମିଳିଛି, ପରିବାରର ୩୦ ବର୍ଷୀୟ ଜି. ରାଜଗଡ୍ଡୁଙ୍କୁ ପ୍ରଥମେ ଜର ହୋଇଥିଲା । ପେଶାରେ ଶିକ୍ଷକ ଥିବା ରାଜଗଡ୍ଡୁ ରକ୍ତ ପରୀକ୍ଷା ପରେ ଡେଙ୍ଗୁ ହୋଇଥିବା ଜାଣିବାକୁ ପାଇଥିଲେ । ଘରୋଇ ହସ୍ପିଟାଲରେ ଚିକିତ୍ସା ବେଳେ ଗତ ୧୬ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା । ତାପରେ ୨୦ ତାରିଖରେ ପରିବାରର ବୟଜ୍ୟେଷ୍ଠ ସଦସ୍ୟ ୭୦ ବର୍ଷୀୟ ଲିଙ୍ଗାୟ ଡେଙ୍ଗୁରେ ଜୀବନ ହାରିଥିଲେ ।

ଏତିକିରେ ସରି ନଥିଲା ପରିବାବର ଦୁଃଖ । ମାରାତ୍ମକ ଡେଙ୍ଗୁ ଦୀପାବଳି ଦିନ ୬ ବର୍ଷର ଶ୍ରୀବାର୍ଶିନୀକୁ ମଧ୍ୟ ମୃତ୍ୟୁ ମୁଖକୁ ଠେଲି ଦେଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲା ରାଜଗଡ୍ଡୁଙ୍କ ଝିଅ ଶ୍ରୀବାର୍ଶିନୀ ।

ବୁଧବାର ଚତୁର୍ଥ ଶିକାର

ଗର୍ଭବତୀ ଥିବା ରାଜଗଡ୍ଡୁଙ୍କ ପତ୍ନୀ ସୋନି ପରିବାରର ୩ ଜଣଙ୍କୁ ମୃତ୍ୟୁକୁ ନେଇ ଭାଙ୍ଗି ପଡ଼ିଥିଲେ । ହେଲେ, ସେ ବି ବଞ୍ଚିପାରିଲେନି ଡେଙ୍ଗୁର କାୟାରୁ । ତାଙ୍କୁ ହାଇଦ୍ରାବାଦର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମଙ୍ଗଳବାର ସୋନି ଏକ ସୁସ୍ଥ ଛୁଆକୁ ଜନ୍ମ ଦେବା ପରେ ଆରପାରିକୁ ଚାଲି ଯାଇଛନ୍ତି । ଜଣଙ୍କ ପରେ ଜଣେ ଏମିତି ୧୫ ଦିନ ଭିତରେ ପୂରା ଛାରଖାର ହୋଇଯାଇଛି ଗୋଟିଏ ପରିବାର ।

')}

Leave a Reply