ବିଶ୍ବରେ ଅଣାୟତ ହେଉଛି କୋଭିଡ-୧୯ ଭୂତାଣୁ…ଦେଶରେ ସାଢେ ୪ ହଜାରରୁ ଅଧିକ ଆକ୍ରାନ୍ତଙ୍କ ସଂଖ୍ୟା

1 min read

ନୂଆଦିଲ୍ଲୀ: ବିଶ୍ୱରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ଗତ ୩ମାସ ମଧ୍ୟରେ କରୋନା ଭାଇରସ୍ ଏକ ମହାମାରୀର ରୂପ ନେଇଛି। ଚାରିଆଡେ ମାତିବେରେ ଲାଗିଛି ଏହି କୋଭିଡ-୧୯ ଭୂତାଣୁ । ରିପୋର୍ଟ ଅନୁସାରେ ୟୁଏସରେ ଆକ୍ରାନ୍ତଙ୍କ ସଂଖ୍ୟା ସାଢ଼େ ୩ ଲକ୍ଷ ଟପିଥିବା ବେଳେ ୧୦ ହଜାରରୁ ଅଧିକ କରୋନାର ଶିକାର ହୋଇଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ଅଢ଼େଇ ହଜାରରୁ ଅଧିକ ନୂଆ ମାମଲା ସାମ୍ନାକୁ ଆସିଛି । ଆମେରିକାରେ ସବୁଠୁ ଅଧିକ ପ୍ରଭାବିତ ହୋଇଥିବା ନ୍ୟୁୟର୍କ ସହରରେ ଦିନକୁ ଦିନ ସ୍ଥିତି ବିଗିଡିବାରେ ଲାଗିଛି ।

୨୦୯ ଦେଶକୁ ବ୍ୟାପିଥିବା କୋଭିଡ-୧୯ ଭୂତାଣୁରେ ୧୩ ଲକ୍ଷରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି । ଏହା ସହ ୭୨ ହଜାରରୁ ଅଧିକ ଲୋକଙ୍କ ଜୀବନ ନେଲାଣି ଏହି ଭୟଙ୍କର ଭାଇରସ । ସ୍ପେନ, ଇଟାଲୀ ଓ ଜର୍ମାନୀରେ ଲକ୍ଷାଧିକ ଲୋକେ ଆକ୍ରାନ୍ତ ହୋଇଛନ୍ତି । ଇଟାଲୀରେ ୧୬ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ପେନରେ ୧୩ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ଅପରପକ୍ଷରେ ଭାରତରେ ସାଢ଼େ ୪ ହଜାରରୁ ଅଧିକ ସଂକ୍ରମିତ ହୋଇଛନ୍ତି । କେବଳ ସେତିକି ନୁହେଁ ମୃତ୍ୟୁ ସଂଖ୍ୟା ଶହେ ଟପିଛି । ଆକ୍ରାନ୍ତଙ୍କ ମଧ୍ୟରେ ୭୬ ପ୍ରତିଶତ ପୁରୁଷ ଓ ୨୪ ପ୍ରତିଶତ ମହିଳା ରହିଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୦୦ଟି ନୂଆ କରୋନା ମାମଲା ସାମ୍ନାକୁ ଆସିଛି।

Leave a Reply