ଆପଣଙ୍କ ସ୍ମାର୍ଟଫୋନରୁ ଶୀଘ୍ର ହଟାନ୍ତୁ ଏହି ଆପ୍: ନଚେତ ହ୍ୟାକ୍ ହୋଇପାରେ ଫୋନ୍

1 min read

ନୂଆଦିଲ୍ଲୀ: ଗୁଗୁଲ୍ ପ୍ଲେ ଷ୍ଟୋରରେ ଏହିପରି ଅନେକ ଆପ୍ ରହିଛି, ଯାହା ବ୍ୟବହାରକାରୀଙ୍କ ତଥ୍ୟ ଚୋରୀ କରିବା ସହ ଲୋକମାନଙ୍କୁ ଠକିଥାନ୍ତି। ଏହିଭଳି ଆପ୍ ଗୁଡ଼ିକ କୌଣସି ହ୍ୟାକର୍ କିମ୍ବା ଗୁପ୍ତଚର ସଂସ୍ଥା ଦ୍ୱାରା ପରିଚାଳିତ ହୋଇଥାଏ। ବର୍ତ୍ତମାନ ଏହିଭଳି ଏକ ଆପ୍ ସାମ୍ନାକୁ ଆସିଛି, ଯାହା ବ୍ୟବହାରକାରୀଙ୍କ ଫୋନ୍ ହ୍ୟାକ୍ କରିଥାଏ । ଆପଣ ନିଜ ଫୋନରୁ ଅନ୍ୟ ଫୋନ୍ କୁ ଫାଇଲ ଟ୍ରାନ୍ସଫର କରିବାକୁ ବ୍ୟବହାର କରୁଥିବା ଲୋକପ୍ରିୟ ଆପ୍ SHAREitକୁ ନେଇ ସାଇବର ସିକ୍ୟୁରିଟି ଫର୍ମ ଟ୍ରେଣ୍ଡ ମାଇକ୍ରୋ ଏହି ଆପରେ କିଛି ତ୍ରୁଟି ପାଇଛି। ତେଣୁ ଏହି ଆପର ସୁରକ୍ଷା ସମସ୍ୟାର ସମାଧାନ ନହେବା ପର୍ଯ୍ୟନ୍ତ ଏହି ଆପର ଶେଆରିଂ ପ୍ରକ୍ରିୟା ବନ୍ଦ କରିବାକୁ ସୁରକ୍ଷା ସଂସ୍ଥା ପରାମର୍ଶ ଦେଇଛି।

ଟ୍ରେଣ୍ଡ ମାଇକ୍ରୋ ଦେଇଥିବା ରିପୋର୍ଟ ଅନୁଯାୟୀ, ଏହି ଆପରେ ମିଳୁଥିବା ତ୍ରୁଟିର ଅପବ୍ୟବହାର କରି ବ୍ୟବହାରକାରୀଙ୍କ ବ୍ୟକ୍ତିଗତ ତଥ୍ୟ ଲିକ୍ ହେବାର ସମ୍ଭାବନା ରହିଛି। ଏ ନେଇ ଟ୍ରେଣ୍ଡ ମାଇକ୍ରୋ ଗୁଗୁଲକୁ ମଧ୍ୟ ଅବଗତ କରାଇଦେଇଛି। ଯାହାପରେ କମ୍ପାନୀ ପ୍ଲେଷ୍ଟୋରୁ ଏହି ଆପକୁ ହଟାଇ ବି ପାରେ। SHAREitକୁ ଏ ନେଇ ପ୍ରଶ୍ନ୍ କରାଯାଇଥିଲେ ମଧ୍ୟ ଆପ୍ ତରଫରୁ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ମିଳିନାହିଁ। ଏହି ଆପ୍ ବିଭିନ୍ନ ଫାଇଲ୍ ଡାଉନଲୋଡ୍ ଏବଂ ଗୋଟିଏ ଡିଭାଇସରୁ ଅନ୍ୟ ଡିଭାଇସ୍ କୁ ପଠାଇବା କାମ କରିଥାଏ । ଭାରତରେ ଏହାକୁ ବ୍ୟାନ୍ କରିଦିଆଯାଇଛି। କିନ୍ତୁ ୨୦୧୯ରେ SHAREit ସବୁଠାରୁ ଅଧିକ ଡାଉନଲୋଡ୍ ହୋଇଥିବା ଆପ୍ ମଧ୍ୟରୁ ଗୋଟିଏ।

SHAREit ର ପ୍ରାୟ ୧ ବିଲିୟନରୁ ଅଧିକ ଉପଭୋକ୍ତା ଅଛନ୍ତି । ନଭେମ୍ବର ୨୦୨୦ରେ, ସରକାର ଟିକଟକ ସମେତ ୫୭ ଟି ଚାଇନିଜ୍ ଆପ୍ ଉପରେ ପ୍ରତିବନ୍ଧକ ଲଗାଇଥିଲେ। ଏଥିମଧ୍ୟରେ SHAREit ବି ସାମିଲ ଥିଲା । ଏଭଳି ପରିସ୍ଥିତିରେ ଭାରତୀୟ ବ୍ୟବହାରକାରୀଙ୍କ ପାଇଁ ଏହି ଆପକୁ ନିଜ ଫୋନରୁ ଅନଇନଷ୍ଟଲ କରିଦେବା ବୁଦ୍ଧିମତାର କାମ ହେବ। ନଚେତ ହ୍ୟାକର ଆପଣଙ୍କ ଫୋନକୁ ହ୍ୟାକ କରି ଆପଣଙ୍କ ଅନେକ ସମ୍ବେଦନଶୀଳ ତଥ୍ୟର ଅପବ୍ୟବହାର କରିପାରନ୍ତି । SHAREit ର ବିକଳ୍ପ ଆପ ଭାବେ ଆପଣ ଆଇଫୋନ୍ ପାଇଁ ଏୟାରଡ୍ରପ୍, ଏବଂ ଆଣ୍ଡ୍ରଏଡ୍ ଫୋନରେ ୱାଇ-ଫାଇ ଡାଇରେକ୍ଟ୍ ଓ ଫାଇଲ୍ସ ଗୋ ଭଳି ଆପ ବ୍ୟବହାର କରିପାରିବେ।

Leave a Reply