ମନ୍ଦିର ପରେ ଏବେ ମସ୍‌ଜିଦ୍‌ ଖୋଲିବାକୁ ଦାବି

1 min read
Masjid

ଭୁବନେଶ୍ୱର:  ମନ୍ଦିର ପରେ ଏବେ ମସ୍‌ଜିଦ୍‌ ଖୋଲିବା ଦାବି । ଓଡିଶାରେ ଧର୍ମାନୁଷ୍ଠାନ ଖୋଲିବା ନେଇ ଲାଗି ରହିଥିବା କଳ୍ପନାଜଳ୍ପନାର ଅନ୍ତ ହେବାକୁ ଯାଉଛି । ବହୁ ଦିନର ପ୍ରତୀକ୍ଷା ପରେ ରାଜ୍ୟର ସମସ୍ତ ମନ୍ଦିର ଗୁଡିକ ସର୍ବସାଧାରଣଙ୍କ ପାଇଁ ଖୋଲିବାକୁ ଯାଉଛି । ମନ୍ଦିର ଖୋଲିବା ପାଇଁ ଏସ୍‌ଓପି ଜାରି ହେବା ପରେ ଏବେ ମସ୍‌ଜିଦ୍‌ ଖୋଲିବାକୁ ଦାବି କରାଯାଇଛି । ସରକାର ମନ୍ଦିର ଖୋଲିବା ପାଇଁ ଯେଭଳି ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି । ଠିକ୍ ସେହିଭଳି ମସ୍‌ଜିଦ୍‌ ଖୋଲିବାକୁ ମଧ୍ୟ ଗାଇଡ୍‌ଲାଇନ୍‌ ଜାରି କରନ୍ତୁ ବୋଲି ଭୁବନେଶ୍ୱର ୟୁନିଟ୍‌ ୪ ଜାମା ମସ୍‌ଜିଦ୍‌ର ସଭାପତି ସେକ୍‌ ସକିଲ ରେହମାନ ଦାବି କରିଛନ୍ତି । କୋଭିଡ୍‌ ଗାଇଡ୍‌ଲାଇନ୍‌ ଅନୁସାରେ ମସ୍‌ଜିଦ୍‌ ଖୋଲାଯାଉ । ଫଳରେ ମୁସ୍‌ଲମାନ ଭାଇମାନେ ମସ୍‌ଜିଦ୍‌ ଆସି ଆହ୍ଲାଙ୍କୁ ପ୍ରାର୍ଥନା କରିପାରିବେ ।

Masjid

ସୂଚନାଯୋଗ୍ୟ, ବିଭିନ୍ନ ଜିଲ୍ଲାରେ ଧର୍ମପୀଠ ଗୁଡିକ ଖୋଲିବା ନେଇ ସୋମବାର ଦିନ ମୁଖ୍ୟ ଶାସନ ସଚିବ ଅସିତ ତ୍ରୀପାଠି ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ନିଜ ନିଜ ଅଂଚଳରେ ଥିବା ମନ୍ଦିର ଓ ଅନ୍ୟ ଧର୍ମାନୁଷ୍ଠାନକୁ ସର୍ବସାଧାରଣଙ୍କ ଦର୍ଶନ ନିମନ୍ତେ ଖୋଲିବା ଲାଗି ଜିଲ୍ଲାପାଳ ମାନଙ୍କୁ କ୍ଷମତା ଆଗରୁ ଦିଆଯାଇଛି । ସେମାନେ ଆଲୋଚନା ପରେ ଓ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡ୍ୟୁର (ଏସଓପି) ନିର୍ଧାରିତ କରିବେ । ଏହା ପରେ ମନ୍ଦିର ଖୋଲିବା ପାଇଁ ନିର୍ଦ୍ଦେଶ ଦେଇ ପାରିବେ । ତେବେ ମନ୍ଦିର ଖୋଲିବା ପରେ କୋଭିଡ ନିୟମକୁ କଡାକଡି ଭାବେ ମାନିବାକୁ ମଧ୍ୟ କୁହାଯାଇଛି ।

Leave a Reply