ଦିଲ୍ଲୀ ଉପରାଜ୍ୟପାଳଙ୍କୁ କେନ୍ଦ୍ର ଗୃହ ମନ୍ତ୍ରାଳୟର ରିପୋର୍ଟ ତଲବ୍

1 min read

ନୂଆଦିଲ୍ଲୀ: ଦିଲ୍ଲୀର ତିସ୍‌ ହଜାରି କୋର୍ଟ ବାହାରେ ପୋଲିସ-ଓକିଲ ମୁହାଁମୁହିଁ ଘଟଣାକୁ ନେଇ ପରିସ୍ଥିତି ଜଟିଳ ହେବାରେ ଲାଗିଛି । ପରସ୍ପର ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ପୋଲିସ-ଓକିଲ। ମଙ୍ଗଳବାର ସକାକୁ ଦିଲ୍ଲୀ ପୋଲିସ ମୁଖ୍ୟାଳୟ ବାହାରେ ବହୁ ସଂଖ୍ୟାରେ ଦିଲ୍ଲୀ ପୋଲିସର ଯବାନମାନେ ଏକଜୁଟ୍‌ ହୋଇଛନ୍ତି । ନିଜ ହାତରେ କଳା ବ୍ୟାଜ୍‌ ପିନ୍ଧି ଓକିଲଙ୍କ ବିରୋଧରେ ନାରାବାଜି କରିବା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି  । ଅପରପକ୍ଷରେ ଯବାନମାନଙ୍କୁ ଶାନ୍ତି ବଜାୟୀ ରଖିବା ସହ ନିଜ ନିଜ ଡ୍ୟୁଟିକୁ ଫେରିଯିବାକୁ କହିଥିଲେ ଦିଲ୍ଲୀ ପୋଲିସ କମିଶନର ଅମୂଲ୍ୟ ପଟ୍ଟନାୟକ । ନିଜକୁ ୟୁନିଫର୍ମ ପିନ୍ଧିବାକୁ ଭୟ ଲାଗୁଥିବା କହିଛନ୍ତି ବିକ୍ଷୋଭକାରୀ ଯବାନ। ଗତ ୩ ଦିନ ହେଲା ଲଗାତର ଓକିଲମାନେ ପୋଲିସ ଓ ସାଧାରଣ ଲୋକଙ୍କ ସହ ଖରାପ ବ୍ୟବହାର କରୁଥିବା କହିଛନ୍ତି ଯବାନ।

ଗୃହ ମନ୍ତ୍ରାଳୟ ଏ ଘଟଣାରେ ଦିଲ୍ଲୀ ଉପରାଜ୍ୟପାଳଙ୍କ ଠାରୁ ରିପୋର୍ଟ ମାଗିଛନ୍ତି । ଦିଲ୍ଲୀ ହାଇକୋର୍ଟ ମଧ୍ୟ ଘଟଣାକୁ ଗୁରୁତର ସହ ନେଇଛନ୍ତି । ବାର୍ କାଉନସିଲ୍ ଅଫ୍ ଇଣ୍ଡିଆ ସମେତ ଅନ୍ୟାନ୍ୟ ଓକିଲ ସଂଘକୁ ନୋଟିସ୍ କରିଛନ୍ତି ହାଇକୋର୍ଟ ।

ଦିଲ୍ଲୀ ପୋଲିସ କମିଶନରଙ୍କ କାର୍ଯ୍ୟାଳୟ ବାହାରେ ପୋଲିସ ଅଧିକାରୀଙ୍କ ବିକ୍ଷୋଭ

ଅପରପକ୍ଷରେ ଡିଷ୍ଟ୍ରିକ୍ଟ କୋର୍ଟ ଗୁଡ଼ିକରେ ଆନ୍ଦୋଳନ କରୁଛନ୍ତି ଓକିଲ । ମାମଲାଗୁଡ଼ିକ ଶୁଣାଣିବେଳେ ଉପସ୍ଥିତ ନରହିବା ସହ, ମୋହକିଲ୍‌ଙ୍କୁ ମଧ୍ୟ କୋର୍ଟ ପରିସରକୁ ଯିବାକୁ ଦେଉନାହାନ୍ତି । ଓକିଲମାନେ ତିସ୍‌ ହଜାରି କୋର୍ଟ ଘଟଣାରେ ସମ୍ପୃକ୍ତ ପୋଲିସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଏ ପ୍ରସଂଗରେ ବିଜେପିକୁ ଘେରିଛଇ କଂଗ୍ରେସ । ଦଳୀୟ ମୁଖପାତ୍ର ରଣଦୀପ ସୂରଜବାଲା ଟ୍ୱିଟ୍‌ କରି କହିଛନ୍ତି ଯେ, ଗତ ୭୨ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ପୋଲସ ପକ୍ଷରୁ ପ୍ରର୍ଦଶନ କରାଯାଉଛି । କ’ଣ ଏହା ବିଜେପିର ନ୍ୟୁ ଇଣ୍ଡିଆ ? ଗତ ଶନିବାର ତିସ୍‌ ହଜାରି କୋର୍ଟରେ ପୋଲିସ ଓ ଓକିଲ ମୁହାଁମୁହିଁ ହୋଇଥିଲେ । ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହେବାରୁ ପୋଲିସ ପକ୍ଷରୁ ଫାୟାରିଂ କରିବାକୁ ପଡ଼ିଥିଲା । ଫଳରେ  ଓକିଲମାନେ ଉତ୍‌କ୍ଷିପ୍ତ ହୋଇ ପୋଲିସ୍‌ ଜିପ୍‌ ଜାଳିଦେବାସହ ବ୍ୟାପକ୍‌ ଭଙ୍ଗାରୁଜା କରିଥିଲେ ।

ତିସ୍ ହଜାରି କୋର୍ଟ ବାହାରେ ସେଦିନ ପୋଲିସର ଫ୍ଲାଗ୍ ମାର୍ଚ୍ଚ

ହାମାରା କମିଶନର କେସା ହୋ, କିରଣ ବେଦୀ ଜେସା ହୋ..

ପୋଲିସ ଯବାନମାନଙ୍କ ବିକ୍ଷୋଭ ବେଳେ ରୋଚକ ଘଟଣା ଦେଖିବାକୁ ମିଳିଛି । ଡିସିପିସ୍ତରର ଅଧିକାରୀମାନେ ବିକ୍ଷୋଭକାରୀ ଯବାନଙ୍କ ସହ କଥାବାର୍ତ୍ତା କରିଥିବା ବେଳେ ସିପିଙ୍କୁ କାର୍ଯ୍ୟାଳୟ ବାହାରକୁ ଆସିବା ନେଇ ଦାବି କରିଛନ୍ତି ଯବାନ । କମିଶନର ନଆସିବାରୁ, ‘ହାମାରା କମିଶନର କୈସା ହୋ, କିରଣ ବେଦୀ ଜେସା ହୋ’.. ନାରା ଦେଇଥିଲେ ଆନ୍ଦୋଳନକାରୀ । ପ୍ରାସଂଗ ଦୃଷ୍ଟିରୁ ଉଲ୍ଲେଖଯୋଗ୍ୟ ଯେ, ୧୯୮୨ ମସିହାରେ ଦିଲ୍ଲୀ ପୋଲିସରେ କାର୍ଯ୍ୟରତ ଥିବା ସମୟରେ ଜଣେ ପୋଲିସ୍ ଇନ୍ସପେକ୍ଟର ନିର୍ମଳ ସିଂହ ଭୁଲ୍ ସ୍ଥାନରେ ପାର୍କିଂ ଯୋଗୁଁ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ କାର୍ଯ୍ୟାଳୟ ଗାଡ଼ିର ଚାଲାଣ କାଟିଥିଲେ । କିରଣ ବେଦୀ ମଧ୍ୟ ତାଙ୍କୁ ସମର୍ଥନ କରିଥିଲେ । ')}

Leave a Reply