ନୂଆଦିଲ୍ଲୀରେ ଲାଗୁ ହେବନି ଲକଡାଉନ୍, ସଂକ୍ରମଣ ବୃଦ୍ଧି ଭିତରେ କେଜ୍ରିୱାଲଙ୍କ ବୟାନ..

1 min read
Politics Delhi CM Arvind Kejriwal Speech On Lock Down Issue
Kejriwal To Observe Fast In Support Of Protesting Farmers

ନୂଆଦିଲ୍ଲୀ: କରୋନା ଭାଇରସ ସଂକ୍ରମଣ ବୃଦ୍ଧି ମଧ୍ୟରେ ରାଜଧାନୀ ଦିଲ୍ଲୀରେ ପୁଣିଥରେ ଲକଡାଉନ୍ ଲାଗୁ ହେବ ନାହିଁ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସ୍ପଷ୍ଟ କରିଦେଇଛନ୍ତି । ସିଏମ୍ କେଜ୍ରିୱାଲ୍ ଏନେଇ ଟ୍ୱିଟ୍ କରିଛନ୍ତି । ଲକଡାଉନ୍ ପୁଣି ଲାଗୁ ହେବ ବୋଲି ମିଡିଆ ଓ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି । ଦିଲ୍ଲୀ ସରକାର ପୁଣିଥରେ ଲକଡାଉନ୍ ଲାଗୁ କରିବା ପାଇଁ ଯୋଜନା କରୁଛି ବୋଲି ଆଲୋଚନା ହେଉଛି । କିନ୍ତୁ ମୁଁ ଲୋକଙ୍କୁ କହିବାକୁ ଚାହୁଁଛି ଯେ, ଦିଲ୍ଲୀ ସରକାରଙ୍କର ଏଭଳି କୌଣସି ଯୋଜନା ନାହିଁ । ଦିଲ୍ଲୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାକୁ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ଆଲୋଚନା ପରେ କେଜ୍ରିୱାଲ ଏହି ଟ୍ୱିଟ୍ କରିଛନ୍ତି

ସୂଚନାଯୋଗ୍ୟ ଯେ, ଗତ କିଛିଦିନ ଧରି ଦିଲ୍ଲୀରେ କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ନେଇ ଦିଲ୍ଲୀରେ ପୁଣିଥରେ ଲକଡାଉନ୍ ଲାଗୁ କରାଯାଇପାରେ ବୋଲି ଆଶଙ୍କା ପ୍ରକାଶ ପାଉଥିଲା । ବିଶେଷକରି କେନ୍ଦ୍ର ଗୃହମନ୍ତ୍ରୀଙ୍କ ସହ ଆଲୋଚନା ପରେ ଏହାକୁ ନେଇ ଆଶଙ୍କା ବ୍ୟକ୍ତ କରାଯାଉଥିଲା । ତେବେ ସିଏମ୍ ସିଧାସଳଖ ଟ୍ୱିଟ୍ କରି ଏଭଳି ଆଶଙ୍କାକୁ ଖାରଜ କରିଦେଇଛନ୍ତି ।

Leave a Reply