ଡିସେମ୍ବର ମାସରେ କେମିତି ରହିବ ଆପଣଙ୍କ ଭାଗ୍ୟ; କ’ଣ କହୁଛି ରାଶିଫଳ ?

1 min read

ନୂଆଦିଲ୍ଲୀ: ୨୦୨୦ ମସିହାର ଶେଷ ମାସ ତଥା ଡିସେମ୍ବର ମାସ ଆରମ୍ଭ ହୋଇଯାଇଛି । ଏହି ମାସ ଚାକିରି, ବ୍ୟବସାୟ ଓ କ୍ୟାରିଅର କ୍ଷେତ୍ରରେ କିଛି ରାଶି ଉପରେ ଶୁଭ ପ୍ରଭାବ ପକାଉଥିବା ବେଳେ ଆଉ କିଛି ରାଶିର ବ୍ୟକ୍ତିବିଶେଷଙ୍କୁ ସାମାନ୍ୟ ସାବଧାନତା ଅବଲମ୍ବନ କରିବାକୁ ପଡିବ ।

ମେଷ- ଏହି ମାସରେ କ୍ୟାରିଅର କ୍ଷେତ୍ରରେ ହଠାତ୍ ପରିବର୍ତ୍ତନ ପାଇଁ ଆପଣଙ୍କୁ ପ୍ରସ୍ତୁତ ରହିବାକୁ ପଡିବ । ଏହି ମାସରେ ଚାକିରି କ୍ଷେତ୍ରରେ ଆପଣଙ୍କ ଟ୍ରାନ୍ସଫର ହେବାର ସମ୍ଭାବନା ରହିଛି । ଯଦିଓ ବରିଷ୍ଠ ଅଧିକାରୀଙ୍କ ସହ ଆପଣଙ୍କର କଥା କଟାକଟି ହେବାର ଆଶଙ୍କା ରହିଛି ତଥାପି ବ୍ୟବସାୟ କ୍ଷେତ୍ରରେ ଲାଭ ହୋଇପାରେ ।

ବୃଷ – ବିଦେଶୀ କମ୍ପାନୀରେ କାମ କରୁଥିବା ଲୋକଙ୍କ ପାଇଁ ଏହି ମାସ ଭଲ ହେବ । ଏଥିସହିତ ଯେଉଁମାନେ ବିଦେଶୀ କମ୍ପାନୀରେ ଚାକିରି ପାଇବାକୁ ଚାହୁଁଛନ୍ତି, ସେମାନେ ମଧ୍ୟ ଭଲ ଫଳ ​​ପାଇପାରିବେ ।  ବ୍ୟବସାୟୀମାନେ ବ୍ୟବସାୟରେ ସଫଳତା ପାଇବେ ।

ମିଥୁନ- ଏହି ମାସରେ ନିଜ ପାଇଁ ଆପଣଙ୍କ କ୍ୟାରିଅରରେ କିଛିଟା ବାଧା ଆସିପାରେ । ଅଫିସ୍ କିମ୍ବା କର୍ମ କ୍ଷେତ୍ରରେ ସହକର୍ମୀଙ୍କ ଯୋଗୁଁ ମଧ୍ୟ ସମସ୍ୟା ଦେଖାଦେଇପାରେ । ଏକ ଭଲ ସଂସ୍ଥାରେ ନୂତନ ଚାକିରି ପାଇବାର ସୁଯୋଗ ରହିଛି । ଯଦି ଆପଣ କାହା ସହିତ ପାର୍ଟନରସିପରେ ବ୍ୟବସାୟ କରୁଛନ୍ତି, ତେବେ ପାର୍ଟନର ସହିତ କିଛିଟା ବିବାଦ ହୋଇପାରେ ।

କର୍କଟ- କର୍କଟ ରାଶିର ବ୍ୟକ୍ତିବିଶେଷଙ୍କୁ ଏହି ମାସରେ ସାବଧାନତା ଅବଲମ୍ବନ କରିବା ଉଚିତ୍ । ଜୀବନରେ କିଛିଟା ଉତ୍ଥାନ-ପତନ ହୋଇପାରେ । ତେବେ ଯେଉଁ ବ୍ୟକ୍ତିମାନେ ସେମାନଙ୍କର ପୁରୁଣା ଚାକିରି ଛାଡି ନୂତନ ସ୍ଥାନରେ ଚାକିରି ଆରମ୍ଭ କରିବାକୁ ଯାଉଛନ୍ତି ସେମାନଙ୍କ ପାଇଁ ଏହି ସମୟ ଭଲ । ଏହି ମାସରେ ବ୍ୟବସାୟୀମାନେ ଚାହୁଁଥିବା ମୁତାବକ ଫଳାଫଳ ପାଇବାର ଆଶା ରହିଛି ।

ସିଂହ- ଆପଣ କ୍ୟାରିଅରରେ ସଫଳତାର ସିଡ଼ି ଚଢିବାର ସମ୍ଭାବନା ରହିଛି । ଅଫିସରେ ସିନିୟରମାନଙ୍କ ସହିତ ଆପଣଙ୍କର ସମ୍ପର୍କ ସ୍ଥାପନ ହେବ । ଆପଣଙ୍କୁ ସେମାନଙ୍କର ସମର୍ଥନ ଏବଂ ମାର୍ଗଦର୍ଶନ ମଧ୍ୟ ମିଳିବ । ଅଫିସିଆଲ୍ ଟୁର ଆପଣଙ୍କ କ୍ୟାରିଅରକୁ ଏକ ନୂଆ ମାେଡ ଦେବ । ଯେଉଁମାନେ ଆଇଟି କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି ସେମାନେ ମଧ୍ୟ ଲାଭ ପାଇପାରିବେ ।

କନ୍ୟା- ଏହି ମାସରେ ଆପଣଙ୍କ ସାମାନ୍ୟ ଭୁଲ୍ ଆପଣଙ୍କୁ ବହୁତ ଭାରୀ ପଡିପାରେ । ଚାକିରି କିମ୍ବା ବ୍ୟବସାୟ କ୍ଷେତ୍ରରେ ମଧ୍ୟ ସମସ୍ୟ ଦେଖାଦେଇପାରେ । ନିଜ ସ୍ଥିତିରେ ସୁଧାର ଆଣିବାକୁ ଚାହୁଁଥିଲେ ଆପଣଙ୍କୁ କଠିନ ପରିଶ୍ରମ କରିବାକୁ ପଡିବ । ବରିଷ୍ଠ ଅଧିକାରୀ ତଥା ବସ୍ ସହ ସମ୍ପର୍କ ଖରାପ ହେବାର ଆଶଙ୍କା ରହିଛି । ତେବେ ଗୁପ୍ତ ଶତ୍ରୁମାନଙ୍କଠାରୁ ସତର୍କ ରୁହନ୍ତୁ ।

ତୁଳା- ଏହି ମାସରେ ଆପଣଙ୍କୁ ଆପଣଙ୍କ କ୍ୟାରିଅରରେ ଭଲ ସୁଯୋଗ ମିଳିବ । ଯଦି ଆପଣ ଏହି ସୁଯୋଗ ଗୁଡିକର ଲାଭ ଉଠାଇପାରିବେ ତାହେଲେ ଆପଣଙ୍କୁ ଉନ୍ନତିର ଶିଖରରେ ପହଞ୍ଚିବାକୁ କେହି ଅଟକାଇ ପାରିବେ ନାହିଁ । ଏହାବ୍ୟତୀତ ଆପଣଙ୍କ ଅଟକି ରହିଥିବା କାମ ଆରମ୍ଭ ହୋଇପାରେ ।

ବିଛା- ଏହି ରାଶିର ବ୍ୟକ୍ତିବିଶେଷ କ୍ୟାରିଅର କ୍ଷେତ୍ରରେ ଅନୁକୂଳ ଫଳାଫଳ ପାଇବାର ଆଶା ରହିଛି । ଯଦି ଆପଣ ଚାକିରି ପାଇବା ପାଇଁ ଦୀର୍ଘ ସମୟ ଧରି ଚେଷ୍ଟା କରୁଛନ୍ତି, ତେବେ ଆପଣ ସଫଳତା ପାଇପାରିବେ । ଯଦି ଆପଣ ଚାକିରି କରୁଛନ୍ତି ତାହେଲେ ସହକର୍ମୀ ମାନଙ୍କୁ ଭବିଷ୍ୟତ ଯୋଜନା ବିଷୟରେ ଜଣାଇବା ଉଚିତ୍ ନୁହେଁ । ସେମାନେ ଏହାର ଭୁଲ୍ ଫାଇଦା ଉଠାଇ ପାରନ୍ତି । ଏହାସହିତ ଆପଣଙ୍କର ଦରମା ମଧ୍ୟ ବୃଦ୍ଧି ହୋଇପାରେ।

ଧନୁ- ପ୍ରୋଫେସନକୁ ନେଇ ଚଳିତ ବର୍ଷର ଶେଷ ମାସ ଧନୁ ରାଶି ଲୋକଙ୍କ ପାଇଁ ଭଲ । ଯଦି ଆପଣ ବର୍ତ୍ତମାନର ଚାକିରିକୁ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି, ତେବେ ସମସ୍ୟା ଦେଖାଦେଇପାରେ । ଆପଣ ବନ୍ଧୁଙ୍କ ସାହାଯ୍ୟରେ ଏକ ନୂତନ ଚାକିରି ପାଇପାରିବେ । ଯାହ ଆପଣଙ୍କର ଡ୍ରିମ୍ ଜବ୍ ହୋଇପାରେ।

ମକର ରାଶି- ଘରେ କିଛି ବିବାଦ ହେତୁ ଏହି ମାସରେ ଆପଣଙ୍କ କାମ ପ୍ରଭାବିତ ହୋଇପାରେ । ଏହି ମାସରେ ଅନେକ ବଡ଼ ସଫଳତା ଏବଂ ସୁଯୋଗ ଆପଣଙ୍କୁ ମିଳିପାରେ । ଏଥିସହିତ ବ୍ୟବସାୟୀମାନେ ବ୍ୟବସାୟରେ ସଫଳତା ପାଇପାରିବେ ।

କୁମ୍ଭ- କ୍ୟାରିଅର୍ ଦୃଷ୍ଟିରୁ ଏହି ମାସ ଆପଣଙ୍କ ପାଇଁ ଭଲ ସାବ୍ୟସ୍ତ ହେବ । ଯଦି ଆପଣ ଏକ ନୂତନ ବ୍ୟବସାୟ କିମ୍ବା ଷ୍ଟାର୍ଟଅପ୍ ଆରମ୍ଭ କରିବାକୁ ଚାହୁଁଛନ୍ତି ତେବେ ଅର୍ଥର ଅଭାବ ରହିବ ନାହିଁ । ବିଜନେସ୍ ପାର୍ଟନରଙ୍କ ଯୋଗୁଁ ଆପଣଙ୍କୁ ବ୍ୟବସାୟରେ କିଛି ବଡ଼ ଡିଲ୍ ମିଳିପାରିବ ।

ମୀନ- ଏହି ମାସରେ ଆପଣଙ୍କୁ ନିଜ କାର୍ଯ୍ୟ ପ୍ରତି ଏକାଗ୍ରତା ରଖିବାକୁ ପଡିବ । ଯାହାଫଳରେ ଆପଣ ଭଲ ଫଳ ​​ପାଇପାରିବେ। ବ୍ୟବସାୟୀମାନେ ଏହି ମାସରେ ବ୍ୟବସାୟରେ ଭଲ ଲାଭ ଆଶା କରିପାରିବେ । ଭବିଷ୍ୟତ ପାଇଁ ଆପଣ ଭଲ ଯୋଜନା ପ୍ରସ୍ତୁତ କରିବାର ସମ୍ଭାବନା ରହିଛି ।

Leave a Reply