ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ: କହିଲେ ସୁଧୁରି ଯାଅ ନହେଲେ…

1 min read
Death Threat to Jharkhand CM Hemant Soren

ରାଞ୍ଚି: ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଦୁଇଟି ଇ-ମେଲ ଯୋଗେ ହତ୍ୟା ଧମକ ମିଳିଛି । ସିଆଇଡି ମାମଲାର ଅନୁସନ୍ଧାନ ଆରମ୍ଭ କରିଛି । ଅନ୍ୟପଟେ ପୁରା ମାମଲାକୁ ନେଇ କୌଣସି ଅଧିକାରୀ ପାଟି ଖୋଲିବାକୁ ନାରାଜ । କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଦିଆଯାଇଛି । ସୂଚନା ରହିଛି ଯେ, ହେମନ୍ତ ସୋରେନଙ୍କୁ ଇ-ମେଲ୍ ଯୋଗେ ହତ୍ୟା ଧମକ ମିଳିଛି ।

ସୁଧୁରି ଯାଅ, ନହେଲେ…

ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ମିଳିଥିବା  ଇ-ମେଲରେ ଲେଖାଯାଇଛି, ସୁଧୁରି ଯାଅ, ନହେଲେ ତମକୁ ହତ୍ୟା କରିଦିଆଯିବ । ମାମଲା କେତେ ଗମ୍ଭୀର ଅଟେ ତାହା ଏହି ଇ-ମେଲରୁ ବାରି ହୋଇପଡ଼ୁଛି । ଧମକ ପରେ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାକର୍ମୀମାନେ ସଜାଗ ହୋଇପଡ଼ିଛନ୍ତି । ଅନ୍ୟପଟେ ମାମଲାରେ ଆଇପି ଆଡ୍ରେସ ସାହାଯ୍ୟରେ ଅଭିଯୁକ୍ତଙ୍କ ପାଖରେ ପହଞ୍ଚିବା ପାଇଁ ଚେଷ୍ଟା କରାଯାଉଛି ।

ଜେଏମଏମ( JMM)ର କଡ଼ା ପ୍ରତିକ୍ରିୟା

ଅନ୍ୟପଟେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନକୁ ଧମକ ଦିଆଯିବାକୁ ନେଇ କଡ଼ା ପ୍ରତିକ୍ରିୟା ରଖିଛି ଜେଏମଏମ୍  । ପାର୍ଟିର କେନ୍ଦ୍ରିୟ ପ୍ରବକ୍ତା ମନୋଜ ପାଣ୍ଡେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତାକୁ ନେଇ ଏଭଳି କରାଯାଇଛି । ରାଜ୍ୟ ସରକାର ପୁରା ମାମଲାର ଯାଞ୍ଚ କରାଇବ । ରାଜ୍ୟନୈତିକ ପ୍ରତିଦ୍ୱନ୍ଦିତାକୁ ନେଇ ମନୋଜ ପାଣ୍ଡେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ଭାବମୂର୍ତ୍ତି ଏପରି ଯେ ସମସ୍ତ ରାଜନୈତିକ ଦଳର ଲୋକମାନେ ତାଙ୍କ ସହ ଅତି ନିକଟତର ଅଟନ୍ତି । ତେଣୁ ସେ କୌଣସି ରାଜନୈତିକ ବିପଦକୁ ସମ୍ପୂର୍ଣ୍ଣ ରୂପେ ଅସ୍ୱୀକାର କରିଛନ୍ତି । ସେ କହିଛନ୍ତି ଯେ ଏହା ପଛରେ ଯାହାର ହାତ ଥିବ, ସରକାର ତା ବିରୋଧରେ କଡ଼ା କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ପଛାଇବେ ନାହିଁ ।

ଏହା ନକଲି ଇ-ମେଲ ମଧ୍ୟ ହୋଇପାରେ-

ତେବେ ଏହା ମଧ୍ୟ ଭୟ କରାଯାଉଛି ଯେ ଏହା ନକଲି ଇ-ମେଲ  ହୋଇଥାଏପାରେ । ବର୍ତ୍ତମାନ ବରିଷ୍ଠ ଅଧିକାରୀଙ୍କ ନିର୍ଦ୍ଦେଶରେ ଏହି ମାମଲା ଗୋପନୀୟ ଭାବେ ଅନୁସନ୍ଧାନ କରାଯାଉଛି। ଜଣାଇ ରଖୁଛୁ ଯେ, ନିକଟରେ ରାଞ୍ଚିରେ ନକ୍ସଲମାନଙ୍କ ଦବଦବା ମଧ୍ୟ ଦେଖିବାକୁ ମିଳିଛି । ଏହି ପରିପ୍ରେକ୍ଷୀରେ, ଏହି ଧମକ ସହ ନକ୍ସଲ ସଂପର୍କ ଅଛି କି ନାହିଁ ତାହା ଅନୁସନ୍ଧାନ କରାଯାଉଛି । ତେବେ, ପ୍ରତ୍ୟେକ ସମ୍ଭାବ୍ୟ ସ୍ଥାନରେ ସିଆଇଡି ଟିମ୍ ସମଗ୍ର ମାମଲାର ଅନୁସନ୍ଧାନ କରୁଛି।

Leave a Reply