ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୩ ଶିଶୁଙ୍କ ସମେତ ୪ ଜଣଙ୍କୁ ଧକ୍କା ଦେଲା କାର୍‌ ! ଦୁଇ ମୃତ…

1 min read

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ସାମ୍ନାକୁ ଆସିଛି । ଯେଉଁଥିରେ ଏକ ହାଇସ୍ପିଡ୍ କାର ୩ ନିରୀହ ଶିଶୁଙ୍କ ସମେତ ୪ ଜଣଙ୍କୁ ଧକ୍କା ଦେଇଛି । ଏହି ଦୁର୍ଘଟଣାରେ ୨ଶିଶୁଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଶିଶୁକନ୍ୟା ସମେତ ଦୁଇ ଜଣଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଏହି ଘଟଣା ଦିଲ୍ଲୀର ଗୁଜରାନୱାଲା ଟାଉନ୍‌ରେ ଘଟିଛି । ନାନକ ପ୍ୟାଉ ଗୁରୁଦ୍ୱାର ନିକଟରେ ଏହି ଦୁର୍ଘଟଣା ଘଟିଛି । ସୂଚନାନୁସାରେ, ବୁରାରୀର ଲେବର ଚୌକ ସ୍ଥିତ ସନ୍ତ ନଗରରେ ରହୁଥିବା ଜସପାଲ ରାତି ପ୍ରାୟ ୧୦ଟା ୨୦ ମିନିଟ୍‌ ସମୟରେ ତାଙ୍କ ସିଆଜ କାର୍‌ରେ CNG ଭରିବା ପାଇଁ ନାନକ ପ୍ୟାଉ ଆଡକୁ ଯାଇଥିଲେ ।

ଏହି ସମୟରେ ସେ ପ୍ରତାପ ବାଗ୍‌ରୁ ନିଜ ପିଲାମାନଙ୍କୁ ଘରକୁ ମଧ୍ୟ ଆଣୁଥିଲେ । ତାଙ୍କ ସହିତ ପତ୍ନୀ, ମା, ଦୁଇ ଝିଅ ଏବଂ କୁନି ପୁଅ ଥିଲେ । ଯେତେବେଳେ ସେ ସିଏନ୍‌ଜି ଭରିବା ପାଇଁ ପମ୍ପରେ ଅଟକି ଥିଲେ, ସେତେବେଳେ ସେଠାରେ କାମ କରୁଥିବା ଜଣେ ପରିଚିତ ବ୍ୟକ୍ତି ତାଙ୍କ ପିଲାମାନଙ୍କୁ ରାସ୍ତାର ବିପରିତ ଦିଗରେ ଥିବା କିଛି ଦୋକାନକୁ ଖୁଆଇବାକୁ ନେଉଥିଲେ । ଏହି ସମୟରେ ଏକ କାର୍‌ ଦ୍ରୁତ ଗତିରେ ଆସି ସେମାନଙ୍କୁ ଧକ୍କା ଦେଇଥିଲା ।

ଏହି ଦୁର୍ଘଟଣା ଏତେ ଶକ୍ତିଶାଳୀ ଥିଲା ଯେ, ଦୁଇ ଝିଅ ଘଟଣାସ୍ଥଳରେ ହିଁ ମୃତ୍ୟୁ ବରଣ କରିଥିଲେ । ଅନ୍ୟପଟେ ଜଣେ କୁନି ଝିଅ ଏବଂ ଉକ୍ତ ବ୍ୟକ୍ତିଙ୍କୁ ଗୁରୁତର ଅବସ୍ଥାରେ AIIMS ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହି ଘଟଣା ଯୋଗୁଁ ଜସପାଲଙ୍କ ପରିବାରରେ ଶୋକର ଛାୟା ଖେଳିଯାଇଛି । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave a Reply