କରଜ ଶୁଝି ପାରିଲେନି ବୋଲି…

1 min read

ଆସିକା : ଅଭାବରେ ପଡ଼ି ଟଙ୍କା କରଜ ନେଇଥିଲେ । ମାତ୍ର ପ୍ରତିଶ୍ରୁତି ଅନୁସାରେ ଠିକ୍ ସମୟରେ ଟଙ୍କା ଶୁଝି ପାରିଲେନି । ଫଳରେ ଧାର ଦେଇଥିବା ଲୋକେ ତାଙ୍କ ଘରେ ତାଲା ପକାଇଦେଲେ । ଖରାପ ଲାଗିଲା, ଘରକୁ ଯାଇ ନପାରି ବାଧ୍ୟ ହୋଇ ଏଣେତେଣେ ବୁଲିଲେ । ଅସହାୟ ଅବସ୍ଥାରେ ଏଘର ସେଘର ବୁଲୁଥିବା ବେଳେ ମୃତ୍ୟୁବରଣ କଲେ । କିନ୍ତୁ ଧାରୁଆଙ୍କ ମୃତ୍ୟୁ ବି ବଦଳାଇ ଦେଇପାରିଲାନି କରଜ ଦେଇଥିଲା ଲୋକଙ୍କ ହୃଦୟକୁ । ମୃତ୍ୟୁ ପରେବି ସେଇମିତି କଠୋର ରହିଲେ  । ଯେତେ ଯାହା ହେଲେ ବି ତାଲା ଖୋଲିଲେ ନାହିଁ କରଜ ଦେଇଥିବା ଲୋକେ। ବାଧ୍ୟହୋଇ ପିଣ୍ଡାରେ ପଡ଼ିରହିଲା ଶବ । ଗଞ୍ଜାମ ଜିଲ୍ଲା ପୋଲସରା ଥାନା ମଥୁରା ଗ୍ରାମରେ ଘଟିଛି ଏହି ଅବାବନୀୟ ଘଟଣା । ଏ ଭିଡିଓ ଏବେ ଭାଇରାଲ ହୋଇଛି ।

ମଥୁରା ଗାଁର ଭୂଷଣ ଦାସ ଗତ କିଛିଦିନ ତଳେ ଗାଁର କେତେକ ଲୋକଙ୍କ ନିକଟରୁ କରଜ ନେଇଥିଲେ । ଶୁଝିବା ସମୟ ଆସିବାରୁ ଲୋକେ ନିଜନିଜ କରଜ ଟଙ୍କା ମାଗିଥିଲେ । ମାତ୍ର ସେ ଟଙ୍କା ସୁଝିପାରି ନଥିଲେ । ଧାର ଟଙ୍କା ସୁଝି ନପାରିବାରୁ ଲୋକେ ତାଙ୍କ ଘରେ ତାଲା ପକାଇଦେଇଥିଲେ । ଘରେ ତାଲା ପଡ଼ିଥିବାରୁ ଗାଁ ଛାଡ଼ି ଲୁଚିଲୁଚି ବୁଲୁଥିଲେ ଭୂଷଣ ।

ମାନସିକ ଚିନ୍ତାରେ ଥାଇ ଏଘର ସେଘର ବୁଲୁଥିବା ବେଳେ ଗତକାଲି ରାତିରେ ବାହାର ଗାଁରେ ତାଙ୍କର ମୃତ୍ୟୁ ହୋଇଥିଲା । ଖବର ପାଇ ପରିବାର ଲୋକେ ତାଙ୍କ ମୃତଦେହ ଆଣି ଗାଁକୁ ଫେରିଥିଲେ । ମାତ୍ର କରଜ ଦେଇଥିବା ଲୋକେ ତଥାପି ତାଲା ଖୋଲି ନଥିଲେ । ଫଳରେ ଦୀର୍ଘ ସମୟ ଧରି ନିଜ ଘର ଭିତରକୁ ଯାଇ ନପାରି ବାରଣ୍ଡାରେ ଶବ ପଡ଼ିରହିଥିଲା । ଏ ଘଟଣାକୁ ନେଇ ଗାଁରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ପିଣ୍ଡାରେ ଶବ ପଡ଼ିଥିବା ଭିଡିଓ ମଧ୍ୟ ଭାଇରାଲ ହୋଇଛି । ଖବର ପାଇ ପୋଲସରା ପୋଲିସ ପହଞ୍ଚି ବୁଝାସୁଝା କରିବା ପରେ ତାଲା ଖୋଲାଯାଇଥିଲା ।

  ')}

Leave a Reply