ଅନଲାଇନ୍ ଫ୍ରଡରେ ଫସିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ଝିଅ

1 min read
Delhi CM Arvind Kejriwal’s daughter duped of Rs 34,000 by online scammer

ନୂଆଦିଲ୍ଲୀ: ଅନଲାଇନ୍ ଲୁଟର ଶିକାର ହେଲେ ମୁଖ୍ୟମନ୍ତ୍ରୀଙ୍କ ଝିଅ । ସୋଫା ବିକୁ ବିକୁ ଖାଲି ହୋଇଗଲା ଆକାଉଣ୍ଟ । ଠକ ଲୁଟିନେଲେ ୩୪ ହଜାର ଟଙ୍କା । ମିଳିଥିବା ସୂଚନା ଅନୁଯାୟୀ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ୍ର କେଜ୍ରିୱାଲଙ୍କ ଝିଅ ହର୍ଷିତା ଅନଲାଇନ୍ ଠକେଇର ଶିକାର ହୋଇଛନ୍ତି । ଇ-କମର୍ସ ପ୍ଲାଟଫର୍ମରେ ପୁରୁଣା ସୋଫା ବିକ୍ରି ବେଳେ ଠକ ହର୍ଷିତାଙ୍କ ଆକାଉଣ୍ଟରୁ ୩୪ ହଜାର ଟଙ୍କା ଲୁଟି ନେଇଛନ୍ତି ।

Delhi CM Arvind Kejriwal’s daughter duped of Rs 34,000 by online scammer

ଏନେଇ ସିଭିଲ୍ ଲାଇନ୍ ପୋଲିସରେ ଏକ ମାମଲା ରୁଜୁ ହୋଇଛି । ପୋଲିସ ଅନୁସାରେ- ହର୍ଷିତା ଅନଲାଇନରେ ଏକ ପୁରୁଣା ସୋଫା ବିକ୍ରି ଲାଗି ପୋଷ୍ଟ କରିଥିଲେ । ଠକ ଜଣଙ୍କ ସୋଫା କିଣିବା ଲାଗି ଆଗ୍ରହ ପ୍ରକାଶ କରିବା ସହ ହର୍ଷିତାଙ୍କ ଆକାଉଣ୍ଟକୁ ଅଳ୍ପ କିଛି ଟଙ୍କା ପଠାଇଥିଲେ ।

Delhi CM Arvind Kejriwal’s daughter duped of Rs 34,000 by online scammer

ଟଙ୍କା ପଠାଇବା ପରେ ଗ୍ରାହକ ଜଣଙ୍କୁ ବିଶ୍ୱାସକୁ ନେଇଥିଲେ ହର୍ଷିତା । ତା’ପରେ ଗ୍ରାହକ ବେଶରେ ଥିବା ଠକ ଜଣଙ୍କ କ୍ୟୁଆର୍ କୋଡ୍ ସ୍କାନ୍ ପାଇଁ କହିଥିଲେ । ପ୍ରଥମ ସ୍କାନରେ ୨୦ ହଜାର ଟଙ୍କା କଟିଯିବା ପରେ ଠକ ଜଣଙ୍କ ଭୁଲ୍ କ୍ୟୁଆର୍ କୋଡ୍ ପଠାଇଥିବା କହିଥିଲେ । ପୁଣି ଆଉ ଏକ କୋଡ୍ ପଠାଇଥିଲେ । ଯାହାକୁ ସ୍କାନ୍ ପରେ ପୁଣି ହର୍ଷିତାଙ୍କ ଆକାଉଣ୍ଟରୁ ୧୪ ହଜାର ଟଙ୍କା କଟି ଯାଇଥିଲା । ଏନେଇ ଅଭିଯୋଗ ହୋଇଥିବା ବେଳେ ପୋଲିସ ତଦନ୍ତ କରୁଛି ।

Leave a Reply