ଦୀପିକାଙ୍କୁ ପଚରାଉଚରା ସମୟରେ କାହିଁକି ହାତଯୋଡ଼ି ଛିଡ଼ା ହୋଇଗଲେ NCB ଅଫିସର?

ମୁମ୍ବାଇ: ସୁଶାନ୍ତ ସିଂ ରାଜପୂତ ମୃତ୍ୟୁ ମାମଲାରେ ଡ୍ରଗ୍ସ କନେକ୍ସନକୁ ନେଇ ଟାର୍ଗେଟକୁ ଆସିଛି ବଲିଉଡ । ଯେଉଁଥିରେ ଫସିଛନ୍ତି ଜଣକ ପରେ ଜଣେ ପ୍ରସିଦ୍ଧ କଳାକାର । ଗତ ଶନିବାରକୁ ସାରା,ଦୀପିକା ଏବଂ ଶ୍ରଦ୍ଧା କପୂରଙ୍କୁ ଜେରା କରିଛି ଏନସିବି । ଅନ୍ୟ ପକ୍ଷରେ ଦୀପିକା,ସାରା ଏବଂ ରକୁଲଙ୍କ ମୋବାଇଲ ଜବତ କରିଥିଲା ଏନସିବି । ଏହି ମଧ୍ୟରେ ସାମ୍ନାକୁ ଆସିଛି ଏକ ଆଶ୍ଚର୍ଯ୍ୟ କରିବା ଭଳି ଖବର । ଖବର ଅନୁସାରେ ପଚରାଉଚରା ସମୟରେ ଦୀପିକା ପାଦୁକୋନ ତିନି ଥର କାନ୍ଦି ପକାଇଲେ ।

ସୂଚନା ଅନୁସାରେ ଏନସିବି ଦୀପିକାଙ୍କୁ ପଚରାଉଚରା କରୁଥିଲା । ସେହି ସମୟରେ ଦୀପିକା ତିନି ଥର କାନ୍ଦିବାକୁ ଲାଗିଲେ । ଏହାକୁ ଦେଖି ଏନସିବି ଅଫିସର ଦୀପିକାଙ୍କୁ ଇମୋଶନାଲ କାର୍ଡ଼ ନଖେଳିବାକୁ କହିଥିଲେ । ଏନସିବି ଅଫିସର ହାତ ଯୋଡ଼ି ଦୀପିକାଙ୍କୁ କହିଥିଲେ କି ନ କାନ୍ଦି ସତ କଥା କୁହନ୍ତୁ । ତେବେ ଏନସିବି ଦୀପିକାଙ୍କ ମୋବାଇଲ ଫୋନ ଜବତ କରିଛନ୍ତି, ଯାହାଦ୍ୱାରା ସେଥିରୁ ସୁରାକ୍‌ଖୋଜିବ ଏନସିବି ।

ଖବର ଅନୁସାରେ ପ୍ରାୟ ସାଢେ ପାଞ୍ଚ ଘଣ୍ଟାର ପଚରାଉଚରା ସମୟରେ ଦୀପିକାଙ୍କୁ ସୁଶାନ୍ତ ଏବଂ ରିୟାଙ୍କ ବିଷୟରେ କିଛି ପଚରାଉଚରା ହୋଇନାହିଁ । ତାଙ୍କୁ କେବଳ କରିସ୍ମାଙ୍କ ସହିତ ହୋଇଥିବା ଡ୍ରଗ୍ସ ଚ୍ୟାଟ ବିଷୟରେ ପଚରାଯାଇଛି ।

Leave a Reply